ETV Bharat / entertainment

ଆସୁଛି ପାର୍ବଣ ଋତୁ; ପୂଜା ବଜାରରେ ଧମାଲ୍ କରିବ ମେଲୋଡି, ଝୁମିବେ ଦର୍ଶକ - melody team preparation

author img

By ETV Bharat Odisha Team

Published : Sep 5, 2024, 10:52 PM IST

Updated : Sep 6, 2024, 9:20 AM IST

Melody Team Preparation For Festive Season: ଆସୁଛି ପାର୍ବଣ ଋତୁ । ଗୋଟିଏ ଦିନ ପରେ ବିରାଜିବେ ଗଜାନନ । ଏହା ପରେ ପରେ ମାଆ ଦୁର୍ଗା ମଧ୍ୟ ଧରାବତରଣ କରିବେ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହର । ପୂଜା ମାହୋଲକୁ ଦୃଷ୍ଟିରେ ରଖି ସବୁଠି ପ୍ରସ୍ତୁତି ଜୋରସୋର ହୋଇଥିବା ବେଳେ ପୂଜା ବଜାରକୁ ଆହୁରି ସରଗରମ କରିବା ପାଇଁ ଚଳିତ ବର୍ଷ ମେଲୋଡି ଟିମ ହେଲେଣି ସଜବାଜ । ଭଳି କି ଭଳି ଗୀତରେ ଲୋକଙ୍କ ମନ ମୋହିବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତ ମେଲୋଡି ପାର୍ଟି । ଅଧିକ ପଢନ୍ତୁ

ଆସୁଛି ପାର୍ବଣ ଋତୁ; ପୂଜା ବଜାରରେ ଧମାଲ୍ କରିବ ମେଲୋଡି; ଝୁମିବେ ଦର୍ଶକ
ଆସୁଛି ପାର୍ବଣ ଋତୁ; ପୂଜା ବଜାରରେ ଧମାଲ୍ କରିବ ମେଲୋଡି; ଝୁମିବେ ଦର୍ଶକ (ETV Bharat Odisha)

କଟକ: ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଗଣେଶ ପୂଜା ଠାରୁ ଆରମ୍ଭ କରି ଦଶହରା....ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଧରାପୃଷ୍ଠରେ ବିରାଜବେ ପ୍ରଭୁ ଗଜାନନ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ସାରା ସହର ଚଳଚଞ୍ଚଳ ହୋଇଉଠିଛି । ପୂଜାର ମାହୋଲରେ ଉଠିବ ପଡିବ ସାରା ଓଡିଶା । ସେପଟେ ଏପରି ସମୟରେ ପୂଜା ମାହୋଲକୁ ସରଗରମ କରିବା ପାଇଁ ସଜବାଜ ମେଲୋଡି ଟିମ । ଧୁମଧାମ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ୟାନ୍ସରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ପ୍ରସ୍ତୁତ ହେଲେଣି ମେଲୋଡି ଟିମ । ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ ଗୀତ ଅଭ୍ୟାସରେ ଲାଗିପଡ଼ିଛନ୍ତି କଳାକାର ।

ଆସୁଛି ପାର୍ବଣ ଋତୁ (ETV Bharat Odisha)

ପୂଜା ବଜାରରେ ଜମିବ ମେଲୋଡି ଆସର

ବିଘ୍ନ ବିନାଶକଙ୍କ ପୂଜା ପରେ ପରେ ଆସିଯିବ ଶାରଦୀୟ ଦୁର୍ଗାପୂଜା । ଯାହାକୁ ନେଇ କଟକ ସହର ହୋଇପଡ଼ିଲାଣି ଚଳଚଞ୍ଚଳ । ଗୋଟିଏ ପଟେ ପୂଜା ମଣ୍ଡପ ସଜେଇ ହେବାରେ ଲାଗିଲାଣି ତ ଅନ୍ୟପଟେ ମେଲେଡି ଟିମ ହେଲେଣି ପ୍ରସ୍ତୁତ । ସ୍ୱର ଲୟ ଓ ତାଳ ସହ ଆଗେଇ ଚାଲିଛି ଗୀତ ରିହର୍ସଲ । ରାତିଦିନ ଏକ କରି ଦର୍ଶକଙ୍କ ମନୋରଞ୍ଜନ ଖୁରାକ ଯୋଗାଇବାରେ ଯେମିତି କେଉଁଠି କିଛି କମ୍‌ ନ ରୁହେ ସେଥିପାଇଁ ମେଲୋଡ଼ି ପାର୍ଟି ଆଗୁଆ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । କଟକର ବାଦାମବାଡ଼ି, ଦୋଳମୁଣ୍ଡାଇ, ପାଲାମଣ୍ଡପ ଆଦି ଅଞ୍ଚଳର ଥିବା ଆଗଧାଡ଼ିର ମେଲୋଡ଼ି ପାର୍ଟି ଗୁଡ଼ିକ ପକ୍ଷରୁ ଏଥିପାଇଁ ଅଭ୍ୟାସକୁ ଜୋରଦାର କରାଯାଇଛି। ହାତରେ କମ୍‌ ସମୟ ଥିବାରୁ ଅଭ୍ୟାସ ପାଇଁ କଳାକାରମାନେ ଲାଗିପଡ଼ିଛନ୍ତି । ଚଳିତ ବଜାରରେ ଟ୍ରେଣ୍ଡ ହିନ୍ଦୀ ଗୀତ ସହ ଓଡ଼ିଆ ଆଇଟମ୍‌ ଏବଂ ସମ୍ବଲପୁରୀ ଗୀତ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିପାରିବ ବୋଲି କଳାକାର ଆଶା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ଭିଡ଼ ନିୟନ୍ତ୍ରଣ ପାଇଁ ହେବ ଗ୍ରୀନ କରିଡର

70ରୁ ଉର୍ଦ୍ଧ୍ୱ ଟ୍ରେଣ୍ଡ ଗୀତ ଅଭ୍ୟାସରେ କଳାକାର

ଯଦି ଓଡ଼ିଆ ଗୀତ କଥା ଦେଖିବା, ତେବେ 'ଲାଲ ଟହ ଟହ, ଚିରିଙ୍ଗି ଚିରିଙ୍ଗି, ରସ ଜାମୁଡାଲି, ନାଲି ଶାଢ଼ୀ ଭଳି ଗୀତ ଚଳିତବର୍ଷ ଟ୍ରେଣ୍ଡରେ ରହିଥିବା ବେଳେ ହିନ୍ଦୀରେ ପୁଷ୍ପା ଟାଇଟଲ ଗୀତ, ସାମୀ ସାମୀ, ଆଜ କି ରାତ, ନୁକାବଲେୟା ଗୀତ ପୂଜା ଚହଳ ପକଇଛି । ତେବେ କେବଳ କଟକ ନୁହେଁ ବରଂ ରାଜ୍ୟ ବାହାରକୁ ଚଳିତ ମାସ ଠୁ ଏହି ମେଲୋଡି ଟିମ ପ୍ରୋଗ୍ରାମ କରିବା ପାଇଁ ଯିବେ । ସେଥିପାଇଁ ଦୀର୍ଘ ଦେଢ଼ ମାସ ଧରି ପ୍ରସ୍ତୁତି କରି 70ରୁ ଊର୍ଦ୍ଧ୍ୱ ଟ୍ରେଣ୍ଡ ଗୀତକୁ ଅଭ୍ୟାସ କରିଛନ୍ତି ସମସ୍ତ କଳାକାର । ତେଣୁ ଲୋକମାନେ ଏହି ସମସ୍ତ ଗୀତର ମଜା ଉଠାଇବା ସହ ପୂଜା ମାହୋଲର ଭରପୁର ଆନନ୍ଦ ନେବେ ବୋଲି କହିଛନ୍ତି କିଙ୍ଗସ ଅଣ୍ଡ କୁଇନ ମେଲୋଡି ଟିମ ।

କଟକ, ଇଟିଭି ଭାରତ

Last Updated : Sep 6, 2024, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.