ମୁମ୍ବାଇ: 'ସାଇଲେନ୍ସ ୨' ଆରମ୍ଭ ହୋଇଯାଇଛି ସୁଟିଂ । ଏନେଇ ସୁଟିଂରେ ବ୍ୟସ୍ତ ଅଛନ୍ତି ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତା ମନୋଜ ବାଜପେୟୀ ଏବଂ ପ୍ରାଚୀ ଦେଶାଇ । ଉଭୟଙ୍କୁ ମୁମ୍ବାଇର ଆନ୍ଧେରିରେ ଏକାଠି ଦେଖିବାକୁ ମିଳିଛି । ଉଭୟଙ୍କୁ ଫିଲ୍ମ 'ସାଇଲେନ୍ସ ୨'ରେ ଏସିପି ଅଭିନାଶ ବର୍ମା ଏବଂ ଇନ୍ସପେକ୍ଟର ସଞ୍ଜନା ଭାଟିଆଙ୍କ ଭୂମିକାରେ ଦେଖିବାକୁ ମିଳିବ ।
ତେବେ ନୀଳ ରଙ୍ଗର ବୁଟ୍ କଟ୍ ଡେନିମ୍ ସହିତ ଏକ ଲାଲ୍ ଫର୍ମାଲ୍ ସାର୍ଟରେ ପ୍ରାଚୀଙ୍କୁ ଦେଖିବାକୁ ମିଳିଥିଲା । ଭିଡିଓରେ ପାପାରାଜି ତାଙ୍କୁ 'ଲେଡି ଦବଙ୍ଗ' ବୋଲି କହୁଥିବାର ନଜର ଆସିଛି । ଏଥିସହ ପାପାରାଜି ତାଙ୍କୁ ଚଷମା ପଛରେ ଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ । ଏନେଇ ପ୍ରାଚୀ ଏକ ଫ୍ଲାଇଙ୍ଗ୍ କିସ୍ ଦେଇ କହିଖିଲେ, 'ପରବର୍ତ୍ତୀ ସମୟରେ' ।
ସେହିପରି ଅନ୍ୟପଟେ ମନୋଜ ବାଜପେୟୀଙ୍କୁ ଏସପି ଅଭିନାଶଙ୍କ ଲୁକରେ ମେରୁନ ଜ୍ୟାକେଟ ସହିତ କାର୍ଗୋ ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା । ତାଙ୍କ ଲୁକକୁ ସେ ପିନ୍ଧିଥିବା ଚଷମା ଅଧିକ ଆକର୍ଷଣୀୟ କରିଥିଲା । 2021ର ଥ୍ରୀଲର ଫିଲ୍ମ 'ସାଇଲେନ୍ସ...କ୍ୟାନ ୟୁ ହିଅର ଇଟ?' ଅବନ୍ ଭାରୁଚା ଦେବହଂସଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା । ଏହି କାହାଣୀ ଜଣେ ମହିଳାଙ୍କ ରହସ୍ୟମୟ ନିଖୋଜକୁ ନେଇ ହୋଇଥିଲା । ଏଥିରେ ବିଧାୟକ ରବି ଖନ୍ନା ଭୂମିକାରେ ଅର୍ଜୁନ ମଥୁର ମଧ୍ୟ ଅଭିନୟ କରିଥିଲେ । 'ସାଇଲେନ୍ସ ୨' ରେ ମନୋଜଙ୍କୁ ଏସିପି ଅଭିନାଶଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯାହା ଗଭୀର ରହସ୍ୟ ଏବଂ ଅପ୍ରତ୍ୟାଶିତ ମୋଡ଼ରେ ପରିପୂର୍ଣ୍ଣ ଏକ ରୋମାଞ୍ଚକର କାହାଣୀ ରହିବ ।
ଏହା ମଧ୍ୟ ପଢନ୍ତୁ -'କିଲର ସୁପ୍'କୁ ମଲ୍ଟି ଲେୟର ମାଷ୍ଟରପିସ କହିଲେ ମନୋଜ ବାଜପେୟୀ
ଏହା ମଧ୍ୟ ପଢନ୍ତୁ- ଲୋକସଭା ନିର୍ବାଚନ ଲଢ଼ିବେ କି ମନୋଜ ବାଜପେୟୀ ? ଏମିତି କହିଲେ ଅଭିନେତା
ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ମନୋଜ ବାଜପେୟୀଙ୍କ ୱେବସିରିଜ 'କ୍ରିଲର ସୁପ୍' ସହ ଫେରିଥିଲେ । ଏହି ସିରିଜରେ ମନୋଜ ବାଜପେୟୀ ଡବଲ ଧମାକା କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ୧୧ ଜାନୁଆରୀରେ ଏହି ସିରିଜ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ନିର୍ଦ୍ଦେଶକ ଅଭିଷେକ ଚୋବ 'କିଲର ସୁପ୍' ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିରିଜ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଚଳିତ ବର୍ଷର ମନୋଜ ବାଜପେୟୀଙ୍କର ଏହା ଥିଲା ପ୍ରଥମ ୱେବ୍ ସିରିଜ୍ ।