ETV Bharat / entertainment

ମଲିଉଡରେ ଯୌନ ନିର୍ଯାତନା ମାମଲା; FEFKA ପଦରୁ ଇସ୍ତଫା ଦେଲେ ଆଶିକ ଅବୁ, ଜୟସୂର୍ଯ୍ୟାଙ୍କ ନାଁରେ ପୁଣି ମାମଲା ରୁଜୁ - Mollywood Film industry Controversy - MOLLYWOOD FILM INDUSTRY CONTROVERSY

Mollywood Film industry Controversy: ମାଲାୟାଲମ ଇଣ୍ଡଷ୍ଟ୍ରିରେ ବିବାଦ ଥମିବାର ନା ନେଉନି । ଅନେକ ଅଭିନେତା ନିଜ ପଦରୁ ଇସ୍ତଫା ଦେବା ସହ ଅନେକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏପରି ସମୟରେ ବର୍ତ୍ତମାନ ନିର୍ଦ୍ଦେଶକ ଆଶିକ ଅବୁ ଫିଲ୍ମ କର୍ମଚାରୀ ଏମପ୍ଲୋଇଜ ଅଫ୍ କେରଳ (FEFKA) ରୁ ଇସ୍ତଫା ଦେଇଛନ୍ତି । ସେପଟେ ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ ପୁଣିଥରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ,

ମଲିଉଡରେ ଯୌନ ନିର୍ଯାତନା ମାମଲା; FEFKA ପଦରୁ ଇସ୍ତଫା ଦେଲେ ଆଶିକ ଅବୁ, ଜୟସୂର୍ଯ୍ୟାଙ୍କ ନାଁରେ ପୁଣି ମାମଲା ରୁଜୁ
ମଲିଉଡରେ ଯୌନ ନିର୍ଯାତନା ମାମଲା; FEFKA ପଦରୁ ଇସ୍ତଫା ଦେଲେ ଆଶିକ ଅବୁ, ଜୟସୂର୍ଯ୍ୟାଙ୍କ ନାଁରେ ପୁଣି ମାମଲା ରୁଜୁ (ETV Bharat Odisha)
author img

By ETV Bharat Entertainment Team

Published : Aug 30, 2024, 4:47 PM IST

ହାଇଦ୍ରାବାଦ: ହେମା କମିଟି ରିପୋର୍ଟରେ ଖୁଲାସା ହେବା ପରେ ମାଲାୟାଲମ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁରେ ଗୁମର ଖୋଲିବାରେ ଲାଗିଛି । ଅନେକ ତାରକା ନିଜ ପଦରୁ ଇସ୍ତଫା ଦେବା ସହ ଅନେକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏପରି ସମୟରେ ବର୍ତ୍ତମାନ ନିର୍ଦ୍ଦେଶକ ଆଶିକ ଅବୁ ଫିଲ୍ମ କର୍ମଚାରୀ ଏମପ୍ଲୋଇଜ ଅଫ୍ କେରଳ (FEFKA) ରୁ ଇସ୍ତଫା ଦେଇଛନ୍ତି । ସେପଟେ ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ ପୁଣିଥରେ ମାମଲା ରୁଜୁ ହୋଇଛି । ପୂର୍ବରୁ ଜୟସୂର୍ଯ୍ୟାଙ୍କ ନାଁରେ ଜଣେ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ତାଙ୍କ ନାଁରେ ସମାନ ଅଭିଯୋଗ କରିଛନ୍ତି ।

ଆଶିକ ଅବୁ ଦେଲେ ଇସ୍ତଫା

ନିର୍ଦ୍ଦେଶକ ଆଶିକ ଅବୁ FEFCA ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆଶିକ ଅବୁ ତାଙ୍କ ଇସ୍ତଫାକୁ FEFCA ସାଧାରଣ ସମ୍ପାଦକ ବି. ଉନିକ୍ରିଷ୍ଣନ୍ ପଠାଇଛନ୍ତି । ହେମା କମିଟି ରିପୋର୍ଟ ଆସିବା ପରେ FEFCA ରୁ ଏହା ପ୍ରଥମ ଇସ୍ତଫା । ହେମା କମିଟି ରିପୋର୍ଟରେ ଖୁଲାସା ପରେ FEFCA ସାଧାରଣ ସମ୍ପାଦକ ବି. ଉନିକ୍ରିଷ୍ଣନଙ୍କ ସମାଲୋଚନା କରାଯାଇଥିଲା । ଯାହା ପରେ ଆଶିକ ଅବୁ ଏଭଲି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଜୟସୂର୍ଯ୍ୟାଙ୍କ ନାଁରେ ପୁଣି ମାମଲା ରୁଜୁ

ମାଲାୟାଲମ୍ ଅଭିନେତା ଜୟସୂର୍ୟ୍ୟାଙ୍କ ବିରୋଧରେ ପୁଣି ଆଉ ଏକ ନୂଆ ମାମଲା ରୁଜୁ କରିଛି ପୋଲିସ । ଥିରୁବନନ୍ତପୁରମର ଅଭିନେତ୍ରୀ ଥୋଡୁପୁଜାର ଏକ ସ୍ଥାନରେ ବର୍ଷେ ପୂର୍ବରୁ ଯୌନ ନିର୍ଯାତନା ଶିକାର ହୋଇଥିଲେ । ଯାହାକୁ ନେଇ ବର୍ତ୍ତମାନ ଅଭିନେତ୍ରୀ କରମାନା ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି । ତେବେ ଏହି ମାମଲା ଥୋଡୁପୁଜା ସ୍ଥାନରେ ହୋଇଥିବାରୁ ମାମଲାକୁ ସେଠାକାର ପୋଲିସ ଷ୍ଟେସନକୁ ପଠାଯିବ । ଥ୍ରିସୁରର ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ ଏହି ମାମଲାର ତଦନ୍ତ କରିବେ । କହିରଖୁଛୁ କି, ହେମା କମିଟି ରିପୋର୍ଟ ଆସିବା ପରେ ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ଯୌନ ନିର୍ଯାତନା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି ।

ପୂର୍ବରୁ ଜୟସୂର୍ୟ୍ୟାଙ୍କ ନାଁରେ ଆସିଥିଲା ସଙ୍ଗୀନ ଅଭିଯୋଗ

ବର୍ତ୍ତମାନ ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ 354, 354A (A1) (I) 354D IPC ଅଧୀନରେ ଦ୍ୱିତୀୟ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି । ଅଭିଯୋଗକାରୀଙ୍କ ବିବୃତ୍ତି ରେକର୍ଡ ହେବା ପରେ ମାମଲା ପଞ୍ଜିକୃତ ହୋଇଛି । ଖବର ଅନୁଯାୟୀ, ଏହାପୂର୍ବରୁ ଅଭିନେତା ମିନୁ ମୁନିର୍ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ଅଗଷ୍ଟ 28 ରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା । ମିନୁ ଜୟସୂର୍ଯ୍ୟାଙ୍କ ବ୍ୟତୀତ ସେ ସିପିଆଇ (ଏମ୍) ବିଧାୟକ ତଥା ଅଭିନେତା ମୁକେଶ ଏବଂ ଅଭିନେତା ଏଡାଭେଲା ବାବୁଙ୍କ ସମେତ 6 ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା; ମାଲାୟାଲାମ ଅଭିନେତା ସିଦ୍ଦିକି ଓ ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଇସ୍ତଫା ଦେଲେ ମୁକେଶ

ଜଷ୍ଟିସ ହେମା କମିଟି ରିପୋର୍ଟରେ ଖୁଲାସା

ସୂଚନାଯୋଗ୍ୟ ଯେ ନିଟକରେ ଜଷ୍ଟିସ ହେମା କମିଟି ରିପୋର୍ଟ ଦ୍ୱାରା ମାଲାୟାଲମ ଇଣ୍ଡଷ୍ଟ୍ରିର ପରଦା ପଛର ରହସ୍ୟର ଖୁଲାସା କରିଥିବାବେଳେ ଏହି ସବୁ ମାମଲା ସାମ୍ନାକୁ ଆସୁଛି। ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ ଅତ୍ୟାଚାର ଏବଂ ଶୋଷଣର ଅନୁସନ୍ଧାନ ପାଇଁ ଜଷ୍ଟିସ୍ ହେମା କମିଟି ଗଠନ କରାଯାଇଥିଲା । ଏହି ରିପୋର୍ଟରେ ଅଭିନେତ୍ରୀମାନଙ୍କ ପାଇଁ ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବା କଷ୍ଟକର ହୋଇପଡିଛି। ଅଭିନେତ୍ରୀ କେବଳ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍ ଯନ୍ତ୍ରଣା ଭୋଗୁନାହାଁନ୍ତି, ବରଂ ସେ ଯୌନ ନିର୍ଯାତନାର ମଧ୍ୟ ଶିକାର ହେଉଥିବା ଖୁଲାସା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.