ETV Bharat / entertainment

ଆଇନ ଜାଲରେ ଫସିଲା ‘ମୈଦାନ’, ରିଲିଜ ପୂର୍ବରୁ ଲାଗିଲା ରୋକ୍‌ - Maidaan Plagiarism Row

Maidaan Plagiarism Row: ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ମୈଦାନ' ଉପରେ ଲାଗିଲା ରୋକ୍ । ରିଲିଜର ଗୋଟିଏ ଦିନ ପୂର୍ବରୁ ମହୀଶୂର କୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି । ତେବେ କାହିଁକି ଫିଲ୍ମ ରିଲିଜ ଉପରେ କଟକଣା ଲଗାଗଲା ? ଜାଣନ୍ତୁ

'ମୈଦାନ' ନିର୍ମାତାଙ୍କୁ ଝଟକା, ଦିନକ ପୂର୍ବରୁ ରିଲିଜରେ ରୋକ୍ ଲଗାଇଲେ ମହୀଶୂର କୋର୍ଟ

author img

By ETV Bharat Odisha Team

Published : Apr 10, 2024, 1:52 PM IST

Updated : Apr 10, 2024, 2:22 PM IST

ହାଇଦ୍ରାବାଦ: ବହୁ ପ୍ରତିକ୍ଷୀତ ବଲିଉଡ ଫିଲ୍ମ 'ମୈଦାନ' ନିର୍ମାତାଙ୍କୁ ଝଟକା । ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଫିଲ୍ମ ଉପରେ ରୋକ ଲଗାଇଛନ୍ତି ମହୀଶୂର କୋର୍ଟ । ନିର୍ମାତା ଫିଲ୍ମର କାହାଣୀ ଚୋରି କରିଥିବା ଅଭିଯୋଗରେ ମହୀଶୂର କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି । ଯାହାର ଶୁଣାଣି କରି ଏବେ ଅଦାଲତ ଏହି ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି ।

ଅନୀଲ କୁମାର ନାମକ ଜଣେ ବ୍ୟକ୍ତି ମହୀଶୂର କୋର୍ଟରେ ଫିଲ୍ମର କାହାଣୀ ଚୋରି ନେଇ ଏକ ଆବେଦନ ଦାଖଲ କରିଥିଲେ । ମଙ୍ଗଳବାର ଦିନ ଏହି ଆବେଦନ ଶୁଣାଣି ବେଳେ କୋର୍ଟ 'ମୈଦାନ' ରିଲିଜକୁ ସ୍ଥଗିତ ରଖିଛନ୍ତି । ଆବେଦନକାରୀଙ୍କ ଦାବି କରିଛନ୍ତି ଯେ ସେ ଫିଲ୍ମର କାହାଣୀକୁ ୨୦୧୮ରେ ଲିଙ୍କଡଇନରେ ସେୟାର କରିଥିଲେ । ଲିଙ୍କଡଇନରେ କାହାଣୀ ପୋଷ୍ଟ କରିବା ପରେ ସୁକାଦାସ ସୂର୍ଯ୍ୟଭାନ୍ସି ନାମକ ଜଣେ ବ୍ୟକ୍ତି ତାଙ୍କ ସହ ଏହି କାହାଣୀ ବିଷୟରେ ଆଲୋଚନା କରିଥିଲେ ଏବଂ ଏହା ପରେ ସେ ଫେବୃଆରୀ 2019ରେ ତାଙ୍କ ନାମରେ ଏହି କାହାଣୀ ପଞ୍ଜିକରଣ କରିଥିଲେ । ଅନିଲ କହିଛନ୍ତି, 'ମୋର ମୂଳ କାହାଣୀ ଚୋରି ହୋଇଥିଲା ଏବଂ ଏହାର ନାମ ମୈଦାନ ରଖିଦିଆଗଲା ।'' ବର୍ତ୍ତମାନ କୋର୍ଟଙ୍କ ଏହି ନିଷ୍ପତ୍ତି ନେଇ ତାଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି ଅନୀଲ।

କହିରଖୁଛୁ କି, ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ'ର ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବାରମ୍ୱାର ଏଥିରେ ପରିବର୍ତ୍ତନ ହେଉଛି । ପୂର୍ବରୁ ଏହି ଫିଲ୍ମ ୨୦୨୩ରେ ରିଲିଜ ହେବାର ଥିଲା । ହେଲେ କୌଣସି କାରଣରୁ ହୋଇପାରିନଥିଲା । ପରେ ନିର୍ମାତା ଫିଲ୍ମଟି ଆଜି ଅର୍ଥାତ୍ ଏପ୍ରିଲ ୧୦ରେ ରିଲିଜ ନେଇ ଘୋଷଣା କରିଥିଲେ । ହେଲେ ପୁଣି ତାରିଖ ବଦଳାଇ ଆସନ୍ତାକାଲି ଏପ୍ରିଲ ୧୧ ତଥା ଇଦରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଗଲା । ତେବେ ବର୍ତ୍ତମାନ ରିଲିଜର ଗୋଟିଏ ଦିନ ପୂର୍ବରୁ ଫିଲ୍ମ ଉପରେ ରୋକ ଲଗାଇଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ: ଅଜୟ ଦେବଗାନଙ୍କ 'ମୈଦାନ' ରିଲିଜ୍ ଡେଟ୍ ଆଉଟ, ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ସହ ହେବ ଟକ୍କର

'ମୈଦାନ' କାହାଣୀ

ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ଯାହା କି ବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରିପାରିନୁ । ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯିଏ ୧୯୫୨ ରୁ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

Last Updated : Apr 10, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.