ETV Bharat / entertainment

ଦର୍ଶକଙ୍କ ପାଇଁ ଖୁସି ଖବର, ‘ମୈଦାନ’ର ଗୋଟିଏ ଟିକେଟ କିଣିଲେ ଗୋଟିଏ ଫ୍ରି - MAIDAAN - MAIDAAN

Maidaan Buy 1 Get 1 Ticket Offer: 'ମୈଦାନ' ଫିଲ୍ମର ଗୋଟେ ଟିକେଟରେ ଆଉ ଗୋଟେ ଫ୍ରି । କଣ ଏହି ଅଫର 'ବଡେ ମିୟାଁ ଛୋଟେ ମିୟାଁ'କୁ ଦେବ ଟକ୍କର । ଅଧିକ ପଢ଼ନ୍ତୁ

'ମୈଦାନ' ରିଲିଜର ଦ୍ବିତୀୟ ଦିନରେ BUY 1 GET 1 ଅଫର

author img

By ETV Bharat Odisha Team

Published : Apr 13, 2024, 7:46 AM IST

ମୁମ୍ବାଇ: ରିଲିଜ ହୋଇଛି ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଷ୍ଟାରର ଫିଲ୍ମ 'ମୈଦାନ' । ଯାହାକୁ ନେଇ ଏକ ବଡ଼ ଅପଡ଼େଟ ଆସିଛି । ଇଦରେ ରିଲିଜ ହୋଇଥିବା ଏହି ଫିଲ୍ମର ନିର୍ମାତାମାନେ ଦର୍ଶକଙ୍କୁ ଟିକେଟରେ ଏକ ବଡ଼ ଅଫର ଦେଇଛନ୍ତି । 'ମୈଦାନ'ର ନିର୍ମାତା ଦର୍ଶକଙ୍କୁ ଗୋଟିଏ ଟିକେଟରେ ଆଉ ଏକ ଟିକେଟ ବାଏ ୱାନ ଗେଟ ୱାନ ଅଫରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଅଫର ମାଧ୍ୟମରେ ନିର୍ମାତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର 'ବଡେ ମିୟାଁ ଛୋଟେ ମିୟାଁ'କୁ ଟକ୍କର ଦେବା ପ୍ଲାନ କରିଥିବା ଅନୁମାନ କରାଯାଉଛି ।

ଇଦରେ 'ମୈଦାନ' ଏବଂ 'ବଡେ ମିୟାଁ ଛୋଟେ ମିୟାଁ' ଏକାଠି ମୁକ୍ତିଲାଭ କରିଛି । ଅମିତ ଶର୍ମାଙ୍କ ନିର୍ଦ୍ଦେଶିତଲ ଏହି ଫିଲ୍ମ ବକ୍ସ ଅଫିସରେ 10 କୋଟି ସହିତ ଓପେନିଂ କରିଥିବା ସୂଚନା ମିଳିଛି । ତେବେ ଫିଲ୍ମର କଲେକ୍ସନ କିଛି ଭଲ ନଥିବା ବେଳେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ 'ମୈଦାନ'ର ନିର୍ମାତା ସେମାନଙ୍କୁ ଟିକେଟରେ ଅଫର ଦେଇ ପରିବାର ସହିତ ଫିଲ୍ମର ମଜା ନେବାକୁ କହିଛନ୍ତି । ତେବେ ଏହି ଫିଲ୍ମର ନିର୍ମାତା ବୋନି କପୁର ଥିବା ବେଳେ ଏହା ଜି ଷ୍ଟୁଡିଓ ଏବଂ ଆନନ୍ଦ ସେନ ଗୁପ୍ତାଙ୍କ ଅଧୀନରେ ନିର୍ମିତ ହୋଇଛି । ତେବେ ପୂର୍ବରୁ ଏହି ଫିଲ୍ମ ମୈଦାନର ରିଲିଜ୍ ଡେଟ ଦୀର୍ଘ ସମୟ ଧରି ଅଟକି ରହିଥିଲା ​।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ.... ମନ ଜିତିଲା ଅକ୍ଷୟ-ଟାଇଗରଙ୍କ ଯୋଡ଼ି, ଇଦରେ 'ବଡେ ମିୟାଁ ଛୋଟେ ମିୟାଁ' କଲା ବମ୍ପର ଓପନିଂ - BMCM Box Office Day 1

ଏହି ଫିଲ୍ମ ଜଣେ ବ୍ୟକ୍ତିଙ୍କ ପ୍ରକୃତ କାହାଣୀ ନେଇ ପ୍ରସ୍ତୁତ କରାଯାଇଛି । ଯିଏ ଭାରତ ପାଇଁ ଏପରି ଇତିହାସ ଏବଂ ରେକର୍ଡ ସୃଷ୍ଟି କରିଥିଲେ । ଯାହା କି ବର୍ଷବର୍ଷ ପରେ ମଧ୍ୟ ଆମେ ବିଶ୍ବର ସର୍ବାଧିକ ଖେଳାଯାଇଥିବା କ୍ରୀଡ଼ାରେ ସେହି ସଫଳତା ସହ ମେଳ କରାଯାଇ ପାରିନାହିଁ । ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ଏକ ଫୁଟବଲ ପ୍ରଶିକ୍ଷକ ସେୟଦ ଅବଦୁଲ୍ଲ ରହିମଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଯିଏ ୧୯୫୨ ରୁ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ଦକ୍ଷିଣ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.