ETV Bharat / entertainment

'ବଡେଁ ମିୟାଁ ଛୋଟେ ମିୟାଁ' ଆଗରେ ଫିକା ପଡିଲା 'ମୈଦାନ', ୭ଦିନରେ ଫିଲ୍ମର ଏତିକି ଆୟ - Maidaan VS Bmcm Bo Collection

author img

By ETV Bharat Odisha Team

Published : Apr 18, 2024, 4:25 PM IST

Maidaan VS BMCM Bo Collection: ଇଦ୍‌ରେ ଏକାସାଙ୍ଗେ ରିଲିଜ ହୋଇଥିବା ବେଳେ ଏବେ ବକ୍ସ ଅଫିସରେ 'ମୈଦାନ' ଏବଂ 'ବଡେଁ ମିୟାଁ ଛୋଟେ ମିୟାଁ' ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ଉଭୟ ଫିଲ୍ମର କ୍ରେଜ ବର୍ତ୍ତମାନ କମିବାରେ ଲାଗିଛି । ହେଲେ ବ୍ୟବସାୟ କ୍ଷେତ୍ରରେ 'ବଡେଁ ମିୟାଁ ଛୋଟେ ମିୟାଁ', 'ମୈଦାନ' ଠାରୁ ଆଗରେ ରହିଛି ।

'ବଡେଁ ମିୟାଁ ଛୋଟେ ମିୟାଁ' ଆଗରେ ଫିକା ପଡିଲା 'ମୈଦାନ', ୭ଦିନରେ ଫିଲ୍ମର ଏତିକି ଆୟ

ହାଇଦ୍ରାବାଦ: ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଇଦରେ ରିଲିଜ ହୋଇଛି ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ' । ଏହି ଫିଲ୍ମକୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ସମାଲୋଚକ ଭଲ ପ୍ରତିକ୍ରିୟା ଦେଉଥିବା ବେଳେ କିନ୍ତୁ ବକ୍ସ ଅଫିସରେ ଚାଲିପାରୁନି ଫିଲ୍ମ । ଏହାର କାରଣ ଏହି ଫିଲ୍ମ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ 'ବଡେଁ ମିୟାଁ ଛୋଟେ ମିୟାଁ' ଫିଲ୍ମ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏହି ଫିଲ୍ମ ମଧ୍ୟ ମୈଦାନ ସହ ଗୋଟିଏ ଦିନରେ ରିଲିଜ ହୋଇଛି । ଯାହା ଫଳରେ 'ମୈଦାନ' ସପ୍ତାହକ ମଧ୍ୟରେ ବି ୩୦ କୋଟି ଆୟ କରିପାରିନି । ସେପଟେ 'ବଡେଁ ମିୟାଁ ଛୋଟେ ମିୟାଁ'ର କ୍ରେଜ ମଧ୍ୟ ପୂର୍ବ ଅପେକ୍ଷା କମିଯାଇଥିବା ବେଳେ କିନ୍ତୁ 'ମୈଦାନ' ଠାରୁ ଆଗରେ ରହିଛି ।

'ବଡେଁ ମିୟାଁ ଛୋଟେ ମିୟାଁ' ବନାମ 'ମୈଦାନ' ସାପ୍ତାହିକ କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁସାରେ, ସପ୍ତମ ଦିନରେ ଘରୋଇ ବକ୍ସ ଅଫିସରେ 'ମୈଦାନ' କେବଳ ୨ କୋଟି ଟଙ୍କା ଆୟ କରିଛି । ଏହିପରି ଫିଲ୍ମ ମୋଟ ଘରୋଇ ବକ୍ସ ଅଫିସରେ ମୋଟ ୨୭.୧୦ କୋଟି ଟଙ୍କା କଲେକ୍ସନ କରିଛି । ସେପଟେ 'ବଡେଁ ମିୟାଁ ଛୋଟେ ମିୟାଁ' ସପ୍ତମ ଦିନର ୨.୫୦ କୋଟି ଟଙ୍କା ଘରୋଇ କଲେକ୍ସନ କରିଛି । ତେବେ ଏହି ଚଳଚ୍ଚିତ୍ରର ଘରୋଇ ଆୟ ୪୮.୨୦କୁ ବୃଦ୍ଧି ପାଇଛି । ଖୁବଶୀଘ୍ର ଏହି ଫିଲ୍ମ ୫୦ କୋଟି ପାର୍ କରିବ ବୋଲି ଆଶା କରାଯାଉଛି ।

'ମୈଦାନ' ବିଷୟରେ କହିବାକୁ ଗଲେ, ଅମିତ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ମୈଦାନରେ ଅଜୟ ଦେବଗନ ରିଅଲ ଲାଇଫ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହିମ ଭୂମିକାରେ ଅଭିନୟ କରୁଛନ୍ତି । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦର୍ଶକଙ୍କ ପାଇଁ ଖୁସି ଖବର, ‘ମୈଦାନ’ର ଗୋଟିଏ ଟିକେଟ କିଣିଲେ ଗୋଟିଏ ଫ୍ରି

'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ବିଷୟରେ କହିବାକୁ ଗଲେ, ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବାସୁ ଭଗ୍ନାନୀ ଏବଂ ଜ୍ୟାକି ଭଗ୍ନାନୀଙ୍କ ଦ୍ବାରା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । ଏହି ଫିଲ୍ମରେ ଅକ୍ଷୟ, ଟାଇଗରଙ୍କ ବ୍ୟତୀତ ସାଉଥ ତାରକା ପୃଥ୍ବୀରାଜ ସୁକୁମାରନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.