ETV Bharat / entertainment

ବର୍ଷାରେ ବେହାଲ୍ ଆନ୍ଧ୍ର-ତେଲେଙ୍ଗାନା: ସହାୟତା ପାଇଁ ଆଗେଇ ଆସିଲେ ସାଉଥ ତାରକା, ଦାନ କଲେ କୋଟି କୋଟି - Actors Donation to Flood Victims

author img

By ETV Bharat Entertainment Team

Published : Sep 4, 2024, 1:43 PM IST

Flood Relief in Telangana and AP: ଲଗାଣ ବର୍ଷାରେ ବେହାଲ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ । ଅନେକ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଏପରି ସମୟରେ ସହାୟତା ପାଇଁ ଆଗେଇ ଆସିଛନ୍ତି ସାଉଥ ତାରକା । ବର୍ତ୍ତମାନ ମହେଶ ବାବୁ, ପୱନ କଲ୍ୟାଣ, ଅଲ୍ଲୁ ଅର୍ଜୁନ , ଚିରଞ୍ଜୀବୀ ଏବଂ ପ୍ରଭାସ ମୁଖ୍ୟମନ୍ତ୍ରୀ ପାଣ୍ଠିକୁ କୋଟି କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ,

ବର୍ଷାରେ ବେହାଲ୍ ଆନ୍ଧ୍ର-ତେଲେଙ୍ଗାନା: ସହାୟତା ପାଇଁ ଆଗେଇ ଆସିଲେ ସାଉଥ ତାରକା, ଦାନ ଦେଲେ କୋଟି କୋଟି ଟଙ୍କା
ବର୍ଷାରେ ବେହାଲ୍ ଆନ୍ଧ୍ର-ତେଲେଙ୍ଗାନା: ସହାୟତା ପାଇଁ ଆଗେଇ ଆସିଲେ ସାଉଥ ତାରକା, ଦାନ ଦେଲେ କୋଟି କୋଟି ଟଙ୍କା (ETV Bharat Odisha)

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରବଳ ବର୍ଷା ହେତୁ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ଉଭୟ ରାଜ୍ୟର ସରକାର ଲୋକଙ୍କ ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥି ସହ ଚାରିଆଡେ ଜଳମଗ୍ନ ହୋଇଥିବା ବେଳେ ଲୋକମାନେ ନିଜ ଘର ଛାଡି ସରକାରୀ ଆଶ୍ରୟସ୍ଥଳକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଦେଖାଯାଉଛି । ଏପରି ସମୟରେ ଟଲିଉଡ ତାରକାମାନେ ଉଭୟ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇଛନ୍ତି । ବର୍ତ୍ତମାନ ମେଗାଷ୍ଟାର ଚିରଞ୍ଜୀବୀ, ମହେଶ ବାବୁ, ନନ୍ଦାମୁରୀ ବାଲାକ୍ରିଷ୍ଣା ଏବଂ ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ତଥା ସାଉଥ ପାୱାର ଷ୍ଟାର ପୱନ କଲ୍ୟାଣ, ଅଲ୍ଲୁ ଅର୍ଜୁନ ଏବଂ ପ୍ରଭାସ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏତିକି କୋଟି ଟଙ୍କା ସହାୟତା ଦେଇଛନ୍ତି ସାଉଥ ତାରକା

ଚିରଞ୍ଜୀବୀ, ମହେଶ ବାବୁ, ନନ୍ଦାମୁରୀ ବାଲାକ୍ରିଷ୍ଣା, ପୱନ କଲ୍ୟାଣ ଏବଂ ଅଲ୍ଲୁ ଅର୍ଜୁନ ଦୁଇ ରାଜ୍ୟକୁ 50 କୋଟି ଲେଖାଏଁ ଅର୍ଥାତ୍ 1 କୋଟି ଟଙ୍କା ଦାନ କରିଥିବା ବେଳେ ସାଉଥ ସୁପରଷ୍ଟାର ପ୍ରଭାସ ଦୁଇ ରାଜ୍ୟକୁ 1 କୋଟି ଲେଖାଏଁ ଅର୍ଥାତ୍ 2 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ, କଲ୍କି 2898 AD ନିର୍ମାତା ଏବଂ ସାଉଥ ସୁପରଷ୍ଟାର Jr NTR ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିପୁଳ ପରିମାଣର ସହାୟତା ରାଶି ପ୍ରଦାନ କରିଥିଲେ ।

ସହାୟତାର ହାତ ବଢାଇଲେ ପ୍ରଭାସ- ଅଲ୍ଲୁ ଅର୍ଜୁନ

ପ୍ରଭାସ 2 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ରିଲିଫ ଉଦ୍ୟମ ପାଇଁ ପ୍ରତ୍ୟେକ ରାଜ୍ୟକୁ 1 କୋଟି ଟଙ୍କା ଦେଇଥିବାବେଳେ ଅଲ୍ଲୁ ଅର୍ଜୁନ ଦୁଇ ରାଜ୍ୟକୁ 50- 50 ଲକ୍ଷ ଲେଖାଏଁ ଟଙ୍କା ଦାନ କରିଛନ୍ତି । ଏଥିସହ ଅନ୍ୟମାନଙ୍କୁ ଆଗକୁ ବଢିବା ଏବଂ ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

1 କୋଟି ସହାୟତା କଲେ ମହେଶ ବାବୁ

ଅଭିନେତା ମହେଶ ବାବୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି । ସେ ତାଙ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ''ଉଭୟ ତେଲୁଗୁ ରାଜ୍ୟରେ ପ୍ରବଳ ବର୍ଷା ହେତୁ ଖରାପ ଅବସ୍ଥା ହେତୁ ମୁଁ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଉଭୟ ରାଜ୍ୟ ସରକାରଙ୍କୁ 50-50 ଲକ୍ଷ ଟଙ୍କା ପ୍ରଦାନ କରୁଛି । ଆସନ୍ତୁ ଆମେ ସମସ୍ତେ ଏକତ୍ର ହୋଇ ସରକାରଙ୍କୁ ସମର୍ଥନ କରିବା ଏବଂ ପ୍ରଭାବିତ ଲୋକଙ୍କ ଜୀବନକୁ ଏକ ନୂତନ ସୁଯୋଗ ପ୍ରଦାନ କରିବା ।''

ଦୁଇ ରାଜ୍ୟକୁ 50-50 ଲକ୍ଷ ଦେଲେ ଚିରଞ୍ଜିବୀ

ପ୍ରବଳ ବର୍ଷାରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି ଚିରଞ୍ଜୀବୀ । ଅଭିନେତା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ''ରାଜ୍ୟ ସରକାର ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି, ଆମେ ମଧ୍ୟ ଏହି ସାହାଯ୍ୟର ଏକ ଅଂଶ ହେବା ଉଚିତ, ମୁଁ ଉଭୟ ରାଜ୍ୟକୁ 50-50 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରୁଛି । ଆମେ ସମସ୍ତେ କୌଣସି ପ୍ରକାରେ ରିଲିଫ୍ ପ୍ରୟାସରେ ଜଡିତ ହେବା ଉଚିତ । ମୁଁ ଆଶା କରୁଛି ଶୀଘ୍ର ଆମ ଲୋକଙ୍କ ଜୀବନ ଆସିବ ଟ୍ରାକକୁ ଫେରିବୁ ।''

ଏହା ମଧ୍ୟ ପଢନ୍ତୁ: ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR

1 କୋଟି ସହାୟତା କଲେ ପୱନ କଲ୍ୟାଣ

ଅଭିନେତା ତଥା ରାଜନେତା ପୱନ କଲ୍ୟାଣ ମଧ୍ୟ ରିଲିଫ କାର୍ଯ୍ୟରେ 1 କୋଟି ଟଙ୍କା ସହଯୋଗ କରିଛନ୍ତି । ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ ପୱନ କଲ୍ୟାଣ ଉଭୟ ସିଏମ୍ ରିଲିଫ୍ ପାଣ୍ଠି ମାଧ୍ୟମରେ ସହାୟତା ଯୋଗାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳର ପୁନଃ ଥଇଥାନ ପାଇଁ ଅନ୍ୟମାନଙ୍କୁ ମଧ୍ୟ ଭାଗ ନେବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.