ETV Bharat / entertainment

ଚାଲିଛି ନେତାଙ୍କ ଭାଗ୍ୟ ପରୀକ୍ଷା, ଭୋଟ ଦେଲେ ମିଥୁନ-କଙ୍ଗନା - Mithun and Kangana Cast Vote

author img

By ETV Bharat Odisha Team

Published : Jun 1, 2024, 11:56 AM IST

Updated : Jun 1, 2024, 12:02 PM IST

Mithun Chakraborty-Kangana Ranaut Cast Vote: ଆଜି ଲୋକସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ୯୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ଏଥିରେ ମଣ୍ଡି ବିଜେପି ପ୍ରାର୍ଥିନୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ମୈଦାନରେ ରହିଛନ୍ତି । ଏହି ଅବସରରେ ନିଜ ମତ ସାବ୍ୟସ୍ତ କରିଥିବା ବେଳେ ସେପଟେ କୋଲକାତାରେ ନିଜ ମତ ସାବ୍ୟସ୍ତ କରିଛନ୍ତି ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ୨୦୨୪; ମତସାବ୍ୟସ୍ତ କଲେ ମିଥୁନ-କଙ୍ଗନା
ଲୋକସଭା ନିର୍ବାଚନ ୨୦୨୪; ମତସାବ୍ୟସ୍ତ କଲେ ମିଥୁନ-କଙ୍ଗନା (ETV Bharat Odisha/@kanganaranaut, Instagram)

ହାଇଦ୍ରାବାଦ: ଆଜି ଶେଷ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟିଂ ଜାରି ରହିଛି । ମୈଦାନରେ ୯୦୪ ପ୍ରାର୍ଥୀ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ମୈଦାନରେ ରହିଛନ୍ତି । ସେ ହିମାଚଳ ପ୍ରଦେଶ ମଣ୍ଡିରୁ ବିଜେପି ସାଂସଦ ପ୍ରାର୍ଥିନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଆଜି ଶେଷ ପର୍ଯ୍ୟାୟରେ ନିଜ ମତ ସାବ୍ୟସ୍ତ କରିଛନ୍ତି । ସେପଟେ କୋଲକାତାରେ ମତଦାନ କରିଛନ୍ତି ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।

ଲୋକସଭା ନିର୍ବାଚନ ୨୦୨୪; ମତସାବ୍ୟସ୍ତ କଲେ ମିଥୁନ-କଙ୍ଗନା (ETV Bharat Odisha/ANI)

କଙ୍ଗନା ରାଣାୱତ ମଣ୍ଡିର ଏକ ମତଦାନ କେନ୍ଦ୍ରରେ ନିଜ ମତ ସାବ୍ୟସ୍ତ କରିଛନ୍ତି । ସେ ଏହି ସମୟରେ ସେ ଲୋକଙ୍କୁ ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଅପିଲ କରିଛନ୍ତି । ସେ ମତଦାନ ବୁଥ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଙ୍ଗନା କହିଛନ୍ତି, ''ଗଣତନ୍ତ୍ରର ମହାନ ପର୍ବରେ ଲୋକମାନେ ଉତ୍ସାହର ସହ ଅଂଶଗ୍ରହଣ କରିବା ଉଚିତ । ଏହା ଏକ ଉତ୍ସବ, କିଏ ଜାଣେ କେତେ ଲୋକଙ୍କ ରକ୍ତ ବୋହିଯାଇଛି । ସେତେବେଳେ ଏହି ଅଧିକାର ମିଳିଛି । ସମଗ୍ର ହିମାଚଳରେ ମୋଦିମୟ ହୋଇଛି ।

ସେ ଆହୁରି କହିଛନ୍ତି, ''ମୋଦି ଜି 200ରୁ ଅଧିକ ସମାବେଶ କରିଥିଲେ । ତାଙ୍କର କାର୍ଯ୍ୟ ଲୋକଙ୍କ ପାଇଁ ଏକ ଗ୍ୟାରେଣ୍ଟି । ଆମେ ମୋଦିଜୀଙ୍କର ସେନା । ମୁଁ ନିଶ୍ଚିତ ଭାବେ ମଣ୍ଡିରୁ ଜିତିବି । କଙ୍ଗନା କହିଛନ୍ତି ଯେ ବିଜେପି ଏଥର ୪୦୦ ଅତିକ୍ରମ କରିବ ଏବଂ ହିମାଚଳର ସମସ୍ତ ୪ଟି ସିଟ୍ ଜିତିବ ।'' ଏଥିସହ ସେ ମୋଦିଙ୍କ ଧ୍ୟାନ ସହ ଜଡିତ ପ୍ରସଙ୍ଗରେ କଙ୍ଗନା କହିଛନ୍ତି ଯେ ସେ ବର୍ତ୍ତମାନ ଏକାଗ୍ର ନୁହଁନ୍ତି । ରାଜନୀତିରେ ଯୋଗଦେବା ପୂର୍ବରୁ ମଧ୍ୟ ସେ ଧ୍ୟାନ କରୁଥିଲେ । ସେ ମଧ୍ୟ ଅନେକ ଦଶନ୍ଧି ଧରି ହିମାଚଳ ପର୍ବତରେ ରହି ଏଠାରେ ଧ୍ୟାନ ଜାରି ରଖିଥିଲେ । ସୂଚନା ଥାଉ କି, ମଣ୍ଡି ଆସନରେ କଂଗ୍ରେସର ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କ ସହ ବିଜେପି ପ୍ରାର୍ଥିନୀ କଙ୍ଗନା ରଣାୱତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସେପଟେ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶନିବାର ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ବେଲଗଛିଆର ଏକ ମତଦାନ ବୁଥରେ ନିଜର ଭୋଟ୍ ଦେଇଛନ୍ତି । ଏହି ସମୟରେ ସେ ଲୋକଙ୍କ ସହ ଧାଡ଼ିରେ ରହି ନିଜ ମତ ସାବ୍ୟସ୍ତ କରିଛନ୍ତି ଏବଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମୁଁ ଜଣେ ବିଜେପି କର୍ମୀ, ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି । ଆସନ୍ତାକାଲି ଠାରୁ ମୁଁ ଫିଲ୍ମ ବିଷୟରେ କହିବି କାରଣ ମୋତେ ମଧ୍ୟ ପରିବାର ଚଳାଇବାକୁ ପଡିବ।"

ଏହା ମଧ୍ୟ ପଢନ୍ତୁ: ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ: ଅନ୍ତିମ ପର୍ଯ୍ୟାୟ ଭୋଟିଂରେ ପ୍ରଧାନମନ୍ତ୍ରୀଙ୍କ ଅପିଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2024, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.