ମୁମ୍ବାଇ: ରାତି ପାହିଲେ ଆଯୋଧ୍ୟାରେ ପ୍ରତିଷ୍ଠା ହେବ ପ୍ରଭୁ ଶ୍ରୀ ରାମଲାଲାଙ୍କ ମନ୍ଦିର । ଏହି ମହାସମାରୋହକୁ ଦେଖିବାକୁ ବିଶ୍ବବାସୀ ଉତ୍ସାହିତ ରହିଥିବା ବେଳେ ଚାରିଆଡେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଏଥିସହ ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଅନେକ ଲୋକ ଅଯୋଧ୍ୟାରେ ମଧ୍ୟ ପହଞ୍ଚିଛନ୍ତି । ହେଲେ ଅନେକ ଲୋକ ଏହି ସମାରୋହକୁ ଦେଖିବା ପାଇଁ ଅଯୋଧ୍ୟା ଯାଇପାରୁନଥିବା ବେଳେ ସେମାନଙ୍କ ପାଇଁ PVR ସିନେମା ଆଣିଦେଇଛି ସ୍ବତନ୍ତ୍ର ସୁଯୋଗ । ଏହି ଐତିହାସିକ ମୁହୂର୍ତ୍ତକୁ ଉପଭୋଗ କରିବାକୁ PVR ସିନେମା ଦର୍ଶକଙ୍କୁ ଥିଏଟରରେ ଲାଇଭ୍ ଦେଖିବାର ସୁଯୋଗ ଦେଉଛି । ମାତ୍ର ୧୦୦ ଟଙ୍କାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଲାଇଭ ମେଗା ଶୋ' ଦେଖିପାରିବେ ଦର୍ଶକ ।
-
Join us for a momentous occasion! Watch the live screening of the Ayodhya Ram Mandir Inauguration at PVR and INOX on January 22nd, 2024.
— P V R C i n e m a s (@_PVRCinemas) January 19, 2024 " class="align-text-top noRightClick twitterSection" data="
Secure your seat for this monumental event and enjoy a complimentary popcorn combo with every ticket. *T&C applies.
Book now:… pic.twitter.com/UQaWTEeFME
">Join us for a momentous occasion! Watch the live screening of the Ayodhya Ram Mandir Inauguration at PVR and INOX on January 22nd, 2024.
— P V R C i n e m a s (@_PVRCinemas) January 19, 2024
Secure your seat for this monumental event and enjoy a complimentary popcorn combo with every ticket. *T&C applies.
Book now:… pic.twitter.com/UQaWTEeFMEJoin us for a momentous occasion! Watch the live screening of the Ayodhya Ram Mandir Inauguration at PVR and INOX on January 22nd, 2024.
— P V R C i n e m a s (@_PVRCinemas) January 19, 2024
Secure your seat for this monumental event and enjoy a complimentary popcorn combo with every ticket. *T&C applies.
Book now:… pic.twitter.com/UQaWTEeFME
ରାଜନୀତି, ବ୍ୟବସାୟ, କ୍ରୀଡା ଏବଂ ମନୋରଞ୍ଜନର ବଡ ବ୍ୟକ୍ତିତ୍ୱଙ୍କ ସମେତ ୭ ହଜାରରୁ ଅଧିକ ଲୋକ ୨୨ ଜାନୁଆରୀରେ ଏହି ଐତିହାସିକ ସମାରୋହରେ ସାମିଲ ହେବେ । ଏହାକୁ ଦୃଷ୍ଟିରେ ରଖି PVR ଏବଂ INOX ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଥିଏଟରରେ ଲାଇଭ୍ ଦେଖାଇବାର ଯୋଜନା କରିଛନ୍ତି । ଏହି ସମାରୋହର ଲାଇଭ ଟେଲିକାଷ୍ଟ ନ୍ୟୁଜ ଚ୍ୟାନେଲ, ଦୂରଦର୍ଶନ ଏବଂ ଅନେକ ସୋସିଆଲ ମିଡିଆରେ ଲାଇଭ ପ୍ରସାରଣ କରାଯିବ । ଏଥିସହ ଏହି କାର୍ଯ୍ୟକ୍ରମକୁ ବଡ ପରଦାରେ ମଧ୍ୟ ଦେଖିବାର ସୁଯୋଗ ରହିଛି ।
PVR ସିନେମା ଏକ୍ସରେ ଏକ ପୋଷ୍ଟ ସେୟାର କରିଛି । ସେମାନଙ୍କ କହିବାନୁସାରେ, ଜାନୁଆରୀ ୨୨ରେ ଦେଶର ୭୦ଟି ସହରର ୧୬୦ଟି ପ୍ରେକ୍ଷାଳୟରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଲାଇଭ୍ ଟେଲିକାଷ୍ଟ ଦେଖିବାକୁ ମିଳିବ । ଏଥିପାଇଁ ଦର୍ଶକଙ୍କୁ ଟିକେଟ୍ ପାଇଁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ସମୟରେ ଦର୍ଶକଙ୍କୁ କୋଲଡ୍ରିଙ୍କ ଏବଂ ପପକନ ମାଗଣାରେ ଦିଆଯିବ।
କହିରଖୁଛୁ ଯେ ରାମଲାଲାଙ୍କ ପ୍ରତିମା ବୁଧବାର ଦିନ ଅଯୋଧ୍ୟାରେ ପହଞ୍ଚିଥିଲା ଏବଂ ଏହା ଗତ ଶୁକ୍ରବାର (ଜାନୁଆରୀ 19) ରେ ଗର୍ଭଗୃହରେ ସ୍ଥାପିତ କରାଯାଇଥିଲା । ଏଥିସହିତ ରାମଲାଲାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲାଲାଙ୍କ କଳା ରଙ୍ଗର ପ୍ରତିମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ଏବଂ ପ୍ରସ୍ଥ ୩ ଫୁଟ । ଏଥିରେ ୧୦ଟି ଭଗବାନଙ୍କ ପ୍ରତିଛବି ଖୋଦିତ ହୋଇଛି । ଏହାକୁ ଅରୁଣ ଯୋଗୀରାଜ ପ୍ରସ୍ତୁତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ପ୍ରେମରେ ପ୍ରଧାନମନ୍ତ୍ରୀ; ଓଡ଼ିଆ ରାମ ଭଜନ କଲେ ସେୟାର, କୃତଜ୍ଞତା ଜଣାଇଲେ ନମିତା ଅଗ୍ରୱାଲ
ସୂଚନା ଥାଉ କି, ଏହି ସମାରୋହରେ ଯୋଗ ଦେବାକୁ ଅନେକ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ଏନେଇ ହେମା ମାଲିନୀ ଏବଂ ରାମାୟଣ ତାରକା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲହରୀ ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି । ସେପଟେ ଅନୁପମ ଖେର, ଅମିତାଭ ବଚ୍ଚନ, ରଜନୀକାନ୍ତ, ଚିରଞ୍ଜୀବୀ, ରାମଚରଣ, ଅକ୍ଷୟ କୁମାର, କେଜିଏଫ ତାରକା ୟଶ, ଧନୁଷ, ପ୍ରଭାସ, ମାଧୁରୀ ଦୀକ୍ଷିତ, କଙ୍ଗନା ରାଣାୱତ, ଅଜୟ ଦେବଗନ, ସନ୍ନି ଦେଓଲ, ଅନୁପମ ଖେର, ରଣବୀର କପୁର, ଆଲିଆ ଭଟ୍ଟ, ରଣଦୀପ ହୁଡା, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା ସମେତ ସଂଜୟ ଲୀଲା ଭଂଶାଲୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।