ETV Bharat / entertainment

ବାସ୍ତବ ଘଟଣାକୁ ନେଇ ନିର୍ମିତ ସିନେମା 'ଖରା' ରିଲିଜ - ଖରା

'Khara' Premiere In Bhabanipatana: ମରୁଡିରେ ପ୍ରପୀଡ଼ିତ ଅଞ୍ଚଳର ବାସ୍ତବ ଘଟଣାକୁ ନେଇ ନିର୍ମିତ ହୋଇଛି ସିନେମା ଖରା । ଆଜି ଭବାନୀପାଟଣାରେ ଫିଲ୍ମର ପ୍ରିମିଅର ଶୋ' ଆୟୋଜିତ ହୋଇଥିବା ବେଳେ ସିନେମାହଲରେ ଦର୍ଶକଙ୍କ ଭିଡ଼ ଜମିଥିଲା ।

ବାସ୍ତବ ଘଟଣାକୁ ନେଇ ନିର୍ମିତ ସିନେମା 'ଖରା' ରିଲିଜ

author img

By ETV Bharat Odisha Team

Published : Feb 7, 2024, 6:11 PM IST

ବାସ୍ତବ ଘଟଣାକୁ ନେଇ ନିର୍ମିତ ସିନେମା 'ଖରା' ରିଲିଜ

ଭବାନୀପାଟଣା: ଓଡ଼ିଶାର ବାସ୍ତବ କାହାଣୀ ନେଇ ନିର୍ମିତ ସିନେମା 'ଖରା' । ଆଜି ଏହାର ପ୍ରିମିଅର ଶୋ' ଭବାନୀପାଟଣା ସିନେପ୍ଲେକ୍ସରେ ଅନୁଷ୍ଠିତ ହୋଇଥିଲା । ଚାଷ ଓ ଚାଷୀ ର କାହାଣୀ ପାଣି ପାଇଁ ହା ହା କାରର କାହାଣୀ, ମରୁଡିରେ ପ୍ରପୀଡ଼ିତ ଅଞ୍ଚଳର ବାସ୍ତବ ଘଟଣାକୁ ନେଇ ନିର୍ମିତ ହୋଇଥିବା ବେଳେ ସିନେମାହଲରେ ଦର୍ଶକଙ୍କ ଭିଡ଼ ଜମିଥିଲା । ନିଜ ଅଞ୍ଚଳର ବାସ୍ତବିକ୍ ଘଟଣା ଦେଖି ବେଶ ଉତ୍ସାହିତ ହୋଇଥିଲେ ଦର୍ଶକ ।

ସିନେମାରେ ବର୍ତ୍ତମାନର ପାଣିପାଗ ପରିବର୍ତ୍ତନ ଓ ଗରିବ ଲୋକଙ୍କ ଉପରେ ପଡ଼ୁଥିବା ପ୍ରଭାବର ସତ୍ୟ କାହାଣୀ ଉପରେ ପରିବେଶିତ ଅଟେ । ଏହି ଫିଲ୍ମଟି ଟିଲାଗଡ଼ରେ ଦୁର୍ଗ ବର୍ଷା ପୂର୍ବେ ଯେଉଁ ଭଳି ଭାବରେ ବର୍ଷାର ଅଭାବ ଦେଖା ଦେଇଥିଲା ଓ ମରୁଡି ପାଇଁ ଲୋକେ କିଭଳି ଖାଇବାକୁ ନ ପାଇ ମୃତ୍ୟୁବରଣ କରିଥିଲେ । ଜଣେ ମହାଜନଙ୍କ ଦ୍ଵାରା କିଭଳି ମହିଳା ମାନେ ଶୋଷଣର ଶିକାର ହୋଇଥିଲେ। ତାହା ଏହି ସିନେମା ମାଧ୍ୟମରେ ଦର୍ଶାଯାଇଛି । ତେବେ ଏହି ଫିଲ୍ମକୁର କାହାଣୀ ଦର୍ଶକଙ୍କ ମନକୁ ଛୁଇଁଛି ।

ପରଦାରେ କାହାଣୀକୁ ଜୀବନ୍ତ ରୂପ ଦେଇଛନ୍ତି ଏଥିରେ ଅଭିନୟ କରିଥିବା କଳାକାର । କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଏହି ସିନେମାରେ ବରିଷ୍ଠ ଅଭିନେତା ଶ୍ରୀକର ମିଶ୍ର, ନାଟ୍ୟଭୁଷନ ଜଗଦାନନ୍ଦ ଛୁରିଆ, ଲଳିତ ପୁଝାରୀ, ଗଦାଧର ବାରିକ, ସୁଶୀଳା ନାୟର, ଅଶୋକ ବେହେରା, ସଭ୍ୟା ଦୀପ, ମିଳି ବାରିକ, ଶିଶୁ କଳାକାର ଅସ୍ମିତା ମିଶ୍ର, ଏଲୋରା ଟେଣ୍ଟୀ, ଅଦୁ ଭଳି କଳାକାର ଚମତ୍କାର ଅଭିନୟ କରିଛନ୍ତି। ସେହିପରି ଏହି ସିନେମାକୁ ଯୁଗଳ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ଡିଓପି ନିର୍ଦ୍ଦେଶକ ଗୋପାଳ ପ୍ରଧାନ ରହିଛନ୍ତି। ପଙ୍କଜ ଜାଲ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ମାନସୀ ପାଣିଗ୍ରାହୀ ପ୍ରଯୋଜନା କରିଥିଲେ ।

ତେବେ ଏକ ନିଆରା ଓ ସତ୍ୟ କାହାଣୀ ଉପରେ ଆଧାରିତ ଏହି ସିନେମାରରେ ସବୁ କଳାକାର ଓ ଲୋକ ଖୁବ ପରିଶ୍ରମ କରିଥିବାର କହିଛନ୍ତି ସିନେମା ପ୍ରଯୋଜକ । ସିନେମାଟି ଜାତୀୟ ଅନ୍ତର୍ଜାତୀୟ ଖ୍ୟାତି ପାଇଥିବା ବେଳେ ବିଭିନ୍ନ ବର୍ଗର ପୁରସ୍କାର ମଧ୍ୟ ଜିତିଛି । ତେବେ ଓଡ଼ିଆ ସିନେମା ଏବେ ଏକ ନୂଆ ଉପଲବ୍ଧି ପାଇବାରେ ସଫଳ ହେଉଛି । ପ୍ରଥମେ ଦମନ ଓ ପରେ ସିନେମା ଖରାର ସଫଳତା ଏବେ ଓଡ଼ିଆ ସିନେମାକୁ ଏକ ନୂଆ ଦିଗ ଦେବାରେ ସଫଳ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.