ETV Bharat / entertainment

କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ବେକାବୁ ହେଲେ ଫ୍ୟାନ୍ସ, ଭାଙ୍ଗିଦେଲେ ବ୍ୟାରିକେଡ୍

author img

By ETV Bharat Odisha Team

Published : Jan 29, 2024, 1:58 PM IST

Kartik Aaryan at 69th Filmfare Awards 2024: ଫିଲ୍ମଫେୟାର ଆୱାର୍ଡରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ବେକାବୁ ହୋଇଥିଲେ ଫ୍ୟାନ୍ସ । ଅଭିନେତାଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।

କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ବେକାବୁ ହେଲେ ଫ୍ୟାନ୍ସ, ଭାଙ୍ଗିଦେଲେ ବ୍ୟାରିକେଡ୍
କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ବେକାବୁ ହେଲେ ଫ୍ୟାନ୍ସ, ଭାଙ୍ଗିଦେଲେ ବ୍ୟାରିକେଡ୍

ହାଇଦ୍ରାବାଦ: ବଲିଉଡ ଅଭିନେତାଙ୍କ କ୍ରେଜ ବହୁତ ଥାଏ । ସାରା ଦେଶରେ ସେମାନଙ୍କ ଫ୍ୟାନ ଫୋଲଂ ମଧ୍ୟ ଢେର ଅଧିକ । ନିଜ ପ୍ରିୟ ତାରକାଙ୍କ ଗୋଟିଏ ଝଲକ ପାଇବାକୁ ଫ୍ୟାନ୍ସ କିଛି ବି କରିବାକୁ ପଛାଇନଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ହ୍ୟାଣ୍ଡସମ ହଙ୍କ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖି ବେକାବୁ ହୋଇଛନ୍ତି ଫ୍ୟାନ୍ସ । ଅଭିନେତାଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଗୁଜୁରାଟରେ ଆୟୋଜିତ ୨୦୨୪ ଫିଲ୍ମଫେୟାର ପୁରସ୍କାର ଶୋ'ରେ ସାମିଲ ହୋଇଥିଲେ କାର୍ତ୍ତିକ ଆର୍ଯ୍ୟନ । ଏହି ସମୟରେ ଅଭିନେତା ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ ଜମିଥିଲା । ଫ୍ୟାନ୍ସଙ୍କୁ ହାତ ହଲାଇ ଅଭିନେତା ଅଭିବାଦନ ଜଣାଇଥିଲେ । ଏଥିସହ କିଛି ଫ୍ୟାନ୍ସଙ୍କ ସହ କାର୍ତ୍ତିକ ହାତ ମଧ୍ୟ ମିଳାଇଥିଲେ । ଏହି ସମୟରେ ଉତ୍ସାହିତ ଫ୍ୟାନ୍ସ ବ୍ୟାରିକେଡକୁ ଭାଙ୍ଗିଦେଇଥିଲେ । ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ପୋଲିସ ସିକ୍ୟୁରିଟି ଘଟଣାକୁ ନିୟନ୍ତ୍ରଣ କରିଦେଇଥିଲେ । ତେବେ ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।

କହିରଖୁଛୁ କି, ଏହି ଘଟଣା ପରେ କାର୍ତ୍ତିକ ସୁରକ୍ଷିତ ଭାବେ ମଞ୍ଚରେ ପହଞ୍ଚିଥିଲେ ଏବଂ ଦମଦାର ଡ୍ୟାନ୍ସ ପ୍ରଦର୍ଶନ କରି ଲୋକଙ୍କ ମନ ଜିତିଥିଲେ । ଅଭିନେତା ନିଜ ଫିଲ୍ମ 'ଭୁଲ ଭୁଲେୟା ୨'ର ଟାଇଟଲ ଟ୍ରାକ ଗୀତରେ ପରଫର୍ମ କରିଥିଲେ । ସେହିପରି ରଣବୀର କପୁର, ତିପ୍ତୀ ଡିମ୍ରି, କରୀନା କପୁର ଖାନ, ଜାହ୍ନବୀ କପୁର, ବରୁଣ ଧୱନ ନିଜ ଦମଦାର ପ୍ରଦର୍ଶନରେ ଶୋ'ରେ ଧମାକା କରିଥିଲେ । ଏଥିସହ ରଣବୀର ଆଲିଆଙ୍କ ସହ 'ଜମାଲ କୁଡୁ' ଗୀତରେ ନାଚି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ୮ ମିନିଟର ୱାର ସିନ୍ ସୁଟ କଲେ କାର୍ତ୍ତିକ, ଫଟୋ ସେୟାର କରି ନିର୍ମାତାଙ୍କୁ ଦେଲେ ଧନ୍ୟବାଦ

କାର୍ତ୍ତିକ ଆର୍ଯ୍ୟନଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, କାର୍ତ୍ତିକଙ୍କୁ ଆଗାମୀ ଫିଲ୍ମ 'ଚନ୍ଦୁ ଚମ୍ପିଆନ'ରେ ଦେଖିବାକୁ ମିଳିବ । ଏହି ଫିଲ୍ମ କ୍ରୀଡ଼ା ଡ୍ରାମାରେ ଭରପୁର ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁରଲୀକାନ୍ତ ପେଟକରଙ୍କ ବାୟୋପିକ୍ ଅଟେ । ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ଏକ କ୍ରୀଡ଼ା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ 14 ଜୁନ୍ 2024ରେ ମୁକ୍ତିଲାଭ କରିବ । ଏହାବ୍ୟତୀତ ସେ 'ଆଶିକି 3' ଏବଂ ନିର୍ଦ୍ଦେଶକ ହଂସଲ ମେହେତ୍ତାଙ୍କ ଫିଲ୍ମ 'କ୍ୟାପଟେନ୍‌ ଇଣ୍ଡିଆ' ଏବଂ 'ଭୁଲ ଭୁଲେୟା-୩'ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.