ETV Bharat / entertainment

'ଡାଇରେକ୍ଟର ଅଫ ଦ ଇୟର' ପରେ ଆମେରିକାରେ ସମ୍ମାନିତ ହେବେ କରଣ ଜୋହର - Karan Johar - KARAN JOHAR

Karan Johar At Gold House Gala: ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କୁ ନିକଟରେ ବର୍ଷର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା ଏବଂ ବର୍ତ୍ତମାନ ନିର୍ଦ୍ଦେଶକଙ୍କୁ ଆମେରିକାରେ ଏକ ଖାସ୍ ସମ୍ମାନରେ ସମ୍ମାନିତ କରାଯିବ ।

'ଡାଇରେକ୍ଟର ଅଫ ଦ ଇୟର' ପରେ ଏବେ ଆମିରିକାରେ ସମ୍ମାନିତ ହେବେ କରଣ ଜୋହର

author img

By ETV Bharat Odisha Team

Published : Apr 26, 2024, 7:08 PM IST

ହାଇଦ୍ରାବାଦ: କରଣ ଜୋହର ବଲିଉଡର ଜଣେ ପ୍ରମୁଖ ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି । ତେବେ କରଣ ଜୋହର ବର୍ତ୍ତମାନ କମ୍ ନିର୍ଦ୍ଦେଶନା ଦେଇଛନ୍ତି କିନ୍ତୁ ତାଙ୍କ ଚଳଚ୍ଚିତ୍ର ପ୍ରଡକ୍ସନ୍ ହାଉସ୍ ଧର୍ମା ପ୍ରଡକ୍ସନ୍ସ ମାଧ୍ୟମରେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଏଥିସହ କରଣ ଜୋହର ମଧ୍ୟ ଓଟିଟି ପ୍ଲାଟଫର୍ମରେ ଧମାକା କରୁଛନ୍ତି । ତେବେ ନିକଟରେ କରଣଙ୍କୁ ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ ଦ୍ୱାରା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ 'ଡାଇରେକ୍ଟର ଅଫ୍ ଦି ଇୟର' ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ଏବେ ଫିଲ୍ମ ନିର୍ମାତା ବିଷୟରେ ଆଉ ଏକ ଖୁସି ଖବର ଆସିଛି । କରଣ ଜୋହରଙ୍କୁ ବର୍ତ୍ତମାନ ଗୋଲ୍ଡ ହାଉସ୍ ଗାଲା 2024 (ଆମେରିକା)ରେ ସମ୍ମାନିତ କରାଯିବ ।

କରଣ ଜୋହର ଟପ 100 ପ୍ରଭାବଶାଳୀ ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ଆମେରିକାରେ ମେ ୧୧ରେ ଆୟୋଜିତ ତୃତୀୟ ବାର୍ଷିକ ଗୋଲ୍ଡ ହାଉସ୍ ଗାଲା 2024 କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯିବ । ଏହି ସମାରୋହ ଲସ୍ ଆଞ୍ଜେଲ୍ସର ଐତିହାସିକ ସଙ୍ଗୀତ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଟପ୍ ଏସିୟାନ ବ୍ୟକ୍ତି ବିଶେଷ ଏବଂ ମଲ୍ଟିକଲ୍ଚୁରାଲ ନେତା ସାମିଲ ହେବେ । ପ୍ରାୟ 600ରୁ ଅଧିକ ଅତିଥି ଏହି ଇଭେଣ୍ଟରେ ଯୋଗଦେବେ ବୋଲି ଜଣାପଡିଛି ।

ସୂଚନା ଥାଉ କି, ଗୋଲ୍ଡ ହାଉସ୍ ମେ ୧ରେ A100 ସମ୍ମାନ ସମ୍ମାନ ତାଲିକା ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ୧୦୦ ପ୍ରଭାବଶାଳୀ ଏସୀୟ ପ୍ରଶାନ୍ତ ମହାସାଗରୀୟ ଚେଞ୍ଜମେକର୍ ସାମିଲ ହୋଇଛନ୍ତି । ଏଥିରେ କରଣ ଜୋହରଙ୍କ ନାମ ବି ଅନ୍ତର୍ଭୁକ୍ତ । କରଣଙ୍କ ବ୍ୟତୀତ ବାଙ୍ଗ ସି ହ୍ୟୁକ୍, କ୍ରିଏଟର ଆଣ୍ଡ କାଷ୍ଟ ଅଫ ବିଫ, ସିନ୍ଥିଆ ଇରିଭୋ, ହେଲୋ କିଟି, ହୋଆ ଶୋଣ୍ଡା, ଲୁସି ଲିୟୁ, ଜୟ ଫୁଜିତା, କୋଭିକା କାସ୍କୋ ସମେତ ଅନେକ ସେଲିବ୍ରିଟିଙ୍କ ନାମ ରହିଛି । ଏଥର ଗୋଲ୍ଡ ହାଉସ୍ 2024 ର ଥିମ୍ ରହିଛି 'ଏକ ଗୋଲ୍ଡ ନୂଆ ୱାର୍ଲ୍ଡ, ଆସନ୍ତାକାଲିର ଏକ ଭଲ କଳ୍ପନା ।' ଏଥି ସହିତ ବିଳାସପୂର୍ଣ୍ଣ ବ୍ରାଣ୍ଡ ଫ୍ୟାଶନ ଡିଜାଇନର୍ ପ୍ରବଲ ଗୁରୁଙ୍ଗ ଏହି ଥିମକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବେ, ଯିଏ ଏହି ଇଭେଣ୍ଟର ପ୍ରଥମ କ୍ରିଏଟିଭ ନିର୍ଦ୍ଦେଶକ ହୋଇପାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାର୍ତ୍ତିକଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଅଭିନେତାଙ୍କ ସହ ପ୍ରଥମ ଫିଲ୍ମର ଘୋଷଣା କଲେ କରଣ

କରଣ ଜୋରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, 'କୁଛ କୁଛ ହୋତା ହେ' ଓ 'ଏ ଦିଲ୍‌ ହେ ମୁଶକିଲ' ଭଳି ଫିଲ୍ମ ତାଙ୍କ ହିଟ୍‌ ଫିଲ୍ମ ଲିଷ୍ଟ ମଧ୍ୟରୁ ରହିଛି । କରନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'କଭି ଖୁସି କଭି ଗମ' ଏବଂ 'ମାଇ ନେମ ଇଜ ଖାନ' ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ଏହା ଛଡ଼ା ମାଇ ନେମ୍‌ ଇଜ୍‌ ଖାନ୍‌, ଷ୍ଟୁଡେଣ୍ଟ୍‌ ଅଫ ଦି ଇୟର, କଭି ଅଲବିଦା ନା କେହନା ଭଳି ଫିଲ୍ମ ଦର୍ଶକଙ୍କ ମନ ଛୁଇଁବା ସହ ବକ୍ସ ଅଫିସ୍‌ରେ ରାଜ କରିଥିଲା । ସମ୍ପ୍ରତି କରଣ ଭାରତର ଟପ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନ୍ସର ମାଲିକ ଏବଂ ଏହି ବ୍ୟାନରରେ ସେ ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍‌ ଶିବା, ବାହୁବଲୀ, ସୂର୍ଯ୍ୟବଂଶୀ, ୟେ ଜୱାନୀ ହେ ଦିୱାନୀ ଏବଂ 'ରକି ଔର ରାନୀ କି ପ୍ରେମ କାହାନୀ'ଭଳି ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ସେ ନିର୍ମାଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.