ETV Bharat / entertainment

ହତ୍ୟା ମାମଲାରେ ଫସିଲେ ଅଭିନେତା ଦର୍ଶନ ଥୁଗୁଦୀପ, ହେପାଜତକୁ ନେଲା ପୋଲିସ - Darshan Thoogudeepa

Renukaswamy Murder Case: ବିବାଦରେ ସାଉଥ ସୁପରଷ୍ଟାର ଦର୍ଶନ ଥୁଗୁଦୀପ । ଏକ ହତ୍ୟା ମାମଲାରେ ଦର୍ଶନ ଥୁଗୁଦିପଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ହେପାଜତକୁ ନେଲା ପୋଲିସ । ଅଧିକ ପଢନ୍ତୁ,

Renukaswamy Murder Case
Renukaswamy Murder Case (ETV Bharat Odisha)
author img

By ETV Bharat Odisha Team

Published : Jun 11, 2024, 2:26 PM IST

ହାଇଦ୍ରାବାଦ: ବିବାଦ ଘେରରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପ । ଅଭିନେତାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି । ସୂଚନା ଅନୁଯାୟୀ ଏକ ହତ୍ୟା ମାମଲାରେ ବେଙ୍ଗାଲୁରୁର କାମାକ୍ସିପାଲ୍ୟା ପୋଲିସ ଅଭିନେତାଙ୍କୁ ହେପାଜତକୁ ନେଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚିତ୍ରାଦୁର୍ଗାର ରେଣୁକାସ୍ୱାମୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦକ୍ଷିଣ ସୁପରଷ୍ଟାର ଦର୍ଶନଙ୍କ ନାମ ନେଇଛନ୍ତି, ଯାହାକୁ ନେଇ ଅଭିନେତାଙ୍କୁ ପୋଲିସ ହେପାଜତକୁ ନେଇଛି । ଏହି ଅଭିନେତା ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଛି ।

ବେଙ୍ଗାଲୁରୁ ପୋଲିସ କମିଶନର ବି. ଦୟାନନ୍ଦ ଗଣମାଧ୍ୟମକୁ କହିଛନ୍ତି, 'ଜୁନ ୯ରେ ବେଙ୍ଗାଲୁରୁ ପଶ୍ଚିମ ଡିଭିଜନର କାମାକ୍ସିପାଲ୍ୟା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ହତ୍ୟା ମାମଲାରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ କଳାକାରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଚିତ୍ରାଦୁର୍ଗାର ରେଣୁକାସ୍ୱାମୀ ନାମକ ଜଣେ ବ୍ୟକ୍ତିର ହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।'

ରେଣୁକା ସ୍ୱାମୀ କିଏ?

ରେଣୁକାସ୍ୱାମୀ ଚିତ୍ରାଦୁର୍ଗାସ୍ଥିତ ଏକ ମେଡିକାଲ ଦୋକାନରେ ସହକାରୀ ଥିଲେ ଏବଂ ନିକଟରେ ସେ ବିବାହ କରିଥିଲେ । ପୋଲିସର ସୂଚନାନୁସାରେ, ମୃତ ବ୍ୟକ୍ତି ଜଣକ ପ୍ରଥମେ ଚିତ୍ରାଦୁର୍ଗାରୁ ଅପହରଣ କରାଯାଇ ସହରର ପଶ୍ଚିମ ଭାଗର କାମାକ୍ସିପାଲ୍ୟା ହତ୍ୟା କରାଯାଇଥିଲା । ତାଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର କରାଯାଇଥିଲା ଏବଂ ଏଥିରେ ଶାରୀରିକ ଆଘାତ ଲାଗିଥିବାର ଚିହ୍ନ ରହିଥିଲା, ଯାହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଏହି ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାମ ନେଇଥିବା ବେଳେ ପୋଲିସ ତାଙ୍କୁ ହେପାଜତକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି ।

ଦର୍ଶନଙ୍କ ଅଭିନୟ କ୍ୟାରିଅର

ଦର୍ଶନଙ୍କ ଅଭିନୟ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ୧୯୭୭ ମସିହାରେ 'ମହାଭାରତ' ଚଳଚ୍ଚିତ୍ରରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ସହ-ତାରକା ଭୂମିକାରେ ଅଭିନୟ କରିଥିଲେ ଏବଂ ପରେ ସେ ଜଣେ ମୁଖ୍ୟ ହିରୋ ଭାବରେ କାର୍ଯ୍ୟ କରିଥିଲେ । ଦର୍ଶନ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏଥିମଧ୍ୟରେ ନମ୍ମା ପ୍ରୀତିଆ ରାମୁ, କାଲାସିପାଲ୍ୟା, ଗାଜା, କରିଆ, ନବଗ୍ରହ, ସାରଥୀ, ବୁଲବୁଲ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ । କ୍ରାନ୍ତିବିରା ସଙ୍ଗାଲି ରୟତ୍ନାରେ ତାଙ୍କୁ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜୀବନ ହାରିଲେ ଅଭିନେତ୍ରୀ ନୁର ମାଲବିକା ଦାସ, ଘରୁ ମିଳିଲା ମୃତଦେହ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.