ETV Bharat / entertainment

ରିଲିଜର ସପ୍ତାହେ ପୂର୍ବରୁ ବିବାଦରେ 'ଏମରେଜନ୍ସି', ଏହି ରାଜ୍ୟରେ ବ୍ୟାନ ହେବ ଫିଲ୍ମ ! - Emergency Controversy

author img

By ETV Bharat Entertainment Team

Published : Aug 30, 2024, 1:52 PM IST

Kangana Ranaut Film Emergency Controversy: ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ମତାମତ ନେଇ ଶିରୋନାମାରେ ରହିଥିବା ବେଳେ ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ 'ଏମରଜେନ୍ସି' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ଏହାକୁ ବ୍ୟାନ କରିବାକୁ ଚାରିଆଡୁ ଦାବି ଉଠୁଛି । ଏପରି ସମୟରେ ଏବେ ତେଲେଙ୍ଗାନାରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠିଛି । ପୁରା ମାମଲା କ'ଣ ? ଜାଣନ୍ତୁ,

ରିଲିଜର ସପ୍ତାହେ ପୂର୍ବରୁ ବିବାଦରେ 'ଏମରେଜନ୍ସି', ଏହି ରାଜ୍ୟରେ ବ୍ୟାନ ହେବ ଫିଲ୍ମ !
ରିଲିଜର ସପ୍ତାହେ ପୂର୍ବରୁ ବିବାଦରେ 'ଏମରେଜନ୍ସି', ଏହି ରାଜ୍ୟରେ ବ୍ୟାନ ହେବ ଫିଲ୍ମ ! (Film Poster)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । କୃଷକମାନଙ୍କ ଉପରେ ବିବାଦୀୟ ବିବୃତ୍ତି ପାଇଁ କଙ୍ଗନାଙ୍କୁ ଅନେକ ଟ୍ରୋଲ କରାଯାଉଛି । ଏହା ସହ କଙ୍ଗନାଙ୍କ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର ଏମରଜେନ୍ସି ମଧ୍ୟ ରିଲିଜ ହେବାକୁ ଯାଉଛି, ଯାହା ଟ୍ରେଲର ରିଲିଜ ହେବା ପରଠାରୁ ବିବାଦ ଘେରକୁ ଆସିଛି । ଏହାକୁ ନେଇ ଅନେକ ଶିଖ ସଂପ୍ରଦାୟ ବିରୋଧ କରିବା ସହ ବ୍ୟାନ କରିବାକୁ ଦାବି କରିଆସୁଛନ୍ତି । ଏପରି ସମୟରେ ଖବର ଆସୁଛି ଯେ, ଏହି ଫିଲ୍ମକୁ ତେଲେଙ୍ଗାନାରେ ବ୍ୟାନ ଲଗାଇବାକୁ ପ୍ରସ୍ତୁତି ଚଳାଇଛନ୍ତି ସରକାର ।

ତେଲେଙ୍ଗାନାରେ 'ଏମରଜେନ୍ସି'କୁ ବିରୋଧ

କଙ୍ଗନା ରାଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି'କୁ ନେଇ ଅନେକ ବିରୋଧ କରାଯାଉଛି । ଶିଖ ସଂଗଠନଗୁଡିକ ଅଭିଯୋଗ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଶିଖ ସମ୍ପ୍ରଦାୟକୁ ଭୁଲ ଭାବରେ ଚିତ୍ରଣ କରାଯାଇଛି ଏବଂ ସେମାନଙ୍କର ପ୍ରତିଷ୍ଠା କ୍ଷତିଗ୍ରସ୍ତ ହୋଇଛି। ପଞ୍ଜାବରେ ଏହି ଫିଲ୍ମକୁ ବହୁ ବିରୋଧ କରାଯାଇଥିବାବେଳେ ବର୍ତ୍ତମାନ ତେଲେଙ୍ଗାନାରେ ଏକ ଶିଖ ସଂଗଠନ 'ଏମରଜେନ୍ସି'କୁ ବିରୋଧ କରିଛି । ଏହି କାରଣରୁ ରାଜ୍ୟରେ ଶିଖ ସଂଗଠନ ଗୁରୁବାର ଦିନ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀଙ୍କୁ ଭେଟିଥିଲେ ।

ତେଲେଙ୍ଗାନାରେ 'ଏମରଜେନ୍ସି' ହୋଇପାରେ ବ୍ୟାନ

ଖବର ଅନୁଯାୟୀ, ପୂର୍ବତନ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ତେଜଦୀପ କୌର ମେନନଙ୍କ ନେତୃତ୍ୱରେ ତେଲେଙ୍ଗାନା ଶିଖ ସୋସାଇଟିର ଏକ ପ୍ରତିନିଧି ଦଳ ସରକାରୀ ପରାମର୍ଶଦାତା ମହମ୍ମଦ ଅଲି ଶବବୀରଙ୍କୁ ଭେଟି 'ଏମରଜେନ୍ସି'ରେ ଶିଖଙ୍କ ଚିତ୍ରଣ ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ଶିଖ ସଂଗଠନ ଫିଲ୍ମର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି । ଶବବୀର ଏହି ଦାବି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କୁ ଜଣାଇଛନ୍ତି ଯାହା ସମ୍ପୃକ୍ତ ପରାମର୍ଶ ପରେ ସରକାର ରାଜ୍ୟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରିବେ ବୋଲି ନିଶ୍ଚିତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଏମରଜେନ୍ସି' ରିଲିଜ ପୂର୍ବରୁ କଙ୍ଗନାଙ୍କୁ ଝଟକା; ମିଳିଲା ଲିଗାଲ ନୋଟିସ୍, ଫିଲ୍ମ ଟ୍ରେଲର ହଟାଇବାକୁ ଦାବି

ଏହି ଦିନ ରିଲିଜ ହେବ 'ଏମରଜେନ୍ସି'

ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ ଏମିରଜେନ୍ସି ବିଷୟରେ ଦର୍ଶାଯାଇଛି । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.