ETV Bharat / entertainment

'ଏମରଜେନ୍ସି' ବିବାଦ ମଧ୍ୟରେ ନୂଆ ଫିଲ୍ମ ଘୋଷଣା କଲେ କଙ୍ଗନା, 'ଭାରତ ଭାଗ୍ୟ ବିଧାତା'ରେ ଆସିବେ ନଜର - Kangana Ranaut New Film

author img

By ETV Bharat Entertainment Team

Published : Sep 3, 2024, 2:46 PM IST

Kangana Ranaut Announces Bharat Bhagya Viddhaata: 'ଏମରଜେନ୍ସି' ରିଲିଜ ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ନୂଆ ଫିଲ୍ମ ଘୋଷଣା କରିଛନ୍ତି । ଅଭିନେତ୍ରୀଙ୍କ ନୂଆ ଫିଲ୍ମର ନାଁ 'ଭାରତ ଭାଗ୍ୟ ବିଧାତା' । 'ଏମରଜେନ୍ସି' ରିଲିଜରେ ରୋକ ଲାଗିବା ପରେ ଏହି ଫିଲ୍ମ ଘୋଷଣା କରିଛନ୍ତି କଙ୍ଗନା । ଅଧିକ ପଢନ୍ତୁ,

'ଏମରଜେନ୍ସି' ବିବାଦ ମଧ୍ୟରେ କଙ୍ଗନାଙ୍କ ନୂଆ ଫିଲ୍ମ ଘୋଷଣା, 'ଭାରତ ଭାଗ୍ୟ ବିଧାତା'ରେ ଆସିବେ ନଜର
'ଏମରଜେନ୍ସି' ବିବାଦ ମଧ୍ୟରେ କଙ୍ଗନାଙ୍କ ନୂଆ ଫିଲ୍ମ ଘୋଷଣା, 'ଭାରତ ଭାଗ୍ୟ ବିଧାତା'ରେ ଆସିବେ ନଜର (ANI photo)

ହାଇଦ୍ରାବାଦ: କଙ୍ଗନା ରାନାୱତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ନେଇ ଶିରୋନାମାରେ ରହିଛନ୍ତି । ସମଗ୍ର ଦେଶରେ ଶିଖ ସମ୍ପ୍ରଦାୟ କଙ୍ଗନାଙ୍କ ଏହି ଚଳଚ୍ଚିତ୍ରକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏପରିକି ସେନ୍ସର ବୋର୍ଡ ମଧ୍ୟ ଫିଲ୍ମ ରିଲିଜକୁ ସାର୍ଟିଫିକେଟ ଦେଇନଥିବା ଜଣାପଡିଛି । ଫଳରେ ଫିଲ୍ମ ରିଲିଜ ସ୍ଥଗିତ ହୋଇଛି । ଏପରି ସମୟରେ ଅଭିନେତ୍ରୀଙ୍କ ନୂଆ ଫିଲ୍ମ ମଧ୍ୟ ଘୋଷଣା କରାଯାଇଛି । ଯାହାର ନାଁ 'ଭାରତ ଭାଗ୍ୟ ବିଧାତା' । ଫିଲ୍ମରେ ସାଧାରଣ ଲୋକଙ୍କ ସଂଘର୍ଷ ଏବଂ ତାଙ୍କ ଉପଲବ୍ଧି ଦର୍ଶାଯିବ ।

ନୂଆ ଫିଲ୍ମ ଘୋଷଣା କଲେ କଙ୍ଗନା

କଙ୍ଗନା ସୋସିଆଲ ମିଡିଆ ଏକ୍ସରେ ନୂଆ ଫିଲ୍ମ 'ଭାରତ ଭାଗ୍ୟ ବିଧାତା' ଘୋଷଣା କରିଛନ୍ତି । ଅଭିନେତ୍ରୀ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି । ଯେଉଁଥିରେ ତାଙ୍କ ସହ ନିର୍ଦ୍ଦେଶକ ଏବଂ ପ୍ରଡ୍ୟୁସର ନଜର ଆସିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ବଡ଼ ପରଦାରେ ବାସ୍ତବିକ ଜୀବନର କାହାଣୀକୁ ଅନୁଭବ କରନ୍ତୁ । 'ଭାରତ ଭାଗ୍ୟ ବିଧାତା' ଘୋଷଣା କରି ମୁଁ ଖୁସି, ଯେଉଁଥିରେ ଅନେକ ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ।''

'ଭାରତ ଭାଗ୍ୟ ବିଧାତା' ଫିଲ୍ମ ବିଷୟରେ କହିବାକୁ ଗଲେ,

କଙ୍ଗନା ରାଣାୱତଙ୍କ ଏହି ଚଳଚ୍ଚିତ୍ର ଆମ ଦେଶ ଗଠନ କରୁଥିବା ବ୍ଲୁ-କଲର ଶ୍ରମିକଙ୍କ ସଂଘର୍ଷ ଉପରେ ଆଧାରିତ । ଯେଉଁଥିରେ ସେହି ହିରୋମାନଙ୍କ ଉଦ୍ୟମକୁ ଦର୍ଶାଯାଇଛି ଯେଉଁମାନେ ଅଧିକ ମାନ୍ୟତା ପାଇନାହାଁନ୍ତି କିନ୍ତୁ ଦେଶର ବିକାଶରେ ସେମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଭାରତ ଭାଗୀ ବିଦ୍ୟା ନିର୍ଦ୍ଦେଶନା ତଥା ମନୋଜ ତାପାଦିଆନଙ୍କ ଦ୍ୱାରା ଲିଖିତ । ଏଥିସହ ଏହାକୁ ବବିତା ଆଶିୱାଲ (ୟୁନୋୟା ଫିଲ୍ମସ) ଏବଂ ଆଦି ଶର୍ମା (ଫ୍ଲୋଟିଂ ରକ୍ସ ଏଣ୍ଟରଟେନମେଣ୍ଟ) ଦ୍ୱାରା ପ୍ରସ୍ତୁତ କରାଯାଉଛି । ତେବେ ପୁଣି କଙ୍ଗନାହ୍କୁ ଏହି ଫିଲ୍ମରେ ଦମାଦର ଅନ୍ଦାଜରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ପୁଣି ଘୁଞ୍ଚିଲା ଫିଲ୍ମ 'ଏମରଜେନ୍ସି' ରିଲିଜ; ସେନ୍ସର ବୋର୍ଡଠୁ ଏଯାଏଁ ମିଳିନି ସାର୍ଟିଫେକଟ୍, କୋର୍ଟ ଯିବି କହିଲେ କଙ୍ଗନା

'ଏମରଜେନ୍ସି' କାହିଁକି ସ୍ଥଗିତ ରଖାଗଲା?

କଙ୍ଗନାଙ୍କ ଚଳଚ୍ଚିତ୍ର 'ଏମରଜେନ୍ସି' ଚଳିତ ବର୍ଷ ସେପ୍ଟେମ୍ବର 6 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥାନ୍ତା । ହେଲେ ଫିଲ୍ମରେ ଶିଖ ମାନଙ୍କ ଚିତ୍ରଣ ଭୁଲ ଭାବେ ଦର୍ଶାଯାଇଥିବା ଅଭିଯୋଗ କରି ଫିଲ୍ମକୁ ବିରୋଦ ସହ ବ୍ୟାନ କରିବାକୁ ଦାବି ହୋଇଛି । ଏପରି ସମୟରେ ସିବିଏଫସି ଏପର୍ଯ୍ୟନ୍ତ ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ କରିନଥିବା ବେଳେ ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.