ETV Bharat / entertainment

'RRR-ବାହୁବଳୀ'କୁ ଧୂଳି ଚଟାଇବ 'କଲ୍କି 2898AD'! ପ୍ରଥମ ଦିନରେ ଏତିକି କୋଟି ଆୟ କରିପାରେ ପ୍ରଭାସଙ୍କ ଫିଲ୍ମ - KALKI 2898 AD BOX OFFICE PREDICTION

author img

By ETV Bharat Odisha Team

Published : Jun 27, 2024, 11:51 AM IST

Updated : Jun 27, 2024, 12:13 PM IST

Kalki 2898AD Box Office Prediction: 'କଲ୍କି 2898 AD' ଆଜି ବିଶ୍ୱର ୮,୫୦୦ ସ୍କ୍ରିନରେ ରିଲିଜ ହୋଇଛି । ତେବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ଦର୍ଶକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ଏଭଳି ପରିସ୍ଥିତିରେ, ଫିଲ୍ମର କ୍ରେଜ ଏବଂ ଆଡଭାନ୍ସ, ବୁକିଂ ଦେଖି ଏହି ଚଳଚ୍ଚିତ୍ର ୨୦୨୪ ବର୍ଷର ସର୍ବୋଚ୍ଚ ଓପନର ହୋଇ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ,

'RRR-ବାହୁବଳୀ'କୁ ଧୂଳି ଚଟାଇବ 'କଲ୍କି 2898AD'! ପ୍ରଥମ ଦିନରେ ଏତିକି କୋଟି ଆୟ କରିପାରେ ପ୍ରଭାସଙ୍କ ଫିଲ୍ମ
'RRR-ବାହୁବଳୀ'କୁ ଧୂଳି ଚଟାଇବ 'କଲ୍କି 2898AD'! ପ୍ରଥମ ଦିନରେ ଏତିକି କୋଟି ଆୟ କରିପାରେ ପ୍ରଭାସଙ୍କ ଫିଲ୍ମ (Instagram)

ହାଇଦ୍ରାବାଦ: ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ 'କଲ୍କି 2898 AD' ବର୍ଷର ସବୁଠାରୁ ବଡ ତଥା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଜି ପ୍ରେକ୍ଷାଳୟକୁ ଆସିଛି । ଏହା ଏକ ସାଇନ୍ସ ଫିକ୍ସନ୍ ଫିଲ୍ମ ହୋଇଥିବା ବେଳେ ଏଥିରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପାଟାନିଙ୍କ ସମେତ ଅନେକ କଳାକାର ଶକ୍ତିଶାଳୀ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ୫୦କୋଟିରୁ ଅଧିକ ଟଙ୍କା କଲେକ୍ସନ କରି ରେକର୍ଡ ସୃଷ୍ଟି କରିଛି । କେବଳ ଏତିକି ନୁହେଁ ଫିଲ୍ମ ପ୍ରଥମ ଦିନର ସୋ' ହାଉସଫୁଲ ରହିଛି । ତେବେ ଏହାକୁ ଦେଖି ଫିଲ୍ମ ପ୍ରଥମ ଦିନରେ ବମ୍ପର କଲେକ୍ସନ ସହ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । କୁହାଯାଉଛି ଯେ ଏହି ଚଳଚ୍ଚିତ୍ର 2024 ବର୍ଷର ସର୍ବୋଚ୍ଚ ଓପନର ହୋଇପାରେ ।

ପ୍ରଥମ ଦିନରେ ବମ୍ପର କଲେକ୍ସନ କରିବ ‘କଲ୍କି 2898 AD’

‘କଲ୍କି 2898 AD’ ଭାରତର ସମସ୍ତ ଭାଷାରେ ୨୦ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରିସାରିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ‘କଲ୍କି 2898 AD’ କେବଳ ତେଲୁଗୁ ଭାଷାରେ ୧୫ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରିଛି । ତେବେ ଏହି ଚଳଚ୍ଚିତ୍ରଟି ମୋଟ ଆଡଭାନ୍ସ ବୁକିଂରେ ସାରା ଦେଶରେ ୫୫କୋଟିରୁ ଅଧିକ ଆୟ କରିସାରିଛି । ଏହାକୁ ଦେଖି ଫିଲ୍ମ ଘରୋଇ ବକ୍ସ ଅଫିସରେ ପ୍ରଥମ ଦିନରେ ୧୪୦କୋଟିରୁ ଅଧିକ ଟଙ୍କା ସହ ଓପନିଂ କରିବାର ପୂର୍ବାନୁମାନ କରିଥିବାରୁ ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି ।

ଦେଶ ନୁହେଁ ବିଦେଶରେ ମଧ୍ୟ ଫିଲ୍ମର ଜବରଦସ୍ତ କଲେକ୍ସନ

ଦେଶ ସମେତ ବିଦେଶରେ ମଧ୍ୟ ଫିଲ୍ମ ରିଲିଜ ହୋଇଥିବା ବେଳେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ପ୍ରଥମ ଦିନ ପାଇଁ ଉତ୍ତର ଆମେରିକାରେ ପ୍ରାୟ ୧ ମିଲିୟନରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । ଫଳରେ ଫିଲ୍ମ ଆଡଭାନ୍ସ ବୁକିଂରେ ୩.୫ ମିଲିୟନ ଡଲାର କଲେକ୍ସନ କରିଛି । ଏହାକୁ ଦେଖି କୁହାଯାଇପାରେ ଯେ, ସର୍ବଭାରତୀୟ ସ୍ତରରେ ଏହି ଚଳଚ୍ଚିତ୍ର ୨୦୦କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

RRR ରେକର୍ଡ ଭାଙ୍ଗିବ ‘କଲ୍କି 2898 AD’

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଉତ୍ତର ଆମେରିକାରେ ଆରଆରଆର ଏହାର ଉଦଘାଟନୀ ଦିନରେ 3.3 ମିଲିୟନ ଡଲାର ଆୟ କରିବାରେ ସଫଳ ହୋଇଥିବାବେଳେ କଲ୍କି 3.5 ମିଲିୟନ ଡଲାର ପାଖାପାଖି ଆୟ କରିଛି । ଇଣ୍ଡଷ୍ଟ୍ରିଆଲ ଇନସାଇଡର୍ସ ପୂର୍ବାନୁମାନ କରିଛନ୍ତି ଯେ ଏହି ଚଳଚ୍ଚିତ୍ର ଆରଆରଆର ରେକର୍ଡ ଭାଙ୍ଗିବା ସହ ଉତ୍ତର ଆମେରିକାର ସର୍ବବୃହତ ଭାରତୀୟ ଓପନର ଫିଲ୍ମ ହେବ ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'କଲ୍କି 2898AD'; ଝୁମିଲେ ଫ୍ୟାନ୍ସ, ବାଣ ଫୁଟାଇ ଦେଶ-ବିଦେଶରେ କଲେ ସେଲିବ୍ରେସନ

ପୂର୍ବ ଫିଲ୍ମର ମଧ୍ୟ ରେକର୍ଡ ଭାଙ୍ଗିପାରେ ପ୍ରଭାସଙ୍କ ଏହି ଫିଲ୍ମ

କହିରଖୁଛୁ କି, ପ୍ରଭାସଙ୍କ ଫିଲ୍ମ କଲ୍କି 2898 AD ନିଜ ପୂର୍ବ ଫିଲ୍ମର ମଧ୍ୟ ରେକର୍ଡ ଭାଙ୍ଗିପାରେ । ବାହୁବଳୀ, ବାହୁବଳୀ-୨ , ସାଲାର, ଆଦିପୁରୁଷ, ସାହୋ କୁ ମଧ୍ୟ ପଛରେ ପକାଇପାରେ ।

  • ବାହୁବଳୀ- ୫୦ କୋଟି
  • ବାହୁବଳୀ: ୨- ୧୨୧ କୋଟି
  • ସାଲାର- ୯୦ କୋଟି
  • ଆଦିପୁରୁଷ- ୮୬.୭୫ କୋଟି
  • ସାହୋ-୮୯ କୋଟି
  • କଲ୍କି 2898 AD- ୧୪୦ କୋଟିରୁ ଅଧିକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 27, 2024, 12:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.