ETV Bharat / entertainment

ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା'କୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 4ଟି ସିନ୍ - DEVARA PART 1 UA CERTIFICATE

author img

By ETV Bharat Entertainment Team

Published : Sep 13, 2024, 3:40 PM IST

Jr NTR Film Devara: ଆଉ କିଛି ଦିନର ଅପେକ୍ଷା । ପରଦାରେ ରିଲିଜ ହେବାକୁ ପ୍ରସ୍ତୁତ ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା ପାର୍ଟ 1' । ବର୍ତ୍ତମାନ ରିପୋର୍ଟ ଅନୁସାରେ, 4ଟି ସିନ କାଟି ଫିଲ୍ମକୁ ସେନ୍ସର ବୋର୍ଡ U/A ସାର୍ଟିଫିକେଟ୍ ଦିଆଯାଇଛି । ଅଧିକ ପଢନ୍ତୁ,

ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା'କୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 4ଟି ସିନ୍
ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା'କୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 4ଟି ସିନ୍ (Movie Poster)

ହାଇଦ୍ରାବାଦ: ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା ପାର୍ଟ 1' । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଲୋକେ ବେଶ ପସନ୍ଦ କରିଥିଲେ । ତେବେ ବର୍ତ୍ତମାନ ଖବର ଆସୁଛି ଯେ, ଫିଲ୍ମ ରିଲିଜ ପାଇଁ ସେନ୍ସର ବୋର୍ଡ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଫିଲ୍ମକୁ ସେନ୍ସର ବୋର୍ଡ U/A ସାର୍ଟିଫିକେଟ୍ ପ୍ରଦାନ କରିଛି ଏବଂ ସିବିଏଫସି ଏଥିରେ 4 ଟି ସିନ କାଟି ଦେଇଥିବା ଜଣାପଡିଛି । ସିବିଏଫସିର ପ୍ରମାଣପତ୍ର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

'ଦେବରା'ରୁ କଟିଲା 4ଟି ସିନ୍

ରିପୋର୍ଟ ଅନୁଯାୟୀ, ଦେବରା ଫିଲ୍ମରୁ କଟାଯାଇଥିବା ସିନ ମଧ୍ୟରୁ ତିନୋଟି ହିଂସା ସହ ଜଡିତ ଥିବା ବେଳେ ଚତୁର୍ଥ ସିନ CGI ସହିତ ଜଡିତ । ଏଥିରେ ଏପରି ଏକ ଦୃଶ୍ୟ ଥିଲା ଯେଉଁଥିରେ ଚରିତ୍ର ତାଙ୍କ ପତ୍ନୀଙ୍କ ପେଟକୁ ବାଡେଇଥାଏ, ଯାହାକୁ ପରିବର୍ତ୍ତନ କରିବାକୁ କୁହାଯାଇଥିଲା । ଦ୍ୱିତୀୟତଃ ଅନ୍ୟ ଏକ ଦୃଶ୍ୟରେ ସମାନ ପରିବର୍ତ୍ତନ କରିବାକୁ କୁହାଯାଇଛି ଯେଉଁଥିରେ ଜଣେ ଚରିତ୍ର ତାଙ୍କ ମା’ଙ୍କୁ ବାଡେଇଥିବାର ଦୃଶ୍ୟ ଥିଲା । ଯାହାକୁ ବର୍ତ୍ତମାନ କହଟାଇଛନ୍ତି ସିବିଏଫସି ।

ଏହି ଗ୍ଲୋବାଲ୍ ଫେଷ୍ଟିଭାଲରେ ପ୍ରିମିୟର ହେବ ଫିଲ୍ମ

ଫିଲ୍ମ 'ଦେବରା ପାର୍ଟ 1' ହଲିଉଡର ବିୟୁଣ୍ଡ ଫିଲ୍ମ ଫେଷ୍ଟିଭାଲରେ ପ୍ରିମିୟର ହେବ । ଅନେକ ହଲିଉଡ ତାରକା ଏହି ଉତ୍ସବରେ ଭାଗ ନେବାକୁ ଯାଉଛନ୍ତି । ଦେବରା ପାର୍ଟ 1 ର ବିଶ୍ୱରେ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ସେପ୍ଟେମ୍ବର 26 ରେ, ଲସ୍ ଆଞ୍ଜେଲ୍ସର ହଲିଉଡର ଆଇକନ୍ ଇଜିପ୍ଟ ଥିଏଟରରେ ସନ୍ଧ୍ୟା 6.30 ରେ ପ୍ରିମିୟର ହେବାକୁ ଯାଉଛି । ଦେବରା ହେଉଛି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଯାହା ଏଠାରେ ପ୍ରିମିୟର୍ ହେବାକୁ ଯାଉଛି । କହିରଖୁଛୁ କି, ଦେବରା ପାର୍ଟ 1 ଉତ୍ତର ଆମେରିକାରେ ଆଡଭାନ୍ସ ଟିକେଟ ବିକ୍ରିରେ ମଧ୍ୟ ବହୁତ ରୋଜଗାର କରିଛି । ଏହିପରି 1 ମିଲିୟନ୍ ଟିକେଟ୍ ବିକ୍ରି କରିଥିବା ଦେବରା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ: ଆସିଲା 'ଦେବରା' ଟ୍ରେଲର; ଆକ୍ସନ ଅବତାରରେ ଜୁନିଅର NTR, ସୈଫ ଖଳନାୟକ

ଏହି ଦିନ ରିଲିଜ ହେବ 'ଦେବରା'

ସେପ୍ଟେମ୍ୱର 27ରେ ଫିଲ୍ମ ପରଦାକୁ ଆସିବ । 'ଦେବରା' ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଯୁବାସୁଧା କଳା ଏବଂ ଏନଟିଆର ଦ୍ୱାରା ପ୍ରସ୍ତୁତ କରାଯାଇଛି । ଜୁନିଅର ଏନଟିଆରଙ୍କ ସମେତ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ସୈଫ ଅଲ୍ଲି ଖାନ ନଜର ଆସିବେ । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଜ୍ୟୋତି ଟମ ଚାକୋ ଏବଂ ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କହିରଖୁଛୁ କି, ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜର ଆସିବାକୁ ଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ 300 କୋଟି ଟଙ୍କା ବୋଲି କୁହାଯାଉଛି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.