ETV Bharat / entertainment

'ଦେବରା ପାର୍ଟ-1': ଜୁନିଅର ଏନଟିଆରଙ୍କ ନୂଆ ପୋଷ୍ଟର ରିଲିଜ, ଏହି ଦିନ ରିଲିଜ ହେବ ଟ୍ରେଲର - Devara trailer

author img

By ETV Bharat Entertainment Team

Published : Sep 8, 2024, 11:23 AM IST

Devara Trailer Release Date: ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁର ଖୁବଶୀଘ୍ର ପରଦାକୁ ଫେରୁଛନ୍ତି । ଅଭିନେତ୍ରୀଙ୍କ ଲୁକ୍ ଏବଂ ଫିଲ୍ମର କିଛି ଗୀତ ରିଲିଜ୍ ହୋଇଛି ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହାରି ମଧ୍ୟରେ ଗଣେଶ ଚତୁର୍ଥୀ ଅବସରରେ ଜୁନିଅର ଏନଟିଆରର ଦେବରାର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହା ସହ ଫିଲ୍ମର ଟ୍ରେଲର ରିଲିଜ ତାରିଖ ଘୋଷଣା କରିଛନ୍ତି । କେବେ ଆସିବ ଟ୍ରେଲର, ଜାଣନ୍ତୁ ?

'ଦେବରା ପାର୍ଟ-1': ଜୁନିଅର ଏନଟିଆରଙ୍କ ନୂଆ ପୋଷ୍ଟର ରିଲିଜ, ଏହି ଦିନ ରିଲିଜ ହେବ ଟ୍ରେଲର
'ଦେବରା ପାର୍ଟ-1': ଜୁନିଅର ଏନଟିଆରଙ୍କ ନୂଆ ପୋଷ୍ଟର ରିଲିଜ, ଏହି ଦିନ ରିଲିଜ ହେବ ଟ୍ରେଲର (Film Poster)

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ଆଗାମୀ ଚଳଚ୍ଚିତ୍ର 'ଦେବରା'କୁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ରିଲିଜ ହୋଇଥିବା ତାରକାଙ୍କ ଲୁକ୍ ଏବଂ ଫିଲ୍ମର କିଛି ଗୀତକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଚଳିତ ସେପ୍ଟେମ୍ୱରରେ ଫିଲ୍ମ ପରଦାକୁ ଆସିବାକୁ ଥିବା ବେଳେ ବର୍ତ୍ତମାନ ରିଲିଜର କିଛି ଦିନ ଆଗରୁ ନିର୍ମାତାମାନେ ଏକ ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ଟ୍ରେଲରର ରିଲିଜ ତାରିଖ ଘୋଷଣା କରିଛନ୍ତି । ଗଣେଶ ଚତୁର୍ଥୀ ଅବସରରେ ଜୁନିଅର ଏନଟିଆରର ଦେବରାର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହା ସହ ଫିଲ୍ମର ଟ୍ରେଲର ରିଲିଜ ତାରିଖ ଘୋଷଣା କରିଛନ୍ତି ।

ଏହି ଦିନ ଆସିବ 'ଦେବରା' ଟ୍ରେଲର

ନୂଆ ପୋଷ୍ଟରରେ, ଜୁନିଅର ଏନଟିଆର ସଂପୂର୍ଣ୍ଣ ବ୍ଲାକ ପୋଷାକ ପିନ୍ଧିଥିବାବେଳେ ଦମଦାର ଲୁକରେ ନଜର ଆସିଛନ୍ତି । ଏହି ଲୁକକୁ ଦେଖିଲେ ଦେଖିଲେ ଲାଗୁଛି ଯେ, ଏହା ଏକ ଆକ୍ସନ୍ ଦୃଶ୍ୟର ପୋଷ୍ଟର । ତେବେ ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଆଜି ପାଳନ କର, କିଛି ଦିନ ମଧ୍ୟରେ ବିଜୟ ହାସଲ କର । 10 ସେପ୍ଟେମ୍ବରରୁ ଦେବରା ଟ୍ରେଲର ସହ ତୁମର ଭୟର ସମ୍ମୁଖୀନ କର । ଟ୍ରେଲର ଆସନ୍ତା 10ରେ ରିଲିଜ ହେବ ।

ଏହି ଦିନ ପରଦାରେ ରିଲିଜ ହେବ 'ଦେବରା'

ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ 'ଦେବରା' ଘୋଷଣା କରିଥିଲେ । ଦୁଇଟି କିସ୍ତିରେ ଫିଲ୍ମ ପରଦାକୁ ଆସିବ । ସେପ୍ଟେମ୍ୱର 27ରେ ରିଲିଜ ହେବ ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: 'ଦେବରା ପାର୍ଟ -1'; ଡବଲ୍ ରୋଲରେ ନଜର ଆସିବେ ଜୁନିଅର ଏନଟିଆର, ସାମ୍ନାକୁ ଆସିଲା ଲୁକ୍ ପୋଷ୍ଟର

ଦେବରା' ଷ୍ଟାର କାଷ୍ଟ

ଏହି ଫିଲ୍ମରେ ଜନୁିଅର ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ ଜନୁିଅର ଏନଟିଆରଙ୍କ ସ୍କ୍ରିନ୍‌ ସେୟାର କରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଆରଆରଆର ପରି, ଏହି ତେଲୁଗୁ ଚଳଚ୍ଚିତ୍ରରେ ଅନେକ ଆକ୍ସନ ସିନ ରହିଥିବା କୁହାଯାଉଛି । ବିଗ ବଜେଟରେ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ନିର୍ମାତାମାନେ ଏହାର ଭିଏଫଏକ୍ସ ପାଇଁ ୧୪୦କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.