ETV Bharat / entertainment

'ଜବାନ ୨' ସହ ପୁଣି ଫେରିବେ କିଙ୍ଗ ଖାନ, ଅଟଲି ଦେଲେ ହିଣ୍ଟ୍ - ATLEE ON JAWAN 2

author img

By ETV Bharat Odisha Team

Published : Mar 22, 2024, 9:57 AM IST

Atlee On Jawan 2: ଅଟଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏବଂ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ 'ଜବାନ' ହିଟ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାରି ମଧ୍ୟରେ 'ଜବାନ ୨' ନେଇ ଲୋକେ ଉତ୍ସାହିତ ଥିବା ବେଳେ ନିର୍ଦ୍ଦେଶକ ବର୍ତ୍ତମାନ ଫିଲ୍ମକୁ ନେଇ ଏକ ସୂଚନା ଦେଇଛନ୍ତି । ସେ ଅନେକ ସରପ୍ରାଇଜ ସହ ପୁଣି କମବ୍ୟାକ କରିବେ ବୋଲି କହିଛନ୍ତି ।

'ଜବାନ ୨' ସହ ପୁଣି ଫେରିବେ କିଙ୍ଗ ଖାନ, ଅଟଲି ଦେଲେ ହିଣ୍ଟ୍

ହାଇଦ୍ରାବାଦ: ଗତ ବର୍ଷ (2023) ଶାହାରୁଖ ଖାନ 'ଜବାନ' ସହ ବକ୍ସ ଅଫିସରେ ଧମାକା କରିଥିଲା । ଏହି ଫିଲ୍ମକୁ ସାଉଥ ନିର୍ଦ୍ଦେଶକ ଅଟଲି ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମ ସହ ଉଭୟ ପ୍ରଥମ ଥର ପାଇଁ ନଜର ଆସିଥିବା ବେଳେ ଫିଲ୍ମଟିକୁ ଲୋକେ ବେଶ ପସନ୍ଦ କରିଥିଲେ । ଏହା ପରେ ଫ୍ୟାନ୍ସ ଅଟଲି ଏବଂ ଶାହାରୁଖଙ୍କୁ ପୁଣି ଏକାଠି ଦେଖିବାକୁ ଚାହୁଁଥିବା ବେଳେ 'ଜବାନ ୨' ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଟଲି 'ଜବାନ ୨' ନେଇ କଥାବାର୍ତ୍ତା କରିଛନ୍ତି ।

'ଜବାନ ୨' ନେଇ ଏହା କହିଲେ ଅଟଲି

ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ ଅଟଲିଙ୍କୁ 'ଜବାନ ୨' ଆସିବା ନେଇ ପ୍ରଶ୍ନ ପଚରାଗଲା । ଏହାର ଉତ୍ତର ଦେଇ ଅଟଲି କହିଛନ୍ତି, ''ମୁଁ ଏ ବିଷୟରେ ଏବେ ନିଶ୍ଚିତ ନୁହଁ । କିନ୍ତୁ ଯଦି ମୁଁ କିଛି ଲେଖିବି ତେବେ ମୁଁ ସରପ୍ରାଇଜ ଦେବି । ପ୍ରତ୍ୟେକ ଚଳଚ୍ଚିତ୍ରର ଏକ ସିକ୍ୱେଲ ଆସିବାର ସୁଯୋଗ ଅଛି, କିନ୍ତୁ ମୁଁ ବିଭିନ୍ନ ବିଷୟବସ୍ତୁ ସହ ଦର୍ଶକଙ୍କୁ ସରପ୍ରାଇଜ କରିବାକୁ ଚାହେଁ । ଯଦି ଏମିତି ହୁଏ ତେବେ ନିଶ୍ଚୟ ମୁଁ 'ଜବାନ ୨' ସହ କମବ୍ୟାକ କରିବି ।

ଶାହାରୁଖଙ୍କ ପୁଣିଥରେ କାମ କରିବାକୁ ଚାହାଁନ୍ତି କି ?

ତାଙ୍କୁ ପୁଣିଥରେ ଶାହାରୁଖଙ୍କ ସହ କାମ କରିବେ କି ବୋଲି ପଚରାଯିବାରୁ ସେ କହିଥିଲେ, ''ଅବଶ୍ୟ... ଏଥିରେ କୌଣସି ଅସ୍ୱୀକାର ନାହିଁ । ଆମେ ଏକାଠି କାମ କରିବୁ । କେତେବେଳେ, କିପରି, ଏସବୁ ଶାହାରୁଖ ସାର୍ ଉପରେ ଅଛି । ସେ ଆହୁରି କହିଛନ୍ତି, ''ଏହା ଚମତ୍କାର ଥିଲା । ସେ ବହୁତ ମଜାଳିଆ ବ୍ୟକ୍ତି । ସେ ତାଙ୍କ କାର୍ଯ୍ୟ ସହ ଇମୋସନାଲି ଜଡିତ ଥାନ୍ତି । ସେ ବହୁତ ସମୟାନୁବର୍ତ୍ତୀ । ଏକ ଚଳଚ୍ଚିତ୍ର କିପରି ତିଆରି ହେବ ତାହା ଉପରେ ତାଙ୍କର ବେଶ ଗୁରୁତ୍ୱ ରହିଥାଏ ।''

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ହେବ ଜବାନ୍‌ଠୁ ବଡ ଧମାକା, ଅଟଲିଙ୍କ ଫିଲ୍ମରେ ଏକାଠି ନଜର ଆସିବେ ଶାହାରୁଖ-ବିଜୟ

'ଜବାନ' ଫିଲ୍ମ ବିଷୟରେ କହିବାକୁ ଗଲେ,

ଅଟଲି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଜବାନ' ସେପ୍ଟେମ୍ବର 7ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରିଥିଲା । ଆକ୍ସନ୍ ଥ୍ରୀଲରରେ ମୁଖ୍ୟ ଭୂମିକାରେ ସାଉଥ ଅଭିନେତା ବିଜୟ ସେଥୁପଥି ଏବଂ ନୟନତାରା ଏବଂ ବଲିଉଡ ଅଭିନେତା ଦୀପିକା ପାଦୁକୋନ ଅଭିନୟ କରିଛନ୍ତି । ୩୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ୧୧୫୦କୋଟିରୁ ଅଧିକ ଆୟ କରି ଇତିହାସ ରଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.