ETV Bharat / entertainment

'ତୋବା ତୋବା' ଗୀତରେ ଡ୍ୟାନ୍ସ ତଡକା ଲଗାଇଲେ ଆଶା ଭୋସଲେ, ପ୍ରଶଂସାରେ କରଣ ଔଜଲା-ଫ୍ୟାନ୍ସ - ASHA BHOSLE ON TAUBA TAUBA

ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ବିକି କୌଶଲଙ୍କ ଅଭିନୀତ 'ତୋବା ତୋବା' ଗୀତ ଗାଇବା ସହ ହୁକ୍ ଷ୍ଟେପ୍ କରି ସମସ୍ତଙ୍କ ମନ ଜିତିଛନ୍ତି । ଭିଡିଓ ଭାଇରାଲ ।

ASHA BHOSLE ON TAUBA TAUBA
ASHA BHOSLE ON TAUBA TAUBA (ANI)
author img

By ETV Bharat Entertainment Team

Published : Dec 30, 2024, 12:01 PM IST

ହାଇଦ୍ରାବାଦ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ 91 ବର୍ଷ ବୟସ୍କା ଆଶା ଭୋସଲେ ତାଙ୍କ କନସର୍ଟରେ 'ବ୍ୟାଡ ନ୍ୟୁଜ'ର ଲୋକପ୍ରିୟ ଗୀତ 'ତୋବା ତୋବା' ଗାଉଥିବାର ନଜର ଆସିଛନ୍ତି। ଏହି ସମୟରେ ତାଙ୍କୁ ବିକି କୌଶଲଙ୍କ ହୁକ୍ ଷ୍ଟେପ୍ ଦୋହରାଇ ଏହି ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ତାଙ୍କର ଲାଇଭ୍ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଫ୍ୟାନ୍ସ ଆଶାଙ୍କ ଏହି ଡ୍ୟାନ୍ସ ଦେଖି ଖୁସିରେ ଝୁମିଥିଲେ । ଏହାର ଭିଡିଓ ଭାଇରାଲ ପରେ 'ତୋବା ତୋବା' ଗାୟକ କରଣ ଔଜଲା ସୋସିଆଲ ମିଡିଆ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଶା ଭୋସେଲଙ୍କ ଭିଡିଓ ସେୟାର କରି ପ୍ରଶଂସା ପୋତି ପକାଇଛନ୍ତି ।

'ତୋବା ତୋବା' ଗୀତରେ ମନ ଜିତିଲେ ଆଶା ଭୋସଲେ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ 91 ବର୍ଷ ବୟସ୍କା ଆଶା ଭୋସଲେ ତାଙ୍କ କନସର୍ଟରେ 'ବ୍ୟାଡ ନ୍ୟୁଜ'ର ଲୋକପ୍ରିୟ ଗୀତ 'ତୋବା ତୋବା' ଗାଉଥିବାର ନଜର ଆସିଛନ୍ତି। ଏହି ସମୟରେ ତାଙ୍କୁ ବିକି କୌଶଲଙ୍କ ହୁକ୍ ଷ୍ଟେପ୍ ଦୋହରାଇ ଏହି ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ତାଙ୍କର ଲାଇଭ୍ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଫ୍ୟାନ୍ସ ଆଶାଙ୍କ ଏହି ଡ୍ୟାନ୍ସ ଦେକି ଖୁସିରେ ଝୁମିଥିଲେ । ଏହାର ଭିଡିଓ ଭାଇରାଲ ପରେ 'ତୋବା ତୋବା' ଗାୟକ କରଣ ଔଜଲା ସୋସିଆଲ ମିଡିଆ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଶା ଭୋସେଲଙ୍କ ଭିଡିଓ ସେୟାର କରି ପ୍ରଶଂସା ପୋତି ପକାଇଛନ୍ତି ।

KARAN AUJLA ON ASHA BHOSLE
KARAN AUJLA ON ASHA BHOSLE (INSTAGRAM)

ଆଶା ଭୋସଲେଙ୍କ ପ୍ରଶଂସାରେ କରଣ ଔଜଲା

କରଣ ଆଶାଙ୍କ କନସର୍ଟର ଫଟୋ ସେୟାର କରି ଲେଖିଛନ୍ତି, ଏହି ଗୀତ ମୁଁ 27 ବର୍ଷରେ ଲେଖିଛି । କିନ୍ତୁ ସେ ଏହାକୁ 91 ବର୍ଷରେ ମୋ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ଏହା ପରେ ସେ ଆଉ ଏକ ନୋଟ୍ ପୋଷ୍ଟ କରି ଲେଖିଛନ୍ତି, 'ସଂଗୀତର ଜୀବନ୍ତ ଦେବୀ ଆଶା ଭୋସଲେ ଜୀ। କେବଳ ତୋବା ତୋବା ଗୀତ ଗାଇଲେ । ଏହି ଗୀତଟି ଏକ ଛୋଟ ଗ୍ରାମରେ ବଢିଥିବା ପିଲାଙ୍କ ଦ୍ୱାରା ଲିଖିତ, ଯାହାର କୌଣସି ବାଦ୍ୟଯନ୍ତ୍ର ନାହିଁ ଏବଂ ବାଦ୍ୟଯନ୍ତ୍ର ବିଷୟରେ କୌଣସି ଜ୍ଞାନ ନାହିଁ । ଏହି ଗୀତଟି କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ସଙ୍ଗୀତ କଳାକାରମାନଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରେମ ଏବଂ ସ୍ୱୀକୃତି ପାଇଛି, କିନ୍ତୁ ଏହି ମୁହୂର୍ତ୍ତଟି ପ୍ରକୃତରେ ପ୍ରତୀକାତ୍ମକ । ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ । ମୁଁ ପ୍ରକୃତରେ ଆଶୀର୍ବାଦ ଏବଂ କୃତଜ୍ଞ ଏହା ବାସ୍ତବରେ ବହୁତ ପ୍ରେରଣା ଦେଇଛି । ଏହା ମୋତେ ପ୍ରକୃତରେ ପ୍ରେରିତ କରିଛି ।'

ଏହା ମଧ୍ୟ ପଢନ୍ତୁ: ଆଶା ଭୋସଲେଙ୍କ ଜୀବନୀ ଫଟୋ ସଙ୍କଳନ ଉନ୍ମୋଚନ କଲେ ଶାହ, ଆଶା ଗାଇଲେ ‘ଅଭି ନା ଯାଓ ଛୋଡକର’

'ବ୍ୟାଡ ନ୍ୟୁଜ'ର ଲୋକପ୍ରିୟ ଗୀତ 'ତୋବା ତୋବା'

'ବ୍ୟାଡ ନ୍ୟୁଜ'ର ଲୋକପ୍ରିୟ ଗୀତ 'ତୋବା ତୋବା' ଅଟେ । ଯେଉଁଥିରେ ବିକି କୌଶଲ, ତ୍ରିପ୍ତୀ ଡିମ୍ରି ଏବଂ ଆମି ଭିର୍କ ଅଭିନୟ କରିଥିଲେ । ଏହି ଗୀତଟି ରଚନା କରିଥିଲେ ଏବଂ କରଣ ଔଜଲା ଲେଖିଥିଲେ । ଏହାର ଗୀତ ଏବଂ ବିକିଙ୍କ ଡ୍ୟାନ୍ସ ଲୋକଙ୍କ ମନ ଜିତିଥିଲା । ଏହି ଗୀତ ଟ୍ରେଣ୍ଡରେ ମଧ୍ୟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.