ETV Bharat / entertainment

ଫିଲ୍ମଫେୟାର ଆୱାର୍ଡ ଶୋ'କୁ ସ୍ମରଣୀୟ କହିଲେ ଗୁଜୁରାଟ ସିଏମ

author img

By ETV Bharat Odisha Team

Published : Jan 29, 2024, 10:05 PM IST

Gujarat CM Appreciate Filmfare Awards: ଗୁଜୁରାଟରେ ପ୍ରଥମ ଥର ପାଇଁ ୬୯ତମ ଫିଲ୍ମଫେୟାର ଆୱାର୍ଡ ଶୋ' ଆୟୋଜିତ ହୋଇଥିଲା । ଏଥିରେ ବଲିଉଡର ଅନେକ ସେଲିବ୍ରିଟି ଯୋଗ ଦେଇଥିବା ବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବି ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ସିଏମ ଏହି ସମାରୋହର କିଛି ଝଲକ ଦେଖାଇବା ସହ ଖୁବ ପ୍ରଶଂସା କରିଛନ୍ତି ।

ଫିଲ୍ମଫେୟାର ଆୱାର୍ଡ ଶୋ'କୁ ସ୍ମରଣୀୟ କହିଲେ ଗୁଜୁରାଟ ସିଏମ, ସମସ୍ତ ବିଜେତାଙ୍କୁ ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟତମ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଫିଲ୍ମଫେୟାରର ୬୯ତମ ସଂସ୍କରଣ ଆୟୋଜିତ ହୋଇଥିଲା । ଏଥର ମୁମ୍ବାଇ ପରିବର୍ତ୍ତେ ଗୁଜୁରାଟର ଗାନ୍ଧୀ ନଗରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏହି ଶୋ'ରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଶୋ' ନେଇ ନିଜର ଅଭିଜ୍ଞତା ସେୟାର କରିଛନ୍ତି ।

  • 69th Filmfare Awards 2024 with @GujaratTourism was an unforgettable event. A night of fantastic performances in the presence of galaxy of stars altogether in Gujarat. Organizing the program in Gujarat for the first time made it even more special.

    Congratulations to the team of… pic.twitter.com/NogtONxEsU

    — Bhupendra Patel (@Bhupendrapbjp) January 29, 2024 " class="align-text-top noRightClick twitterSection" data=" ">

ଏକ୍ସରେ ସିଏମ ୬୯ତମ ଫିଲ୍ମଫେୟାରର ଆୱାର୍ଡ ଶୋ'କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଏହି ଶୋ'ର କିଛି ଝଲକ ଦେଖାଇଛନ୍ତି । ଏହି ଶୋ'ର ପ୍ରଶଂସା କରିବା ସହ ଗୁଜୁରାଟ ଟୁରିଜିମ ଉପରେ ମଧ୍ୟ କଥାବାର୍ତ୍ତା କରିଛନ୍ତି । ସେ ଲେଖିଛନ୍ତି, ଗୁଜୁରାଟ ଟୁରିଜିମ ସହ ମିଳିତ ଭାବରେ ୬୯ତମ ଚଳଚ୍ଚିତ୍ର ପୁରସ୍କାର ୨୦୨୪ ଏକ ସ୍ମରଣୀୟ ସନ୍ଧ୍ୟା ଥିଲା । ଗୁଜୁରାଟରେ ସେଲିବ୍ରିଟିମାନେ ଦମଦାର ପ୍ରଦର୍ଶନ କରିଥିଲେ । ଗୁଜୁରାଟରେ ଏହି କାର୍ଯ୍ୟକ୍ରମର ଆୟୋଜନ ଏହାକୁ ଆହୁରି ସ୍ବତନ୍ତ୍ର କରିପାରିଛି ।

ସେ ଆହୁରି ମଧ୍ୟ ଲେଖିଛନ୍ତି, "ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିବା ପାଇଁ ୧୨ତମ ଫେଲ ଟିମକୁ ଅଭିନନ୍ଦନ । ବିଭିନ୍ନ ବର୍ଗର ସମସ୍ତ ବିଜେତାଙ୍କୁ ଅଭିନନ୍ଦନ । ଚଳଚ୍ଚିତ୍ର ପୁରସ୍କାର ଏବଂ ଗୁଜୁରାଟ ଟୁରିଜିମ ସବୁଦିନ ପାଇଁ ଲକ୍ଷ ଲକ୍ଷ ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ବଞ୍ଚି ରହିବ।" ସେହିପରି ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାନ୍ଧବୀ କହିଛନ୍ତି, ଗତ କିଛି ବର୍ଷ ହେଲା ଗୁଜୁରାଟ ବାସୀ ଗୁଜୁରାଟକୁ ଅଗ୍ରଣୀ ରାଜ୍ୟ କରିବାକୁ ଦିନରାତି କାମ କରିଛନ୍ତି । ସବୁ କ୍ଷେତ୍ରରେ ଏହା ଟପରେ ରହିଛି । ଏଥର ମୁମ୍ବାଇ ପରିବର୍ତ୍ତେ ଗୁଜୁରାଟରେ ଫିଲ୍ମଫୋୟାର ଶୋ' ଆୟୋଜିତ କରାଯାଇଥିଲା । ତେବେ ଆଗାମୀ ଦିନରେ ସିନେମା ପ୍ରଡକ୍ସନ ପାଇଁ ଗୁଜୁରାଟରେ ବଡ଼ ସମ୍ଭାବନା ଦେଖାଯିବ ।

ଏହା ମଧ୍ୟ ପଢନ୍ତୁ: '12th ଫେଲ' ଶ୍ରେଷ୍ଠ ଫିଲ୍ମ, ରଣବୀର-ଆଲିଆଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ

କହିରଖୁଛୁ କି, ୬୯ତମ ଫିଲ୍ମଫେୟାର ଆୱାର୍ଡ ଶୋ' ୨୭ ଜାନୁଆରୀରରୁ ଆରମ୍ଭ ହୋଇଥିବା ବେଳେ ଦୁଇ ଦିନ ଧରି ଚାଲିଥିଲା । ଯାହା ରବିବାର ଶେଷ ହୋଇଛି । ଏହି ଆୱାର୍ଡ ଶୋ'ରେ ବରୁଣ ଧୱନ, କରୀନା କପୁର ଖାନ, ରଣବୀର କପୁର ଏବଂ ତ୍ରିପ୍ତୀ ଡିମ୍ରି ପରି ଅନେକ ସେଲିବ୍ରିଟି ସେମାନଙ୍କ ପରଫରମାନ୍ସରେ ଶୋ'ରେ ଚାର ଚାନ୍ଦ୍ ଲଗାଇଥିଲେ । ଏଥିସହ ଅନେକ ଫିଲ୍ମ ଏବଂ ତାରକାଙ୍କୁ ଏଥିରେ ଶ୍ରେଷ୍ଠ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏଥିରେ ଶ୍ରେଷ୍ଠ ଅଭିନେତା ଭାବେ ରଣବୀର କପୁର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ପୁରସ୍କାର ହାତେଇଥିବା ବେଳେ ୧୨ତମ ଫେଲ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଜିତି ସଫଳତା ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.