ETV Bharat / entertainment

ପରଦାକୁ ଆସିଲା 'କଲ୍କି 2898AD'; ଝୁମିଲେ ଫ୍ୟାନ୍ସ, ବାଣ ଫୁଟାଇ ଦେଶ-ବିଦେଶରେ କଲେ ସେଲିବ୍ରେସନ - Fans Celebrate Kalki Release

author img

By ETV Bharat Odisha Team

Published : Jun 27, 2024, 9:57 AM IST

Fans Celebrate Kalki 2898AD Release: ଅପେକ୍ଷାର ହେଲା ଅନ୍ତ । ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି 2898AD'କୁ ଉତ୍ସାହର ସହ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଶେଷରେ ଆଜି ରିଲିଜ ହୋଇଛି । ଏହି ଅବସରରେ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଫିଲ୍ମ ରିଲିଜ ଉତ୍ସବ ଧୁମଧାମରେ ପାଳିଛନ୍ତି ଫ୍ୟାନ୍ସ । ଦେଖନ୍ତୁ ଝଲକ,

ପରଦାକୁ ଆସିଲା 'କଲ୍କି 2898AD'; ଝୁମିଲେ ଫ୍ୟାନ୍ସ , ବାଣ ଫୁଟାଇ ଦେଶ-ବିଦେଶରେ କଲେ ସେଲିବ୍ରେସନ
ପରଦାକୁ ଆସିଲା 'କଲ୍କି 2898AD'; ଝୁମିଲେ ଫ୍ୟାନ୍ସ , ବାଣ ଫୁଟାଇ ଦେଶ-ବିଦେଶରେ କଲେ ସେଲିବ୍ରେସନ (Film poster/ETV Bharat Odisha)

ହାଇଦ୍ରାବାଦ: ପରଦାରେ ରିଲିଜ ହେଲା ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି 2898AD' । ଏହି ଫିଲ୍ମରେ ପ୍ରଭାସଙ୍କ ସମେତ ଅନେକ ବଲିଉଡ ଏବଂ ସାଉଥର ମଲ୍ଟି ସୁପରଷ୍ଟାର ଅଭିନୟ କରିଥିବା ବେଳେ ଏହି ଫିଲ୍ମର ଘୋଷଣା ଦିନଠାରୁ ଫ୍ୟାନ୍ସ ଏହାର ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଏହି ଫିଲ୍ମକୁ ନେଇ ଦେଶ ବିଦେଶରେ ଫ୍ୟାନ୍ସଙ୍କ ମଧ୍ୟ ବେଶ କ୍ରେଜ ରହିଥିବା ବେଳେ ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି ଏବଂ ଆଜି ରିଲିଜ ହୋଇଛି ଫିଲ୍ମ । ଏହି ଅବସରରେ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଫିଲ୍ମ ରିଲିଜ ଉତ୍ସବ ଧୁମଧାମରେ ପାଳିଛନ୍ତି ଫ୍ୟାନ୍ସ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିସହ ବାହୁବଳୀ ତାରକାଙ୍କ ପ୍ରଥମ ଦିନର ସୋ' ପାଇଁ ସିନେମା ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ହାଇଦ୍ରାବାଦରେ ସେଲିବ୍ରେସନ

ସାଉଥରେ ପ୍ରଭାସଙ୍କ ପାଇଁ ଫ୍ୟାନ୍ସଙ୍କ କ୍ରେଜ ରହିଛି । ଏହି ଅବସରରେ ପ୍ରଭାସଙ୍କ ଫିଲ୍ମ ରିଲିଜ ହେବା ସେମନଙ୍କ ପାଇଁ କୌଣସି ସେଲିବ୍ରେସନଠାରୁ କମ ନୁହେଁ । ତେବେ ଆଜି 'କଲ୍କି ୨୮୯୮AD' ରିଲିଜ ହୋଇଥିବା ନେଇ ହାଇଦ୍ରାବାଦର ସତ୍ୟ ଥିଏଟର ବାହାରେ ପ୍ରଭାସଙ୍କ ଫ୍ୟାନ୍ସ ଧୁମଧାମରେ ସେଲିବ୍ରେସନ କରିଛନ୍ତି । ଏହି ସମୟରେ ଫ୍ୟାନ୍ସ ପ୍ରଭାସଙ୍କ ବଡ କଟଆଉଟରେ ପୁଷ୍ପମାଳ ଚଢାଇ ଡ୍ରମ ବଜାଇ, ବାଣ ଫୁଟାଇ ନାଚଗୀତ ସହ ଧୁମଧାମରେ ସେଲିବ୍ରେଟ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆ ଏକ୍ସରେ ଖୁବ ଭାଇରାଲ ହେଉଛି ।

ବ୍ରିଟେନରେ ସେଲିବ୍ରେସନ

ତେଲୁଗୁ ଭାଷାଭାଷୀ ରାଜ୍ୟଠାରୁ ଆରମ୍ଭ କରି ସମଗ୍ର ଭାରତ ତଥା ଏହାର କୋଣ ଅନୁକୋଣରେ ଫ୍ୟାନ୍ସ ମାନେ 'କଲ୍କି 2898AD' ରିଲିଜ ସେଲିବ୍ରେସନ କରିଛନ୍ତି । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମ ବେଶ କ୍ରେଜ୍‌ ଦେଖିବାକୁ ମିଳିଛି । ସେହିପରି ବ୍ରିଟେନରେ ଫ୍ୟାନ୍ସ ଫିଲ୍ମ ରିଲିଜ ଉତ୍ସବ ପାଳନ କରିଛନ୍ତି । ସକାଳୁ ସକାଳୁ ଫ୍ୟାନ୍ସ ଥିଏଟରରେ ଭିଡ଼ ଜମାଇଥିବା ବେଳେ ଥିଏଟରରେ କେକ୍‌ କାଟିବା ସହ ନାଚଗୀତରେ ଫିଲ୍ମକୁ ଉପଭୋଗ କରିଛନ୍ତି ଫ୍ୟାନ୍ସ ।

ଏହା ମଧ୍ୟ ପଢନ୍ତୁ..ପ୍ରଭାସଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ବିଗ ବି, ଜାଣନ୍ତୁ କାରଣ

'କଲ୍କି 2898AD' ଷ୍ଟାରକାଷ୍ଟ

କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ ୬୦୦ କୋଟିରେ ନିର୍ମିତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିଛି । ପ୍ରଥମ ଦିନରେ ଫିଲ୍ମ ରେକର୍ଡ ସଂଖ୍ୟକ ରୋଜଗାର କରିବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.