ETV Bharat / entertainment

ନୀତା ଅମ୍ୱାନୀଠୁ ଗୌରୀ ଖାନ, ପ୍ରିୟଙ୍କା ଚୋପ୍ରା ଯାଏଁ.... ମାଆ ହେବା ପାଇଁ IVFର ନେଇଛନ୍ତି ସାହାରା - Celebrities Who Had baby With IVF

author img

By ETV Bharat Odisha Team

Published : Jul 25, 2024, 4:30 PM IST

Celebrities Who Had Children With IVF: ପିତାମାତା ହେବା ଦୁନିଆର ସବୁଠାରୁ ଶ୍ରେଷ୍ଠ ଖୁସି ଏବଂ ଏକ ଭିନ୍ନ ଅନୁଭବ । କିନ୍ତୁ ବେଳେ ବେଳେ କିଛି କାରଣରୁ କିଛି ଲୋକ ଏହି ଖୁସି ପାଇବାକୁ ସକ୍ଷମ ହୋଇପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏତେ ଅଗ୍ରଗତି କରିଛି ଯେ ଯେଉଁମାନେ ପିତାମାତା ହୋଇପାରିବେ ନାହିଁ ସେମାନେ ଆଇଭିଏଫ୍ ଏବଂ ସେରୋଗେସି ମାଧ୍ୟମରେ ପିତାମାତା ହୋଇପାରିବେ । ଏହି ତାଲିକାରେ କିଛି ସେଲିବ୍ରିଟି ରହିଛନ୍ତି । ଯେଉଁମାନେ ଏହି ଟେକ୍ନିକରେ ପିତାମାତା ହୋଇଛନ୍ତି । ଚାଲନ୍ତୁ ଜାଣିବା ସେହି ସେଲିବ୍ରିଟିମାନେ କିଏ?

ନୀତା ଅମ୍ୱାନୀ ଠାରୁ ଗୌରୀ ଖାନ, ପ୍ରିୟଙ୍କା ଚୋପ୍ରା ଯାଏଁ.... ମାଆ ହେବା ପାଇଁ IVFର ନେଇଛନ୍ତି ସାହାରା
ନୀତା ଅମ୍ୱାନୀ ଠାରୁ ଗୌରୀ ଖାନ, ପ୍ରିୟଙ୍କା ଚୋପ୍ରା ଯାଏଁ.... ମାଆ ହେବା ପାଇଁ IVFର ନେଇଛନ୍ତି ସାହାରା (Instagram)

ହାଇଦ୍ରାବାଦ: ମାଆ ହେବା ଦୁନିଆର ସମସ୍ତ ମହିଳାଙ୍କ ସ୍ୱପ୍ନ ଥାଏ । ନିଜେ ଗର୍ଭଧାରଣ କରିବା ଠାରୁ ଆରମ୍ଭ କରି ପିଲା ଜନ୍ମ କରିବା ଯାଏଁ ଏହି ଅନୁଭବ ଜଣେ ମାଆ ପାଇଁ ବେଶ ନିଆରା ହୋଇଥାଏ । ହେଲେ କିଛି ମହିଳା ରୋଗ କିମ୍ୱା ଶାରିରୀକ ସ୍ଥିତି ସମେତ କିଛି ସମସ୍ୟା କାରଣରୁ ଗର୍ଭବତୀ ହୋଇପାରନ୍ତି ନାହିଁ । ଏପରି ସମୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏତେ ଅଗ୍ରଗତି କରିଛି ଯେ ଯେଉଁମାନେ ପିତାମାତା ହୋଇପାରିବେ ନାହିଁ ସେମାନେ ଆଇଭିଏଫ୍ ଏବଂ ସେରୋଗେସି ମାଧ୍ୟମରେ ପିତାମାତା ହୋଇପାରିବେ । ଏହି ତାଲିକାରେ କିଛି ଭାରତୀୟ ସେଲିବ୍ରିଟି ରହିଛନ୍ତି । ଯେଉଁମାନେ ଏହି ଟେକ୍ନିକରେ ପିତାମାତା ହୋଇଛନ୍ତି । ଏଥିରେ କିଛି ଏପରି ତାରକା ମଧ୍ୟ ରହିଛନ୍ତି ଯେଉଁମାନେ ବିନା ବିବାହରେ ମଧ୍ୟ ପିତାମାତା ହୋଇଛନ୍ତି । ତେବେ ଆଜି ବିଶ୍ୱ ଆଇଭିଏଫ ଦିବସ ଅବସରରେ ଭାରତରେ କେଉଁ ସେଲିବ୍ରିଟି ପିତାମାତା ହେବା ପାଇଁ ଏହାର ସାହାରା ନେଇଛନ୍ତି । ଜାଣନ୍ତୁ,

ବିଶ୍ୱ ଆଇବିଏଫ ଦିବସ 2024
ବିଶ୍ୱ ଆଇବିଏଫ ଦିବସ 2024 (ETV Bharat Odisha)

ଏହି ଭାରତୀୟ ସେଲିବ୍ରିଟି ନେଇଛନ୍ତି IVFର ସାହାରା

ନୀତା ଅମ୍ୱାନୀ, ଇଶା ଅମ୍ୱାନୀଙ୍କ ଠାରୁ ଆରମ୍ଭ କରି ଗୌରୀ ଖାନ, ଶିଳ୍ପୀ ଶେଟ୍ଟୀ, ପ୍ରିୟଙ୍କା ଚୋପ୍ରା ଏବଂ ସନ୍ନି ଲିଓନି ଭଳି ତାରକା ଆଇଭିଏଫ(IVF) ଜରିଆରେ ମାଆ ହୋଇଛନ୍ତି । ଏଥିରେ କିଛି ଏପରି ତାରକା ମଧ୍ୟ ରହିଛନ୍ତି ଯେଉଁମାନେ ବିନା ବିବାହରେ ମଧ୍ୟ ପିତା ହୋଇଛନ୍ତି । କରଣ ଜୋହର, ତୁଷାର କପୁର ଭଳି ତାରକା ବିନା ବିବାହରେ ବାପା ହୋଇଛନ୍ତି ।

ନୀତା ଅମ୍ୱାନୀ- ଇଶା ଓ ଆକାଶ ଅମ୍ୱାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀ ଆଇଭିଏଫ (IVF) ଜରିଆରେ ପିତାମାତା ହୋଇଛନ୍ତି । ବିବାହର ୭ ବର୍ଷ ପର୍ଯ୍ୟନ୍ତ ମୁକେଶ ଓ ନୀତା ପିତାମାତା ହୋଇପାରିନଥିଲେ । ଉଭୟ ଆଇଭିଏଫ୍ ଚିକିତ୍ସା ମାଧ୍ୟମରେ ଯାଆଁଳା ଶିଶୁ ଇଶା ଏବଂ ଆକାଶଙ୍କୁ ଜନ୍ମ ଦେଇଥିଲେ ।

ଇଶା ଅମ୍ୱାନୀ- ଯାଆଁଳା ସନ୍ତାନ

ଇଶା ଅମ୍ୱାନୀ ମଧ୍ୟ ନିଜ ମାଆ ନୀତା ଅମ୍ୱାନୀଙ୍କ ପରି ଆଇଭିଏଫ (IVF) ଜରିଆରେ ଯାଆଁଳା ସନ୍ତାନର ପିତାମାତା ହୋଇଛନ୍ତି । ସେ ଆନନ୍ଦ ପିରାମାଲଙ୍କୁ ଡିସେମ୍ୱର ୧୨, ୨୦୧୮ରେ ବିବାହ କରିଥିବା ବେଳେ ନଭେମ୍ୱର ୨୦୨୨ରେ ଯାଆଁଳା ସନ୍ତାନର ମାଆ ହୋଇଥିଲେ । ସେ ଆଇବିଏଫ ଜରିଆରେ ଝିଅ ଆଦ୍ୟାଶକ୍ତି ଏବଂ ପୁଅ କ୍ରିଷ୍ଣାଙ୍କ ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଶାହାରୁଖ ଖାନ ଓ ଗୌରୀ ଖାନ- ଅବରାମ ଖାନ

ସୁପରଷ୍ଟାର ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ଆଇଭିଏଫର ସାହାରା ନେଇଛନ୍ତି । ଆର୍ଯ୍ୟନ୍ ଖାନ୍ ଏବଂ ସୁହାନା ଖାନଙ୍କ ପରେ ଏହି ଦମ୍ପତି ତାଙ୍କ ତୃତୀୟ ସନ୍ତାନ ଚାହୁଁଥିଲେ । ତେବେ ଆଇବିଏଫ(IVF) ଜରିଆରେ ଗୌରୀ ଖାନ ଅବରାମ ଖାନ ତୃତୀୟ ସନ୍ତାନ ଭାବରେ ଜନ୍ମ ହୋଇଥିଲେ।

ଆମୀର ଖାନ ଓ କିରଣ ରାଓ- ଆଜାଦ ରାଓ ଖାନ

ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଆମୀର ଖାନଙ୍କର ତାଙ୍କର ପ୍ରଥମ ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ଜୁନୈଦ ଖାନ ଏବଂ ଇରା ଖାନଙ୍କ ଦୁଇଟି ସନ୍ତାନ ଅଛନ୍ତି । ଯେତେବେଳେ ସେ ରୀନାଙ୍କୁ ଛାଡପତ୍ର ଦେଇଥିଲେ ଏବଂ ପରେ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ, ସେତେବେଳେ ଏହି ଦମ୍ପତି ଏକ ସନ୍ତାନ ଚାହୁଁଥିଲେ । କିନ୍ତୁ କିରଣ ମାଆ ହୋଇପାରୁନଥିଲେ । ଯାହା ପରେ ଉଭୟ ଆଇଭିଏଫ (IVF) ଜରିଆରେ ଆଜାଦ ରାଓ ଖାନଙ୍କ ପିତାମାତା ହୋଇଥିଲେ ।

କରଣ ଜୋହର- ଯାଆଁଳା ସନ୍ତାନ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର ଏପର୍ଯ୍ୟନ୍ତ ବିବାହିତ ନୁହଁନ୍ତି, କିନ୍ତୁ ସେ ଆଇଭିଏଫ (IVF) ମାଧ୍ୟମରେ ଦୁଇଟି ସନ୍ତାନର ପିତା ଅଟନ୍ତି । ସେ ଏକାକୀ ପିଲାଙ୍କ ଲାଳନପାଳନ କରିଆସିଛନ୍ତି । କରଣ ୨୦୧୭ ମସିହାରେ ଯାଆଁଳା ଶିଶୁ ୟଶ ଏବଂ ରୋହିଙ୍କ ପିତା ହୋଇଥିଲେ ।

ତୁଷାର କପୁର- ପୁତ୍ର ସନ୍ତାନ

ଏହି ତାଲିକାରେ ବଲିଉଡ ଅଭିନେତା ତୁଷାର କପୁରଙ୍କ ନାମ ମଧ୍ୟ ଅଛି । ତୁଷାର ମଧ୍ୟ ଅବିବାହିତ । କିନ୍ତୁ ସେ ଏବେ ଜଣେ ଶିଶୁଙ୍କ ପିତା ଅଟନ୍ତି । 'ଗୋଲମାଲ' ଅଭିନେତା ୨୦୧୬ରେ ତାଙ୍କ ପୁଅ ଲକ୍ଷ୍ୟଙ୍କ ପିତା ହୋଇଥିଲେ । ଲକ୍ଷ୍ୟ ମଧ୍ୟ ଆଇଭିଏଫ ସରୋଗେସି ସାହାଯ୍ୟରେ ଜନ୍ମ ହୋଇଛନ୍ତି । ତୁଷାରଙ୍କ ପୁଅ ବର୍ତ୍ତମାନ ୭ ବର୍ଷର ଥିବାବେଳେ ଅଭିନେତା ଏକାକୀ ପିତା ସହ ଜଣେ ମାଆ ଭାବେ ତା'ର ସବୁ ଦାୟିତ୍ୱ ତୁଲାଉଛନ୍ତି ।

ଏକତା କପୁର- ପୁତ୍ର ସନ୍ତାନ

ଭାଇ ତୁଷାର କପୁରଙ୍କ ପରି ଭଉଣୀ ତଥା ଟେଲିଭିଜନ ନିର୍ମାତା କୁଇନ ଏକତା କପୁର ମଧ୍ୟ ଆଇଭିଏଫ (IVF) ମାଧ୍ୟମରେ ଜଣେ ଶିଶୁଙ୍କ ମାଆ ଅଟନ୍ତି । ଏକତା କପୁର ମଧ୍ୟ ଅବିବାହିତ । ସେ ଆଇବିଏଫ(IVF) ଜରିଆରେ ଏକ ପୁତ୍ର ସନ୍ତାନର ମାଆ ଅଟନ୍ତି ।

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍- ମାଲତୀ ମେରି

୨୦୧୮ରେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସଙ୍କ ସହ ବିବାହ କରିଥିଲେ । ପ୍ରିୟଙ୍କା ଏବଂ ନିକ୍‌ ୨୦୨୨ ମସିହାରେ ଆଇଭିଏଫ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଳତୀ ମେରୀ । ନିକ୍‌ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ । ଜନ୍ମ ହେବାର 3 ମାସ ପରେ ଲାଡଲିଙ୍କ ନାଁ ଘୋଷଣା କରିଥିଲେ ପ୍ରିୟଙ୍କା ଏବଂ ଏକ ବର୍ଷ ପରେ ମାଲତୀଙ୍କ ଚେହେରା ସାର୍ବଜନୀନ କରିଥିଲେ।

ସନ୍ନି ଲିଓନି- ଯାଆଁଳା ସନ୍ତାନ

ବଲିଉଡର ଅନ୍ୟତମ ସେଲିବ୍ରିଟି ସନ୍ନି ଲିଓନି ମଧ୍ୟ ଆଇଭିଏଫ ସରୋଗେସିର ସାହାରା ନେଇଛନ୍ତି । ସେ ୨୦୧୭ରେ ନିସା ନାମକ ଝିଅଙ୍କୁ ଆଡପ୍ଟ କରିଥିଲେ ଏବଂ ସେମାନଙ୍କର ପୁଅ ଆଶୋର ଏବଂ ନୁହଙ୍କୁ ୨୦୧୮ରେ ଆଇବିଏଫ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ ।

ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା

୨୦୦୯ ମସିହାରେ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଶିଳ୍ପା ଶେଟ୍ଟୀ । ତାଙ୍କର ପ୍ରଥମ ସନ୍ତାନ ୨୦୧୨ ମସିହାରେ ଭିଆନ୍ ରାଜ କୁନ୍ଦ୍ରାଙ୍କୁ ଜନ୍ମ ଦେଇଥିଲେ । ପରେ ସେ ନିଜ ଶାରିରୀକ ଅସୁସ୍ଥତା ହେତୁ ମାଆ ହୋଇପାରିନଥିଲେ । ଫଳରେ ସେ IVF ସରୋଗେସି ମାଧ୍ୟମରେ ଝିଅ ସମିଶାଙ୍କ ୨୦୨୦ରେ ମାଆ ହୋଇଥିଲେ ।

ପ୍ରୀତି ଜିଣ୍ଟା- ଯାଆଁଳା ଶିଶୁ

ବଲିଉଡ ଅଭିନେତ୍ରୀ ତଥା ଆଇପିଏଲ୍ ପଞ୍ଜାବ କ୍ରିକେଟ୍ ଦଳର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ୨୦୧୬ ମସିହାରେ ଜିନ୍ ଗୁଡେନୋଫ୍ଙଙ୍କୁ ବିବାହ କରିଥିଲେ । ବହୁ ବର୍ଷ ଧରି ପ୍ରଜନନ ଚିକିତ୍ସା ଗ୍ରହଣ କରିବା ପରେ ମଧ୍ୟ ଗର୍ଭଧାରଣ କରିବାରେ ସକ୍ଷମ ହୋଇନଥିଲେ । ଆଇଭିଏଫ୍ ସରୋଗେସି ପାଇଁ ନିଷ୍ପତ୍ତି ନେଇ ଯାଆଁଳା ଶିଶୁ ଏକ ପୁଅ ଏବଂ ଝିଅ ଜୟ ଓ ଜିଆ ଜିଣ୍ଟା ଗୁଡେନୋଫଙ୍କ ପିତାମାତା ହୋଇଥିଲେ ।

ଫରାହ ଖାନ- ତିନି ସନ୍ତାନ

ଚଳଚ୍ଚିତ୍ର ନିର୍ମାତା-କୋରିଓଗ୍ରାଫର ଫରାହ ଖାନ ଏବଂ ସମ୍ପାଦକ-ଚଳଚ୍ଚିତ୍ର ନିର୍ମାତା ସିରିଶ କୁନ୍ଦର ୨୦୦୮ରେ ଆଇଭିଏଫ (IVF) ମାଧ୍ୟମରେ ୩ଟି ସନ୍ତାନର ପିତାମାତା ହୋଇଥିଲେ । ସେ ଜାର, ଆନ୍ୟା ଏବଂ ଦିବ୍ୟା ।

ଏହା ମଧ୍ୟ ପଢନ୍ତୁ: ନିଃସନ୍ତାନ ଦମ୍ପତିଙ୍କ ପାଇଁ ଆଶାର କିରଣ IVF

ସୋହିଲ ଖାନ ଓ ସୀମା- ୟୋହାନ ଖାନ

ସଲମାନ ଖାନଙ୍କ ଭାଇ ସୋହିଲ ଖାନ ଦ୍ୱିତୀୟ ସନ୍ତାନ ପାଇବାକୁ ଚାହୁଁଥିଲେ । ପ୍ରଥମ ସନ୍ତାନର ୧୦ ବର୍ଷ ପରେ ତାଙ୍କ ପତ୍ନୀ ସୀମା ଏବଂ ସେ ଆଇବିଏଫ(IVF)ର ସାହାରା ନେଇଥିଲେ । ପ୍ରଥମ ପୁଅ ନିର୍ବାଣ ଖାନଙ୍କ ପରେ ତାଙ୍କର ୟୋହାନ ଖାନଙ୍କୁ ଆଇଭିଏଫ ଜରିଆରେ ଜନ୍ମଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.