ETV Bharat / entertainment

ବକ୍ସ ଅଫିସରେ 'ଫାଇଟର' ଜଲୱା, ପ୍ରଥମ ଦିନରେ କଲା ଏତିକି କଲେକ୍ସନ

author img

By ETV Bharat Odisha Team

Published : Jan 26, 2024, 12:31 PM IST

Fighter Box Office Collection Day 1: ବର୍ତ୍ତମାନ ହ୍ରିତିକ ରୋଶନଙ୍କ ଫିଲ୍ମ 'ଫାଇଟର' ରିଲିଜ ହୋଇଛି । ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ଆଶା କରାଯାଉଥିବା କଲେକ୍ସନ କରିପାରିଛି । ଏପରି ପରିସ୍ଥିତିରେ ପ୍ରଥମ ଦିନରେ ୨୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ବକ୍ସ ଅଫିସରେ 'ଫାଇଟର' ଜଲୱା, ପ୍ରଥମ ଦିନରେ କଲା ଏତିକି କଲେକ୍ସନ
ବକ୍ସ ଅଫିସରେ 'ଫାଇଟର' ଜଲୱା, ପ୍ରଥମ ଦିନରେ କଲା ଏତିକି କଲେକ୍ସନ

ହାଇଦ୍ରାବାଦ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ବିଶେଷ ଅବସରରେ ହ୍ରିତିକ ରୋଶନଙ୍କ ଫିଲ୍ମ 'ଫାଇଟର୍' ୨୫ ଜାନୁଆରୀରେ ମୁକ୍ତିଲାଭ କରିଛି । ତେବେ ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିବା ସହ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ଫିଲ୍ମ ଭଲ ପ୍ରଦର୍ଶନ କରିଥିବା ବେଳେ ପ୍ରଥମ ଦିନରେ ମୋଟା ଅଙ୍କର କଲେକ୍ସନ ମଧ୍ୟ କରିଛି । ଓପନିଂ ଦିନରେ ଫିଲ୍ମ ୨୦କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

'ଫାଇଟର' ୨ ଘଣ୍ଟା ୪୩ ମିନିଟର ରହିଥିବା ବେଳେ ସେନ୍ସର ବୋର୍ଡ ପକ୍ଷରୁ ଫିଲ୍ମକୁ U/A ସାର୍ଟିଫିକେଟ ମିଳିଛି । ସାରା ଦେଶରେ ୪୨୦୦ ପରଦାରେ ମୁକ୍ତିଲାଭ କରିଥିବା ବେଳେ ଫିଲ୍ମଟି ପ୍ରଥମ ଦିନରେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ସାକନିକଙ୍କ ରିପୋର୍ଟ ଅନୁସାରେ, 'ଫାଇଟର୍' ପ୍ରଥମ ଦିନରେ ପ୍ରାୟ ୨୨କୋଟି ଟଙ୍କା କଲେକ୍ସନ କରିଛି । 'ଫାଇଟର୍' ଓପନିଂ ଦିନ ପାଇଁ ୨,୭୯ ୩୬୭ ଟିକେଟ୍ ବିକ୍ରି କରି ପ୍ରାୟ ୮.୪ କୋଟି ଟଙ୍କା ଆଡଭାନ୍ସ ବୁକିଂରେ କଲେକ୍ସନ କରିଛି ।

ତେବେ ଏହି ଫିଲ୍ମ ହ୍ରିତିକ ଏବଂ ସିଦ୍ଧାର୍ଥଙ୍କ ପୂର୍ବ ଫିଲ୍ମ 'ୱାର ଏବଂ ପଠାନ'ର ରେକର୍ଡ ଭାଙ୍ଗିବାରେ କିନ୍ତୁ ଅସଫଳ ରହିଛି । 'ୱାର' ପ୍ରଥମ ଦିନରେ ୫୩.୩୫ କୋଟି ଆୟ କରିଥିବା ବେଳେ 'ପଠାନ' ୫୭ କୋଟି ସହ ଓପନିଂ କରିଥିଲା । ତଥାପି ଏବେ ଏହି ଚଳଚ୍ଚିତ୍ର ୨୬, ୨୭ ଏବଂ ୨୮ ରେ ଅଧିକ ଟଙ୍କା ଆୟ କରି ରେକର୍ଡ କରିପାରେ ବୋଲି ଆଶା କରାଯାଉଛି । କାରଣ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ପାଇଁ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥାଏ ଏବଂ ଶନିବାର ଏବଂ ରବିବାର ମଧ୍ୟ ଛୁଟିଦିନ ରହିଛି । ତେବେ ଏପରି ପରିସ୍ଥିତିରେ ଫିଲ୍ମ ଭଲ ରୋଜଗାର କରିପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'ଫାଇଟର', ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଲେ ଫ୍ୟାନ୍ସ

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଏରିୟଲ ଆକ୍ସନ ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ । ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ଗଣତନ୍ତ୍ର ଦିବସ ଅବସରରେ ରିଲିଜ ହୋଇଛି । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, କରଣ ସିଂ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିଛନ୍ତି । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ହ୍ରିତିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.