ETV Bharat / entertainment

ଧନୁଷଙ୍କ ପାଇଁ ଚକା ଜାମ୍, ସୁଟିଂ ବନ୍ଦ କଲା ପୋଲିସ - ଧନୁଷ ଫିଲ୍ମ D51 ସୁଟିଂ

Dhanush New Movie Shoot: ଧନୁଷ ଆଗାମୀ ଫିଲ୍ମ 'D51'ର ସୁଟିଂ ତିରୁପତି ରାସ୍ତାରେ କରୁଥିଲେ । ଭିଡ଼ ଯୋଗୁଁ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ଏଭଳି ପରିସ୍ଥିତିରେ କିଛି ଭକ୍ତଙ୍କ ଅଭିଯୋଗ ପରେ ପୋଲିସ ଧନୁଷଙ୍କ ଫିଲ୍ମର ସୁଟିଂ ବନ୍ଦ କରିଦେଇଥିବା ଜଣାପଡିଛି ।

ଧନୁଷଙ୍କ ପାଇଁ ଜାମ୍ ହେଲା ରାସ୍ତା, ଫିଲ୍ମ ସୁଟିଂ ବନ୍ଦ କଲା ପୋଲିସ

author img

By ETV Bharat Odisha Team

Published : Feb 1, 2024, 2:30 PM IST

ହାଇଦ୍ରାବାଦ: ସାଉଥ ସୁରଷ୍ଟାର ଧନୁଷ ଆଗାମୀ ଫିଲ୍ମ 'D51'ରେ ନଜର ଆସିବେ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା ବେଳେ ଏନେଇ ଏକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଧନୁଷ ତିରୁପତି ମନ୍ଦିର ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର D51 ପାଇଁ ସୁଟିଂ କରୁଥିଲେ । ଏହି ସମୟରେ ଲୋକମାନେ ଅଭିନେତାଙ୍କୁ ଦେଖିବା ପାଇଁ ରାସ୍ତାରେ ଏକାଠି ହୋଇଥିଲେ । ଯେଉଁଥିପାଇଁ ଏହି ସ୍ଥାନରେ ପ୍ରବଳ ଭିଡ ଜମିବା ସହ ଟ୍ରାଫିକ୍ ଜାମ୍ ହୋଇଥିଲା । ଫଳରେ କିଛି ଭକ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ଫିଲ୍ମର ସୁଟିଂ ବନ୍ଦ କରିଥିଲା ପୋଲିସ ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ମାତା ତିରୁପତିର ଅଲିପିରୀ ଅଞ୍ଚଳରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଏହି କାରଣରୁ ଯାନବାହାନ ଯିବା ଆସିବା ରାସ୍ତା ବଦଳଯାଇଥିଲା । ତଥାପି ଏଠାରେ ଟ୍ରାଫିକ୍ ଜାମ ଦେଖାଦେଇଥିଲା । ଯାହା ପରେ ହନ୍ତସନ୍ତ ହୋଇଥିଲେ ଶ୍ରଦ୍ଧାଳୁ ଏବଂ ଭକ୍ତ । ଏନେଇ ପୋଲିସରେ ଅଭିଯୋଗ କରିଥିଲେ ଏବଂ ଭକ୍ତଙ୍କ ପାଇଁ ଏପରି ସମସ୍ୟା ସୃଷ୍ଟି କରି କିପରି ଫିଲ୍ମର ଟିମକୁ ସୁଟିଂ ପାଇଁ ଅନୁମତି ଦେଇଛନ୍ତି ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ । ଏହି ଅଭିଯୋଗ ପରେ ପୋଲିସ ଫିଲ୍ମର ସୁଟିଂ ବନ୍ଦ କରିଦେଇଥିଲା ।

ସେପଟେ ଘଟଣା ନେଇ ଫିଲ୍ମର ଟିମ ମିଡିଆକୁ କହିଛି ଯେ, ହଁ ସୁଟିଂ ସମୟରେ ଟିକିଏ ସମସ୍ୟା ହୋଇଥିଲା କିନ୍ତୁ ଆମେ ଫିଲ୍ମ ସୁଟିଂ ଶେଷ କରିବାରେ ସଫଳ ହୋଇଥିଲୁ । ଫିଲ୍ମ ସୁଟିଂ ଶେଷ ପରେ ବୁଧବାର ଧନୁଷ ପ୍ରଭୁ ଭେଙ୍କଟେଶ୍ବରଙ୍କ ଦର୍ଶନ ପାଇଁ ତିରୁମାଲା ପରିଦର୍ଶନ କରିଥିଲେ । ଏକ ପାରମ୍ପରିକ ହ୍ବାଇଟ ଆଉଟଫିଟରେ ନଜର ଆସିଥିବା ବେଳେ ତିରୁମାଲାଙ୍କ ଦର୍ଶନ ପରେ ପ୍ରଶଂସକ ଏବଂ ସାମ୍ବାଦିକମାନଙ୍କୁ ଅଭିବାଦନ ଜଣାଇଲେ ।

ଏହା ମଧ୍ୟ ପଢନ୍ତୁ: ପ୍ରଖ୍ୟାତ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକରେ ନଜର ଆସିବେ ଧନୁଷ

'D51' ବିଷୟରେ କହିବାକୁ ଗଲେ, ଧନୁଷଙ୍କ ବ୍ୟତୀତ ଏହି ଫିଲ୍ମରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ । ଏଥିସହ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ନିର୍ଦ୍ଦେଶକ ଶେଖର କମୁଲା ନିର୍ଦ୍ଦେଶନା ଦେଇଥିବା ବେଳେ ଶ୍ରୀ ଭେଙ୍କଟେଶ୍ବର ସିନେମା ଏଲଏଲପି ଏବଂ ଆମିଗୋ କ୍ରିଏସନ୍ସ ପ୍ରାଇଭେଟ ଲିମିଟେଡର ବ୍ୟାନରରେ ସୁନୀଲ ନାରଙ୍ଗ ଏବଂ ପୁଷ୍କର ରାମ ମୋହନ ରାଓଙ୍କ ଦ୍ବାରା ପ୍ରସ୍ତୁତ କରାଯାଉଛି । ​ହିନ୍ଦୀ ବ୍ୟତିତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ଖବର ଅନୁଯାୟୀ ନିର୍ମାତାମାନେ ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯୋଜନା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.