ETV Bharat / entertainment

ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା', କେକ୍ କାଟି-ବାଣ ଫୁଟାଇ ସେଲିବ୍ରେସନ କଲେ ଫ୍ୟାନ୍ସ - Devara Release Celebrations

author img

By ETV Bharat Entertainment Team

Published : 5 hours ago

Devara Release Celebrations: ଦୀର୍ଘ ଦିନର ଅପେକ୍ଷାର ହେଲା ଅନ୍ତ । ରିଲିଜ ହେଲା ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା' । ଫିଲ୍ମ ରିଲିଜକୁ ଉତ୍ସାହର ସହ ପାଳନ କରିଛନ୍ତି ଜୁନିଅର ଏନଟିଆରଙ୍କ ଫ୍ୟାନ୍ସ । ବାଣ ଫୁଟାଇ , କେକ୍ କାଟି ଜୋରଦାର ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଦେଖନ୍ତୁ ଭିଡିଓ,

ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା', କେକ୍ କାଟି-ବାଣ ଫୁଟାଇ ସେଲିବ୍ରେସନ କଲେ ଫ୍ୟାନ୍ସ
ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା', କେକ୍ କାଟି-ବାଣ ଫୁଟାଇ ସେଲିବ୍ରେସନ କଲେ ଫ୍ୟାନ୍ସ (Instagram-Twiiter)

ହାଇଦ୍ରାବାଦ: ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ପ୍ୟାକ୍ ଡ୍ରାମା 'ଦେବରା: ପାର୍ଟ -1' ଆଜି ରିଲଜ ହୋଇଛି । ଏହି ଚଳଚ୍ଚିତ୍ର ରିଲିଜ ନେଇ ଫ୍ୟାନ୍ସ ବିଭିନ୍ନ ସହରରେ ଦମଦାର ସ୍ୱାଗତ କରିଛନ୍ତି । ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ପ୍ରେକ୍ଷାଳୟ ବାହାରେ ବାଣ ଫୁଟାଇ ନାଚ ଗୀତରେ ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଦେବରାର ଗ୍ରାଣ୍ଡ ରିଲିଜ୍ ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

'ଦେବରା' ରିଲିଜ ସେଲିବ୍ରେସନ

ଦେବରା ରିଲିଜ ସେଲିବ୍ରେସନର ଅନେକ ଭିଡିଓ X (ପୂର୍ବରୁ ଟ୍ୱିଟର) ରେ ସାମ୍ନାକୁ ଆସିଛି । ଏକ ଭିଡିଓରେ ଜୁନିଅର ଏନଟିଆରଙ୍କ ଜଣେ ବୃଦ୍ଧ ମହିଳା ଫ୍ୟାନ୍ ଅଭିନେତାଙ୍କ ପୋଷ୍ଟରରେ ତିଲକ ଲଗାଉଥିବା ନଜର ଆସିଛନ୍ତି । ଏଥିସହ ଜୁନିଅର ଏନଟିଆର ପୋଷ୍ଟର ସାମ୍ନାରେ ମିଠା ମଧ୍ୟ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ପୋଷ୍ଟରରେ ବିଭିନ୍ନ ସହରରେ ଜୁନିଅର NTR ର ହୋଲ୍ଡିଂର ଫଟୋ ଦେଖିବାକୁ ମିଳିଛି । ଏଥିରୁ ଅନୁମାନ କରାଯାଇପାରେ ଯେ ଅଭିନେତାଙ୍କ ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ଥିଲେ ।

ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଏକ ବଡ଼ ଧରଣର ସେଲିବ୍ରେସନର ଦେଖିବାକୁ ମିଳିଛି । ସହରର କିଛି ଫଟୋ ସେୟାର କରି ଜଣେ ଫ୍ୟାନ୍ ଲେଖିଛନ୍ତି, '2 ବର୍ଷ ପରେ ବଡ ପରଦାରେ Jr. NTR ନଜର ଆସିଛନ୍ତି । ପୋଷ୍ଟର ଭିଡିଓରେ ଅଭିନେତାଙ୍କ ବଡ ହୋଲ୍ଡିଂ ଦେଖିବାକୁ ମିଳୁଛି । ଯାହାକୁ ଫୁଲ ମାଳାରେ ସଜ୍ଜାଯାଇଥିବା ବେଳେ ପୋଷ୍ଟରରେ ପୁଷ୍ପ ବର୍ଷା ସହ ସାମ୍ନାରେ ବାଣ ଫୁଟାଇ ଜୋରଦାର ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଅନେକ ସ୍ଥାନରେ କେକ୍ କାଟି ମଧ୍ୟ ସେଲିବ୍ରେସନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଦେବରା' କ୍ରେଜ, ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଜୁନିଅର ଏନଟିଆରଙ୍କ ଫିଲ୍

'ଦେବରା' ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଯୁବାସୁଧା କଳା ଏବଂ ଏନଟିଆର ଦ୍ୱାରା ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ 300 କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଫିଲ୍ମରେ ଜୁନିଅର ଏନଟିଆରଙ୍କ ସହ ସୈଫ ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜର ଆସିଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଜ୍ୟୋତି ଟମ ଚାକୋ ଏବଂ ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା'କୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 4ଟି ସିନ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.