ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଏହି ଦମ୍ପତି ଫେବୃଆରୀ 2024 ରେ ସେମାନେ ଚଳିତ ବର୍ଷ ସେପ୍ଟେମ୍ବରରେ ଶିଶୁ ଜନ୍ମ ହେବା ନେଇ ଘୋଷଣା କରିଥିଲେ । ଏଭଳି ପରିସ୍ଥିତିରେ ଦୀପିକା-ରଣଭୀରଙ୍କ ପ୍ରଶଂସକମାନେ ଦୀପିକାଙ୍କ ଡେଲିଭରି ତାରିଖ କ’ଣ ଏବଂ ସେପ୍ଟେମ୍ବରରେ କେଉଁ ଦିନ ସେ ନିଜ ସନ୍ତାନକୁ ଜନ୍ମ ଦେବେ ଜାଣିବାକୁ ଉତ୍ସାହିତ ଅଛନ୍ତି । ଏହି ସମୟରେ ଦୀପିକା ପାଦୁକୋନଙ୍କ ଡେଲିଭରି ଡେଟ୍ ପ୍ରକାଶ ପାଇଛି, ଯାହା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ କନେକ୍ସନ ଅଛି ।
ଏହି ଦିନ ମାଆ ହେବେ ଦୀପିକା ପାଦୁକୋନ
ରିପୋର୍ଟ ଅନୁସାରେ, ଦୀପିକା ପାଦୁକୋନଙ୍କ 28 ସେପ୍ଟେମ୍ବରରେ ଶିଶୁକୁ ଜନ୍ମ ଦେବେ ବୋଲି ଜଣାପଡିଛି । ସାଉଥ ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କ ଡେଲଭରି ହେବ ବୋଲି ଜଣାପଡିଛି । ତେବେ ଏହି ରିପୋର୍ଟ ଉପରେ ରଣଭୀର-ଦୀପିକାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ହେଲେ ଯଦି 28 ସେପ୍ଟେମ୍ବରରେ ଦୀପିକା ପାଦୁୋକନ ମାଆ ହୁଅନ୍ତି। ତେବେ ଏହି ଦିନ ସହ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ ତଥା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ କନେକ୍ସନ ଅଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ରଣବୀର କପୁରଙ୍କ ସହ ଦୀପିକାଙ୍କ ଡେଲିଭରି ତାରିଖର ସଂଯୋଗ କ’ଣ?
ବାସ୍ତବରେ ରଣବୀର କପୁର 28 ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । ଏଭଳି ପରିସ୍ଥିତିରେ, ଦୀପିକାଙ୍କ ଡେଲିଭରି ତାରିଖ ଆସିବା ପରଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ପୂର୍ବରୁ ରଣବୀର କପୁର ଏବଂ ଦୀପିକା ପାଦୁକୋନ ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ଜୋର ଧରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର ଏବଂ ଦୀପିକାଙ୍କୁ 2007 ଚଳଚ୍ଚିତ୍ର 'ବଚ୍ଚନା ଏ ହାସିନୋ'ରେ ଏକାଠି ଦେଖିବାକୁ ମିଳିଥିଲା । କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସମୟରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ଦୁହେଁ ଡେଟିଂ ଆରମ୍ଭ କରିଥିଲେ ଏବଂ ଦୀପିକା ତାଙ୍କ ବେକରେ ରଣବୀରଙ୍କ ନାଁର ଟାଟୁ ମଧ୍ୟ କରିଥିଲେ । ପରେ ଉଭୟଙ୍କ ବ୍ରେକଅପ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଦୀପିକାଙ୍କ ପୁଅ ହେବ ନା ଝିଅ, ଜ୍ୟୋତିଷ କଲେ ଏମିତି ଭବିଷ୍ୟବାଣୀ
ବିବାହର ୬ବର୍ଷ ପରେ ପିତାମାତା ହେବେ ଦୀପଭୀର
ପ୍ରକାଶ ଥାଉକି, ପରବର୍ତ୍ତୀ ସମୟରେ ଦୀପିକା ରଣଭୀର ସିଂଙ୍କୁ ବିବାହ କରିଥିଲେ ଏବଂ ରଣବୀର କପୁର ଆଲିଆ ଭଟ୍ଟଙ୍କୁ ବିବାହ କରିଥିଲେ । ଆଲିଆ ଏବଂ ରଣବୀର କପୁରଙ୍କ ଝିଅ ରାହା ରହିଥିବା ବେଳେ ବର୍ତ୍ତମାନ ପିତାମାତା ହେବେ ଦୀପିକା ଏବଂ ରଣଭୀର ସିଂ । ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ୨୦୧୮ରେ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ପିତାମାତା ହେବେ ଦୀପଭୀର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ