ETV Bharat / entertainment

ପୁଣି ଦେଶର ସମ୍ମାନ ବଢ଼ାଇବେ ଦୀପିକା, BAFTA ଆୱାର୍ଡରେ ଉପସ୍ଥାପିକା ଭାବେ ଆସିବେ ନଜର

author img

By ETV Bharat Odisha Team

Published : Feb 13, 2024, 12:54 PM IST

BAFTA Awards 2024: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ 'ବାଫଟା ଆୱାର୍ଡ' ଆୟୋଜିତ ହେବ । ଫେବୃଆରୀ ୧୯ରେ ଲଣ୍ଡନରେ ଏହି ଆୱାର୍ଡ ଶୋ' ହେବାକୁ ଥିବା ବେଳେ ଏଥିରେ ଦୀପିକା ପାଦୁକୋନ ଯୋଗ ଦେବେ । ଅଧିକ ପଢନ୍ତୁ,

ପୁଣି ଦେଶର ସମ୍ମାନ ବଢାଇବେ ଦୀପିକା, BAFTA ଆୱାର୍ଡରେ ଉପସ୍ଥାପିକା ଭାବେ ଆସିବେ ନଜର

ହାଇଦ୍ରାବାଦ: ଓସ୍କାର ପରେ ପୁଣି ଦେଶର ସମ୍ମାନ ବଢାଇବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ବଲିଉଡ ମସ୍ତାନୀ ବର୍ତ୍ତମାନ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଆୱାର୍ଡ ଶୋ' ବାଫଟା ଆୱାର୍ଡରେ ଯୋଗ ଦେବେ । ଏହି ଆୱାର୍ଡ ଶୋ'ରେ ଉପସ୍ଥାପିକା ଭାବେ ନଜର ଆସିବେ ଦୀପିକା ପାଦୁକୋନ । ଏଥିରେ ସାମିଲ ହୋଇ ଦୀପିକା ପୁଣି ଦେଶକୁ ଗୌରବାନ୍ୱିତ କରିବାକୁ ଯାଉଛନ୍ତି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଫଟା ପୁରସ୍କାର ୨୦୨୪ ଆୟୋଜିତ ହେବାକୁ ଯାଉଛି । ଚଳିତ ଥର ଏହାର ୭୭ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । ଏହି ପୁରସ୍କାର କାର୍ଯ୍ୟକ୍ରମ ଫେବୃଆରୀ ୧୯ରେ ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏଥର ଦୀପିକା ପାଦୁକୋନ ଉପସ୍ଥାପିକା ଭାବରେ BAFTA ପୁରସ୍କାର ୨୦୨୪ରେ ଅଂଶଗ୍ରହଣ କରିବେ । ଏହି ପୁରସ୍କାର ଶୋ'ରେ ହଲିଉଡର ଡେଭିଡ ବେକହମ ଏବଂ ଦୁଆ ଲିପାଙ୍କ ପରି ଜଣାଶୁଣା ତାରକା ମଧ୍ୟ ଯୋଗଦେବେ । ଦୀପିକା ଏଥିରେ ସାମିଲ ହେବା ଖବର ଜାଣିବା ପରେ ଫ୍ୟାନ୍ସ ଉତ୍ସାହର ସହ ଏହି ଶୋ'ର ସିଧାପ୍ରସାରଣ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

କହିରଖୁଛୁ କି, ଏହା ପୂର୍ବରୁ ଦୀପିକା ଗତବର୍ଷ (୨୦୨୩) ଆୟୋଜିତ ହୋଇଥିବା ଓସ୍କାରରେ ସାମିଲ ହୋଇଥିଲେ । ମାର୍ଚ୍ଚ ୧୨, ୨୦୨୩ରେ ଆମେରିକାରେ ଆୟୋଜିତ ହୋଇଥିବା ୯୫ତମ ଓସ୍କାର ଆୱାର୍ଡ ଶୋ’ରେ ଉପସ୍ଥାପିକା ଭାବେ ନଜର ଆସିଥିଲେ । ସେ ସାଉଥ ସିନେମାର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର ତଥା ଶ୍ରେଷ୍ଠ ଗୀତ ପୁରସ୍କାର ଭାବେ ଓସ୍କାର ପାଇଥିବା 'ଆରଆରଆର' ର ସୁପରହିଟ୍ ଗୀତ 'ନାଟୁ-ନାଟୁ'କୁ ଉପସ୍ଥାପନା କରିଥିଲେ । ଏହା ବ୍ୟତୀତ ଦୀପିକା ପାଦୁକୋନ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ 'ଏକାଡେମୀ ମ୍ୟୁଜିୟମ ଗାଲା'ରେ ବି ଯୋଗ ଦେଇ ଭାରତର ନାଁ ରଖିଥିଲେ । ତେବେ ଏବେ ପୁଣି ବାଫଟା ଆୱାର୍ଡରେ ସାମିଲ ହୋଇ ଦେଶ ଗୌରବାନ୍ୱିତ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓସ୍କାର ମଞ୍ଚରେ ନାଟୁ ନାଟୁକୁ ଗର୍ବର ସହ ପରିଚିତ କରାଇଲେ ବଲିଉଡ ମସ୍ତାନୀ

ଦୀପିକାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବର୍ତ୍ତମାନ ତାଙ୍କୁ ଜାନୁଆରୀ ୨୫ ରେ ରିଲିଜ ହୋଇଥିବା ଫିଲ୍ମ 'ଫାଇଟର'ରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ହ୍ରିତିକ ରୋଶନ ଏବଂ ଅନୀଲ କପୁରଙ୍କ ସହ ନଜର ଆସିଥିବା ବେଳେ ଫିଲ୍ମଟି ଭଲ ପ୍ରଦର୍ଶନ କରୁଛି । ସେହିପରି ଆଗାମୀ ଦିନରେ ସେ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮AD' ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପାଟାନୀ ଭଳି ତାରକାଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଚଳିତ ବର୍ଷ ମେ ୯ରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ମୁମ୍ବାଇ ଫେରିଲେ ଦୀପିକା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଏକାଡେମୀ ମ୍ୟୁଜିୟମ ଗାଲାରେ ହୋଇଥିଲେ ସାମିଲ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.