ETV Bharat / entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା ପାଦୁକୋନ, କୁନି ଅତିଥି ଅପେକ୍ଷାରେ ପରିବାର ଓ ଫ୍ୟାନ୍ସ - Deepika Padukone Hospitalised

author img

By ETV Bharat Entertainment Team

Published : Sep 8, 2024, 10:42 AM IST

Deepika Padukone Delivery: ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଘରକୁ ଖୁବଶୀଘ୍ର ଆସିପାରନ୍ତି କୁନି ଅତିଥି । ରିପୋର୍ଟ ଅନୁଯାୟୀ, ଡେଲିଭରି ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଖବର ଆସିବା ପରେ କୁନି ଅତିଥି ଅପେକ୍ଷାରେ ରହିଛନ୍ତି ପରିବାର ଓ ଫ୍ୟାନ୍ସ । ଅଧିକ ପଢନ୍ତୁ,

ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା ପାଦୁକୋନ ! କୁନି ଅତିଥି ଅପେକ୍ଷାରେ ପରିବାର ଓ ଫ୍ୟାନ୍ସ
ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା ପାଦୁକୋନ ! କୁନି ଅତିଥି ଅପେକ୍ଷାରେ ପରିବାର ଓ ଫ୍ୟାନ୍ସ (ETV Bharat Odisha)

ହାଇଦ୍ରାବାଦ: ମାଆ ହେବେ ଦୀପିକା ପାଦୁକୋନ । ଯାହାକୁ ନେଇ ବର୍ତ୍ତମାନ ଶିରୋନାମାରେ ରହିଛନ୍ତି ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା । ଦୀପିକା ପାଦୁକୋନଙ୍କ ବିଷୟରେ ଖବର ଆସିଥିଲା ​​ଯେ ସେ ସେପ୍ଟେମ୍ବରରେ ନିଜ ସନ୍ତାନକୁ ଜନ୍ମ ଦେଇପାରନ୍ତି । ଏପରି ସମୟରେ ବର୍ତ୍ତମାନ ଦୀପିକା ପାଦୁକୋନଙ୍କୁ ଶନିବାର ମୁମ୍ବାଇର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗର୍ଭବତୀ ଦୀପିକା ପାଦୁକୋନ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଏହି ଖବର ଆସିବା ପରେ କୁନି ଅତିଥି ଅପେକ୍ଷାରେ ରହିଛନ୍ତି ପରିବାର ଓ ଫ୍ୟାନ୍ସ ।

ହସ୍ପିଟାଲରେ ଭର୍ତ୍ତି ଦୀପିକା

କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀ ଯେକୌଣସି ସମୟରେ ଏକ ସନ୍ତାନ ପ୍ରସବ କରିପାରନ୍ତି । ଦୀପିକା ପାଦୁକୋନଙ୍କ ସହ ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟ ମଧ୍ୟ ନଜର ଆସିଥିଲେ । ସେପ୍ଟେମ୍ବରର ଶେଷ ସପ୍ତାହରେ ଦୀପିକା ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି ବୋଲି ଆଲୋଚନା ଜୋର ଧରିଥିଲା । ବର୍ତ୍ତମାନ କୁହାଯାଉଛି ଯେ ଏହି ଦମ୍ପତି ଏବଂ ସେମାନଙ୍କ ପରିବାର ସିଜରିଆନ୍ ଡେଲିଭରି (ସି-ସେକ୍ସନ୍) ମାଧ୍ୟମରେ ଶିଶୁକୁ ସ୍ୱାଗତ କରିବାକୁ ଯୋଜନା କରିଛନ୍ତି, ତେଣୁ ଅଭିନେତ୍ରୀଙ୍କୁ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସିଦ୍ଧିବିନାୟକଙ୍କ ଦର୍ଶନ କରିଥିଲେ ଦୀପିକା-ରଣଭୀର

ସୂଚନାଯୋଗ୍ୟ ଯେ ଗଣେଶ ପୂଜାର ଗୋଟିଏ ଦିନ ପୂର୍ବରୁ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଥିଲେ । ପାରମ୍ପାରିକ ଲୁକରେ ଦୀପିକା ବାପ୍ପାଙ୍କ ଦର୍ଶନ କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଏହି ମାସରେ ମାଆ ହେବେ ଦୀପିକା; ବେବି ବମ୍ପ ସହ କଲେ ମେଟରନିଟି ଫଟୋସୁଟ୍, ରଣଭୀର ବି ଆସିଲେ ନଜର

ବିବାହର ୬ବର୍ଷ ପରେ ପିତାମାତା ହେବେ ଦୀପଭୀର

ବିବାହର ୬ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ନଭେମ୍ୱର 14, ୨୦୧୮ରେ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ପିତାମାତା ହେବେ ଦୀପଭୀର । ନିକଟରେ ମେଟରନିଟି ଫଟୋସୁଟ ମଧ୍ୟ କରାଇଥିଲେ ଦମ୍ପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.