ETV Bharat / entertainment

ଧୋନି-ଜାଡେଜାଙ୍କୁ ଥାଲାପତି ବିଜୟଙ୍କ ଭେଟି, ଏହି ଗୀତ କଲେ ଉତ୍ସଗୀକୃତ - GOAT Song Dedicate to Dhoni Jadeja

author img

By ETV Bharat Odisha Team

Published : Apr 16, 2024, 8:48 PM IST

GOAT Song Dedicate To Dhoni And Jadeja: ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ ଥିବା ସାଉଥ ତାରକା ଥାଲାପତି ବିଜୟ ନିଜ ଫିଲ୍ମ 'ଗଟ'ର ଗୀତ 'ହ୍ୱିସିଲ ପୋଡୁ'କୁ ଏମଏସ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଉତ୍ସର୍ଗ କରିଛନ୍ତି । ଭିଡିଓ ଦେଖନ୍ତୁ ...

ଧୋନି-ଜାଡେଜାଙ୍କୁ CSK ଫ୍ୟାନ ଏବଂ ଥାଲପତି ବିଜୟଙ୍କ ଭେଟି, ଏହି ଗୀତ କଲେ ଉତ୍ସଗୀକୃତ

ହାଇଦ୍ରାବାଦ: ଆଜିକାଲି ଦେଶର ସମସ୍ତ ଲୋକ କ୍ରିକେଟକୁ ବେଶ ଭଲପାଆନ୍ତି । ସାଧାରଣ ଲୋକ ଠାରୁ ସେଲିବ୍ରିଟି କ୍ରିକେଟ ସହ ଅନେକ କ୍ରିକେଟର ମାନଙ୍କର ଫ୍ୟାନ୍ ଅଟନ୍ତି । ବର୍ତ୍ତମାନ ଦେଶରେ ଆଇପିଏଲର ଧୁମ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ ଥିବା ସାଉଥ ତାରକା ଥାଲାପତି ବିଜୟ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏକ ଉପହାର ଦେଇଛନ୍ତି । ଥାଲାପତି ବିଜୟ ନିଜ ଫିଲ୍ମ 'ଗଟ'ର ଗୀତ 'ହ୍ୱିସିଲ ପୋଡୁ'କୁ ଖାସ୍ ଅନ୍ଦାଜରେ ଏମଏସ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଉତ୍ସର୍ଗ କରିଛନ୍ତି । ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

'ହ୍ୱିସିଲ ପୋଡୁ' ଏମଏସ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଉତ୍ସର୍ଗୀକୃତ

ଥାଲାପତି ବିଜୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟି ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ କ୍ୟାପଟେନ ଏମଏସ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କୁ କେନ୍ଦ୍ର କରି ଭିଡିଓଟି ପ୍ରସ୍ତୁତ ହୋଇଥିବା ବେଳେ ଆଇପିଏଲ ଟିମର ବିଶେଷ ମୁହୂର୍ତ୍ତ ଦେଖିବାକୁ ମିଳିଛି । ଏଥିସହ ଭିଡିଓରେ ଏହି ଟିମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ବିଜୟ ନିକଟରେ ରିଲିଜ୍ ହୋଇଥିବା ଗୀତ 'ହ୍ୱିଷ୍ଟଲ୍ ପୋଡୁ' ଯୋଡିଛନ୍ତି, ଯାହା ଏହି ଟିମ ସହ ମେଳ ଖାଉଛି । ଏହି ଗୀତ ସେୟାର କରି ସେ ଲେଖିଛନ୍ତି, 'ଭାଇବ ଅଫ ଦ ଡେ: ହ୍ୱିସିଲ ପୋଡୁ ।' କହିରଖୁଛୁ କି, ଜାଡେଜାଙ୍କ ଅଧିନାୟକତ୍ୱକୁ ଦେଖି ତାଙ୍କୁ 'କ୍ରିକେଟ୍ ଥାଲାପତି' କୁହାଯାଉଥିବା ବେଳେ 'କ୍ୟାପଟେନ କୁଲ' ଧୋନିଙ୍କୁ 'ଥାଲା' ବୋଲି କୁହାଯାଏ । ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ବାଇରାଲ ହେଉଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

୨୪ ଘଣ୍ଟା ମଧ୍ୟରେ ରେକର୍ଡ ସୃଷ୍ଟି କରଛି ଗୀତ 'ହ୍ୱିଷ୍ଟଲ୍ ପୋଡୁ'

ସୂଚନା ଥାଉ କି, ଥାଲାପତିଙ୍କ ଏହି ଗୀତଟି ତାମିଲ ନୂଆ ବର୍ଷ ଅର୍ଥାତ୍ ଏପ୍ରିଲ ୧୫ରେ ମୁକ୍ତିଲାଭ କରିଥିବା ବେଳେ ୨୪ ଘଣ୍ଟାରେ ରେକର୍ଡ ସୃଷ୍ଟି କରିଛି । ଯୁବା ଶଙ୍କର ରାଜାଙ୍କ ଦ୍ୱାରା ରଚିତ ଏହି ଗୀତରେ ବିଜୟ ନିଜର ସ୍ୱର ଦେଇଛନ୍ତି । ଏହି ଗୀତ ରିଲିଜ ପରେ ସମସ୍ତେ ଏହାକୁ ଖୁବ ପସନ୍ଦ କରିଛନ୍ତି । ସାଉଥ ଫ୍ୟାନ୍ସଙ୍କ ମଧ୍ୟରେ ଏହି ଗୀତକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଗୀତଟି ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ 25.5 ମିଲିୟନ୍ ଭ୍ୟୁ ସଂଗ୍ରହ କରି ସର୍ବାଧିକ ଦେଖାଯାଇଥିବା ଗୀତ ଭାବେ ପରିଗଣିତ ହୋଇଛି ।

'ହ୍ୱିଷ୍ଟଲ୍ ପୋଡୁ' ଗୀତ ବ୍ୟାନ ଦାବି

'ହ୍ୱିଷ୍ଟଲ୍ ପୋଡୁ' ଗୀତ ବ୍ୟାନ କରିବାକୁ ଦାବି ହୋଇଛି । ସୋସିଆଲ ଆକ୍ଟିଭିଷ୍ଚ ଆରଟିଆଇ ସେଲଭାମ ଏହି ଗୀତକୁ ନେଇ ଅଭିଯୋଗ କରି ଚେନ୍ନାଇ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଚଳଚ୍ଚିତ୍ର ଏହି ଗୀତ ମଦ୍ୟପାନକୁ ପ୍ରୋତ୍ସାହିତ କରୁଛି ଏବଂ ଯୁବ ଦର୍ଶକଙ୍କ ମଧ୍ୟରେ ଡ୍ରଗ୍ ବ୍ୟବହାର ଏବଂ ହିଂସାକୁ ପ୍ରୋତ୍ସାହିତ କରିଛି । ଏହି ଗୀତକୁ ସେ ବ୍ୟାନ କରିବାକୁ ଦାବି କରିଛନ୍ତି । ତେବେ ଚଳଚ୍ଚିତ୍ର ନିର୍ମାତାମାନେ ଏପର୍ଯ୍ୟନ୍ତ ଏହି ଦାବି ନେଇ କୌଣସି ଜବାବ ଦେଇନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ: ଥାଲାପତିଙ୍କୁ ଦେଖିବାକୁ ବେକାବୁ ହେଲେ ଫ୍ୟାନ୍ସ, ଠେଲାପେଲାରେ ଭାଙ୍ଗିଲା କାର୍

'ଗୋଟ' ଫିଲ୍ମ ବିଷୟରେ କହିବାକୁ ଗଲେ, 'ଗୋଟ' ଏକ ସମୟ-ଭ୍ରମଣ ଚଳଚ୍ଚିତ୍ର ବୋଲି କୁହାଯାଉଛି । ଏଥିରେ ବିଜୟ ଡବଲ ରୋଲରେ ଅଭିନୟ କରୁଛନ୍ତି । କୁହାଯାଉଛି ଯେ ଏହି ଫିଲ୍ମରେ ବିଜୟଙ୍କ ସହ ଲିଓ ସହ- ଅଭିନେତ୍ରୀ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଭେଙ୍କଟ ପ୍ରଭୁ । ଫିଲ୍ମଟି ସେପ୍ଟେମ୍ବର ୫ ରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.