ETV Bharat / entertainment

69 ବର୍ଷରେ ଚିରଞ୍ଜୀବୀ; ଜନ୍ମଦିନରେ ଦର୍ଶକଙ୍କୁ ଭେଟି, 22 ବର୍ଷ ପରେ ପୁଣି ରିଲିଜ ମେଗାଷ୍ଟାରଙ୍କ ହିଟ୍ ଫିଲ୍ମ 'ଇନ୍ଦ୍ରା' - Chiranjeevi Birthday

author img

By ETV Bharat Odisha Team

Published : Aug 22, 2024, 12:29 PM IST

Chiranjeevi 69th Birthday: ଆଜି 69 ବର୍ଷରେ ପାଦ ଥାପିଲେ ମେଗାଷ୍ଟାର ଚିରଞ୍ଜୀବୀ। ଏହି ଅବସରରେ ସେ ତିରୁମାଲା ମନ୍ଦିର ପରିଦର୍ଶନ କରିଛନ୍ତି । ସେପଟେ ଅଭିନେତାଙ୍କ ଜନ୍ମଦିନ ଅବସରରେ ସିନେପ୍ରମୀଙ୍କୁ ଭେଟି । ଆଜି 22 ବର୍ଷ ପରେ ପୁଣି ରିଲିଜ ହେଉଛି ମେଗାଷ୍ଟାରଙ୍କ ସୁପରହିଟ୍ ଫିଲ୍ମ 'ଇନ୍ଦ୍ରା- ଦ ଟାଇଗର' । ଅଧିକ ପଢନ୍ତୁ,

69 ବର୍ଷରେ ଚିରଞ୍ଜୀବୀ; ଜନ୍ମଦିନରେ ଦର୍ଶକଙ୍କୁ ଭେଟି, 22 ବର୍ଷ ପରେ ରି-ରିଲିଜ ହେବ ମେଗାଷ୍ଟାରଙ୍କ ହିଟ୍ ଫିଲ୍ମ 'ଇନ୍ଦ୍ରା'
69 ବର୍ଷରେ ଚିରଞ୍ଜୀବୀ; ଜନ୍ମଦିନରେ ଦର୍ଶକଙ୍କୁ ଭେଟି, 22 ବର୍ଷ ପରେ ରି-ରିଲିଜ ହେବ ମେଗାଷ୍ଟାରଙ୍କ ହିଟ୍ ଫିଲ୍ମ 'ଇନ୍ଦ୍ରା' (Movie Poster)

ହାଇଦ୍ରାବାଦ: ଆଜି ସାଉଥ ମେଗାଷ୍ଟାର ଚିରଞ୍ଜୀବୀ 69ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ଅଭିନେତା ଚିରଞ୍ଜୀବୀ ତିରୁମାଲା ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିର ଦର୍ଶନ କରିଛନ୍ତି । ଚିରଞ୍ଜୀବୀ ତାଙ୍କ ପତ୍ନୀ ସୁରେଖା କୋନିଡେଲାଙ୍କ ସହ ପାରମ୍ପରିକ ଲୁକରେ ପ୍ରଭୁ ବାଲାଜୀଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେପଟେ ଅଭିନେତାଙ୍କ ଜନ୍ମଦିନରେ ପୁଣି ରିଲିଜ ହେଉଛି ମେଗାଷ୍ଟାରଙ୍କ ସୁପରହିଟ୍ ଫିଲ୍ମ 'ଇନ୍ଦ୍ରା- ଦ ଟାଇଗର' । ଯାହା 22 ବର୍ଷ ହେବାକୁ ଥିବା ବେଳେ ସିନେପ୍ରେମୀଙ୍କ ପାଇଁ ଏହା ଭଲ ଉପହାର ଅଟେ।

22 ବର୍ଷ ପରେ ପୁଣି ରିଲିଜ ହେଉଛି 'ଇନ୍ଦ୍ରା'

2002ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ଇନ୍ଦ୍ରା' ଆଜି 22 ଅଗଷ୍ଟ, ଅଭିନେତା ଚିରଞ୍ଜୀବୀଙ୍କ ଜନ୍ମଦିନ ଅବସରରେ ପୁନଃରିଲିଜ ହେଉଛି । ଚିରଞ୍ଜୀବୀ ଫିଲ୍ମ ଇନ୍ଦ୍ରାରୁ ଶ୍ରେଷ୍ଠ ତେଲୁଗୁ ଅଭିନେତା ଭାବରେ ଫିଲ୍ମଫେୟାର ଏବଂ ନନ୍ଦୀ ପୁରସ୍କାର ମଧ୍ୟ ପାଇଥିବା ବେଳେ ଆଜି 22 ବର୍ଷ ପରେ ବିଶ୍ୱରେ ଏହି ଫିଲ୍ମ ପୁଣି ରିଲିଜ ହେଉଛି । ନିକଟରେ ନିର୍ମାତା ବୈଜୟନ୍ତୀ ମୁଭ୍ସି 'ଇନ୍ଦ୍ରା' ଫିଲ୍ମର ପୁନଃ ରିଲିଜ ବିଷୟରେ ସୂଚନା ଦେଇଛନ୍ତି । ନିର୍ମାତାମାନେ ନିଜ ପୋଷ୍ଟରେ ଲେଖିଥିଲେ, ବୈଜୟନ୍ତୀ ମୁଭ୍ସିର 50 ବର୍ଷ ପୂରଣ ଅବସରରେ ଏବଂ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ଫିଲ୍ମଟି ପୁନଃ ମୁକ୍ତିଲାଭ କରୁଛି ।

ସର୍ବାଧିକ ଆୟ କରିଥିବା ଫିଲ୍ମ ଅଟେ 'ଇନ୍ଦ୍ରା'

2002 ମସିହାରେ ରିଲିଜ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ 55 କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହିପରି ଏହା ଟଲିଉଡର ସବୁଠାରୁ ଅଧିକଆୟ କରିଥିବା ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଆରତୀ ଅଗ୍ରୱାଲ, ସୋନାଲି ବେନ୍ଦ୍ରେ, ପ୍ରକାଶ ରାଜ ଏବଂ ମୁକେଶ ଋଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ମଣି ଶର୍ମାଙ୍କ ସଙ୍ଗୀତ ଥିଲା। ଫିଲ୍ମ ଇନ୍ଦ୍ରା ତାମିଲରେ ଇନ୍ଦ୍ରିୟନ ଏବଂ ହିନ୍ଦୀରେ 'ଇନ୍ଦ୍ରା-ଦ ଟାଇଗର' ନାମରେ ନାମିତ ହୋଇଥିଲା । ହିନ୍ଦୀ ବେଲ୍ଟର ଦର୍ଶକଙ୍କ ମଧ୍ୟରେ ଏବେ ମଧ୍ୟ ବହୁତ କ୍ରେଜ ଅଛି । ଚିରଞ୍ଜୀବୀ ଏହି ଫିଲ୍ମରେ ଟ୍ୟାକ୍ସି ଡ୍ରାଇଭର ଭୂମିକାରେ ଅଭିନୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ବିଭୂଷଣ ସମ୍ମାନ ପାଇ ଖୁସିବ୍ୟକ୍ତ କଲେ ଚିରଞ୍ଜୀବୀ, ରାମ-ଅଲ୍ଲୁ କହିଲେ ଏମିତି କଥା

150ରୁ ଅଧିକ ଦମଦାର ଚଳଚ୍ଚିତ୍ର କରିଛନ୍ତି ଚିରଞ୍ଜୀବୀ

ସୂଚନା ଥାଉ କି, ଚିରଞ୍ଜୀବୀ ହିନ୍ଦୀ ଭାଷା ସମେତ ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀ ଭାଷାରେ ଅନେକ ଚଳଚ୍ଚିତ୍ର କରିଛନ୍ତି । ୧୯୭୮ ମସିହାରେ 'ପୁନାଧିରଲୁ' ସହ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିବା ମେଗାଷ୍ଟାର 150ରୁ ଅଧିକ ଦମଦାର ଚଳଚ୍ଚିତ୍ରରେ କାମ କରିଛନ୍ତି । ନିଜର ଚମତ୍କାର ଅଭିନୟରେ ଦର୍ଶକଙ୍କ ମନରେ ରାଜ କରିଆସିଛନ୍ତି 69 ବର୍ଷୀୟ ସାଉଥ ଭାରତୀୟ ମେଗାଷ୍ଟାର ଚିରଞ୍ଜୀବୀ । ଏହି ଅଭିନେତା ସମ୍ମାନଜନକ ରଘୁପତି ଭେଙ୍କୟା ପୁରସ୍କାର, ତିନୋଟି ନନ୍ଦୀ ପୁରସ୍କାର ଏବଂ ନଅଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି । ଚିରଞ୍ଜୀବୀ ୨୦୦୬ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ପୁଣି ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.