ETV Bharat / entertainment

ବି ପ୍ରାକଙ୍କ କନସର୍ଟରେ ଭୁଶୁଡିଥିଲା ମଞ୍ଚ, ଦୁଃଖପ୍ରକାଶ କଲେ ଗାୟକ - କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡିବା ଘଟଣା

Singer B Praak On Kalkaji Stage Collapse: ଦିଲ୍ଲୀର କାଲକାଜୀ ମନ୍ଦିରରେ ଭଜନ ସମାରୋହ ସମୟରେ ମଞ୍ଚ ଭୁଶୁଡିବା ଘଟଣା । ଗାୟକ ବି ପ୍ରାକଙ୍କ ଭଜନ ସମାରୋହ ସମୟରେ ଏହି ଘଟଣା ଘଟିଛି । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ଏହି ଘଟଣା ନେଇ କଣ୍ଠଶିଳ୍ପୀ ଏକ ବିବୃତ୍ତି ଜାରି କରି ଦୁଃଖ ପ୍ରକାଶ କରିଛନ୍ତି ।

ବି ପ୍ରାକଙ୍କ କନସର୍ଟରେ ଭୁଶୁଡିଥିଲା ମଞ୍ଚ, ଦୁଃଖପ୍ରକାଶ କଲେ ଗାୟକ

author img

By ETV Bharat Odisha Team

Published : Jan 28, 2024, 12:41 PM IST

ହାଇଦ୍ରାବାଦ: ଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡିବା ଘଟଣା । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଏହି ଅଭାବନୀୟ ଘଟଣା ବଲିଉଡ କଣ୍ଠଶିଳ୍ପୀ ବି ପ୍ରାକଙ୍କ କନସର୍ଟ ସମୟରେ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୭ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ କଣ୍ଠଶିଳ୍ପୀ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

  • One woman died and 17 others were injured after a stage inside Delhi's Kalkaji mandir collapsed during a ritual ceremony on Friday midnight. B.Prak was performing while an incident happened. pic.twitter.com/hyGLAemLCM

    — Amit Bhardwaj (@AmmyBhardwaj) January 28, 2024 " class="align-text-top noRightClick twitterSection" data=" ">

ବି ପ୍ରାକ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ବାର୍ତ୍ତା ଜାରି କରି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଭିଡିଓରେ ସେ କହିଛନ୍ତି, ମୁଁ ବହୁତ ଦୁଃଖିତ । ମୋର ହୃଦୟ ଭାଙ୍ଗିଯାଇଛି । କାରଣ ପ୍ରଥମ ଥର ପାଇଁ ମୁଁ ଏପରି କିଛି ଦେଖିଲି ଯାହା ମୋ ସାମ୍ନାରେ ଘଟିଛି । କାଲକାଜୀ ମନ୍ଦିରରେ ଯାହା ଘଟିଲା ତାହା ଦୁଃଖଦାୟକ । ଯାହା ମୋତେ ବେଶ ଆଘାତ ଦେଇଛି । ମୁଁ ଆଶା କରୁଛି ସମସ୍ତେ ଭଲ ଅଛନ୍ତି। ସମସ୍ତ ଆହତ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି ।'

କାଲକାଜୀ ମନ୍ଦିରରେ ଭଜନ ସମାରୋହରେ ଭୁଶୁଡିଲା ମଞ୍ଚ; ଦୁଃଖପ୍ରକାଶ କଲେ ଗାୟକ ବି ପ୍ରାକ

ସେ ଆହୁରି ମଧ୍ୟ କହିଛନ୍ତି, 'ଯେକୌଣସି କାର୍ଯ୍ୟକ୍ରମର ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦିଓ ମ୍ୟାନେଜମେଣ୍ଟ ଲୋକମାନଙ୍କୁ ପଛକୁ ହେବାକୁ ବହୁତ ଚେଷ୍ଟା କରିଥିଲା, କିନ୍ତୁ ଏହା ହୋଇନଥିଲା । ମା'ଙ୍କ ପାଇଁ ଶ୍ରଦ୍ଧା ଥିଲା । ମୋ ପାଇଁ ବି ଭଲପାଇବା ଥିଲା । କିନ୍ତୁ ଭବିଷ୍ୟତରେ ଆମକୁ ବହୁତ ସତର୍କ ରହିବାକୁ ପଡିବ । ଜୀବନ ଠାରୁ ବଡ଼ କିଛି ନାହିଁ । ତେଣୁ ଆମକୁ ଏହାର ଯତ୍ନ ନେବାକୁ ପଡିବ । ମା' ଚାହିଁଲେ ମୁଁ ପୁଣି ଆସିବି ।'

ଏହା ମଧ୍ୟ ପଢନ୍ତୁ: ଚାଲିଥିଲା ଭଜନ ସମାରୋହ ଭୁଶୁଡିଲା ମଞ୍ଚ, ଜଣେ ମୃତ 17 ଆହତ

ସୂଚନା ଥାଉ କି, ଶନିବାର ବିଳମ୍ବିତ ରାତିରେ କାଲକାଜୀ ମନ୍ଦିର ମହନ୍ତ ପରିସରରେ ଭଜନ ସମାରୋହରେ ଏପରି ଅଘଟଣ ଘଟିଥିଲା । ସେଠାରେ ପ୍ରାୟ ୧୫୦୦ରୁ ୧୬୦୦ ଲୋକ ଏକାଠି ହୋଇଥିଲେ । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ନେଇ ଆୟୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ପୋଲିସ । ଆଇପିସିର ଧାରା 337 / 304A /188 ଅନୁଯାୟୀ ଆୟୋଜକଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.