ETV Bharat / entertainment

ବବି ଇସଲାମଙ୍କୁ ହତ୍ୟା ଧମକ, ଥାନାର ହେଲେ ଦ୍ୱାରସ୍ଥ - FIR LODGED AGAINST MANOJ MISHRA

ବବି ଇସଲାମଙ୍କୁ ହତ୍ୟା ଧମକ ମିଳିଛି । ମନୋଜ ମିଶ୍ର ତାଙ୍କୁ ଏହି ଧମକ ଦେଇଥିବା ଅଭିଯୋଗ କରି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

FIR LODGED AGAINST MANOJ MISHRA
FIR LODGED AGAINST MANOJ MISHRA (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 5:34 PM IST

କଟକ: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ଦିନକୁ ଦିନ ବଢିବାରେ ଲାଗିଛି ଅଡ଼ୁଆ । ନିକଟରେ ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲା ଓଡିଶା ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନ । ଏବେ ପୁଣି ମନୋଜଙ୍କ ନାଁରେ ଏତଲା ଦିଆଯାଇଛି । କଟକ ଦରଘା ବଜାର ଥାନାରେ ଏହି ଏତଲା ଦେଇଛନ୍ତି ନିର୍ଦ୍ଦେଶକ ସଂଘ ଉପସଭାପତି ବବି ଇସଲାମ । ଜୀବନରେ ମାରିଦେବାକୁ ଧମକ ମିଳିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବବି ଇସଲାମ ।

ହତ୍ୟା ଧମକ ପରେ ଥାନାର ଦ୍ୱାରସ୍ଥ ହେଲେ ବବି

FIR LODGED AGAINST MANOJ MISHRA (ETV Bharat Odisha)

ବବି ଇସଲାମଙ୍କ କହିବା ଅନୁସାରେ, ''ଗତକାଲି ଏକ ଟିଭି ସୋ'ରେ ଏକ ରାଣ୍ଡି ପୁଅ ଅନନ୍ତା ବିତର୍କ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ମନୋଜଙ୍କୁ ନେଇ ବର୍ଷିଥିଲେ ବବି । ଏହାପରେ ବବିଙ୍କୁ ଫୋନ କଲ ଜରିଆରେ ଆସିଥିଲା ଧମକ । ମନୋଜ ମିଶ୍ର ଓ ତାଙ୍କ ବନ୍ଧୁ ତାଙ୍କୁ ଜୀବନରେ ମାରିଦେବା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ବବି ଇସଲାମ । ଯାହାକୁ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।''

ଏହା ମଧ୍ୟ ପଢନ୍ତୁ: FIRକୁ ନେଇ ମନୋଜ ମିଶ୍ରଙ୍କ କାଉଣ୍ଟର, 'ଯିଏ ଓଡ଼ିଆ ସିନେମାର ଶତ୍ରୁ, ସେ ମୋ ଶତ୍ରୁ'

ପୂର୍ବରୁ ମଧ୍ୟ ଦିଆଯାଇଥିଲା ଏତଲା

ସେପଟେ ଏହି ମାମଲା ନେଇ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନଥିଲା ବେଳେ ମନୋଜଙ୍କ ପାଇଁ ଏବେ ବିବାଦ ଥମିବାର ନା ନେଉନଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ଦେଇଥିଲେ ନିର୍ଦ୍ଦେଶକ ସଂଘ । ସୋସିଆଲ ମିଡିଆରେ ଓଡ଼ିଆ ଫିଲ୍ମ ଓ ନିର୍ଦ୍ଦେଶକଙ୍କୁ ଖରାପ କହିବା ଉଦ୍ଦେଶ୍ୟରେ ହୋଇଥିଲା ଏତଲା ।

ଏହା ମଧ୍ୟ ପଢନ୍ତୁ: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା

କହିରଖୁଛୁ କି, ନିର୍ଦ୍ଦେଶକ ସଂଘର ଏତଲା ପରେ ପ୍ରେସମିଟ ଜରିଆରେ ପ୍ରତିକ୍ରିୟା ଦେଇଥିଲେ ମନୋଜ ମିଶ୍ର । ଏହି ସମୟରେ ମନୋଜ କହିଥିଲେ ଯେ, କୌଣସି ନିର୍ଦ୍ଦେଶକ ମୋର ଶତ୍ରୁ ନୁହନ୍ତି କି ଓଡ଼ିଆ ସିନେମା ଶିଳ୍ପ ମୋ ବାପାର ନୁହେଁ, ଯିଏ ବି ଓଡ଼ିଶା ସିନେମାର ଶତ୍ରୁ ସେ ମୋର ଶତ୍ରୁ । ତେଣୁ ମୁ ସିନେମାକୁ ନେଇ କହିବି । ଯେ ପର୍ଯ୍ୟନ୍ତ ଭଲ, ଅପଡେଟ ଓ ଟେକ୍ନିକାଲ ସାଉଣ୍ଡ ସିନେମା ନ ହୋଇଛି ଓଡ଼ିଆ ଚଳଚିତ୍ର ଉପରେ ନିର୍ଭର ଲୋକଙ୍କୁ ଟଙ୍କା ନ ମିଳିଛି ମୁଁ ସେ ପର୍ଯ୍ୟନ୍ତ ମୁଁ ଏମିତି କହିବି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.