ETV Bharat / entertainment

ବନ୍ଧା ହେଲେ ବିଗ ବସ୍‌ ବିଜେତା ଏଲଭିସ ଯାଦବ

author img

By ETV Bharat Odisha Team

Published : Mar 17, 2024, 4:21 PM IST

Updated : Mar 17, 2024, 7:17 PM IST

Elvish Yadav Arrested: ଗିରଫ ହେଲେ ବିଗ ବସ ଓଟିଟି ବିଜେତା ଏଲଭିସ ଯାଦବ । ରେଭ ପାର୍ଟିରେ ସାପ ବିଷ ସପ୍ଲାଏ ମାମଲାରେ ନୋଏଡା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ,

ସାପ ବିଷ ସପ୍ଲାଇ ମାମଲା; ବନ୍ଧା ହେଲେ ଏଲଭିସ ଯାଦବ

ନୂଆଦିଲ୍ଲୀ: ବନ୍ଧା ହେଲେ 'ବିଗ ବସ ଓଟିଟି ୨' ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ । ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ନୋଏଡା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଲଭିସଙ୍କୁ ଗିରଫ କରିଛି । ୟୁଟ୍ୟୁବର ପାର୍ଟିରେ ସାପ ବିଷ ବ୍ୟବହାର କରିବାର ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ପୋଲିସ ତାଙ୍କୁ ପଚରାଉଚରା ବି ଜାରି ରଖିଥିଲା । ଶେଷରେ ତାଙ୍କୁ ଗିରଫ କରିଛି ପୋଲିସ । ନିକଟରେ ନୋଏଡା ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ ହୋଇଥିବା ବେଳେ ସେମାନଙ୍କୁ ଜାମିନ ମିଳିଥିବା ଜଣାପଡିଛି ।

ପୁରା ମାମଲା କ'ଣ?

ନଭେମ୍ବର ୨ରେ ନୋଏଡାର ସେକ୍ଟର ୪୯ରେ ରେଭ୍‌ ପାର୍ଟିର ଆୟୋଜନ ହୋଇଥିଲା । ଏଠାରେ ସାପ ବିଷ ସପ୍ଲାଏ ହେଉଥିବା ଅଭିଯୋଗ ହୋଇଥିଲା । ଏହି ଷ୍ଟିଙ୍ଗ ଅପରେସନରେ ଜୀବନ୍ତ ସାପ ସମେତ ବିଷ ମଧ୍ୟ ଜବତ କରିଥିଲା ନୋଏଡା ପୋଲିସ । ଫଳରେ ପୋଲିସ ଏହି ରେଭ୍‌ ପାର୍ଟି ମାମଲାରେ ୫ଜଣଙ୍କୁ ଗିରଫ କରିଥିଲା । ଏଥିରେ ଏଲଭିଶ ଯାଦବଙ୍କ ସମେତ 6 ଜଣ ସାପୁଆ ଏବଂ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ପଞ୍ଜିକୃତ କରିଥିଲା ପୋଲିସ ।

ଏହା ପରେ ନଭେମ୍ୱର ୬ରେ ଏଲଭିସ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ନିର୍ଦ୍ଦୋଷ ଥିବା କହିଥିଲେ । ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ । ସେ କହିଥିଲେ, ''ଏହି ଘଟଣାରେ ଜଡିତ ଥିବା ସେହି ମହିଳା କହୁଥିଲେ ଯେ ମୁଁ ମୋ ବେକରେ ସାପ ଧରି ବୁଲୁଛି । ଏହା ଏକ ଗୀତର ସୁଟିଂ ପାଇଁ ଥିଲା ଏହାଛଡା ଅନ୍ୟ କିଛି ନୁହେଁ । ଏହି ସମସ୍ତ ବେଆଇନ କାର୍ଯ୍ୟକଳାପରେ ମୁଁ ମୋର ନାମ ଏବଂ ମୋ ପରିବାରର ନାମ ନଷ୍ଟ କରିବି ନାହିଁ । ସମସ୍ତେ ଜାଣନ୍ତି ଯେ ମୋର ସ୍ତର ଏତେ କମ୍ ନାହିଁ ଯେ ମୁଁ ଏହି ପ୍ରକାର କାମ କରିବି ।''

ଏହା ପରେ ନଭେମ୍ୱର ୮ରେ ନୋଏଡା ପୋଲିସ ଏଲଭିସଙ୍କୁ ହାଜର ହେବା ପାଇଁ ଏକ ନୋଟିସ ପଠାଇଥିଲା। ଏହି ସମୟରେ ପ୍ରାୟ ୩ ଘଣ୍ଟା ଧରି ପୋଲିସ ଏଲଭିସଙ୍କୁ ପଚରାଉଚରା କରିଥିଲା । ଏହା ମାମଲାରେ ପୋଲିସ ଏଲଭିସଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଶେଷରେ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ: ଥାନାରେ ହାଜର ହେଲେ ଏଲଭିସ ଯାଦବ, ୩ଘଣ୍ଟା ଯାଏଁ ନୋଏଡା ପୋଲିସର ପଚରାଉଚରା

ସୂଚନା ଥାଉ କି, ଗୁରୁଗ୍ରାମର ୱଜିରାବାଦ ଗ୍ରାମ ନିବାସୀ ସିଦ୍ଧାର୍ଥ ଓରଫ୍‌ ଏଲଭିଶ ଯାଦବ ବିଗ୍‌ବସ୍ ଓଟିଟି-୨ରେ ୱାଇଲ୍ଡ କାର୍ଡ୍‌ ଏଣ୍ଟ୍ରି କରିଥିଲେ । ଚତୁର୍ଥ ସପ୍ତାହରେ ଆଶିକା ଭାଟିଆଙ୍କ ସହ ଏଲଭିଶ ଶୋ’ରେ ଏଣ୍ଟ୍ରି କରିଥିଲେ, ଯିଏ ଦ୍ୱିତୀୟ ସପ୍ତାହରେ ବିଗ୍‌ବସ୍ ହାଉସ୍‌ରୁ ବାହାରି ଯାଇଥିଲେ । ବିଗ୍‌ବସ୍ ଗ୍ରାଣ୍ଡ୍ ଫାଇନାଲରେ ଶ୍ରେଷ୍ଠ 2 ପ୍ରତିଯୋଗୀ ଭାବରେ ଏଲଭିଶ୍ ଯାଦବ ଏବଂ ଅଭିଷେକ ମଲହାନଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଶୋ’ରେ ଏଲଭିଶଙ୍କ ସିଷ୍ଟମ ଏବଂ ଗେମ୍ ଦର୍ଶକଙ୍କୁ ଏତେ ପସନ୍ଦ ଆସିଲା ଯେ ୱାଇଲ୍ଡ କାର୍ଡ ହୋଇଥିଲେ ମଧ୍ୟ ସେ ଶୋ’ର ବିଜେତା ହୋଇ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସାପ ବିଷ ସପ୍ଲାଇ ମାମଲା ପରେ ମୁହଁ ଖୋଲିଲେ ଏଲ୍‌ଭିସ୍‌, କହିଲେ 'ମୋତେ ଶ୍ରୀରାମଙ୍କ ଉପରେ ଭରସା ଅଛି'

Last Updated : Mar 17, 2024, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.