ETV Bharat / entertainment

ମନ ଜିତିଲା ଅକ୍ଷୟ-ଟାଇଗରଙ୍କ ଯୋଡ଼ି, ଇଦରେ 'ବଡେ ମିୟାଁ ଛୋଟେ ମିୟାଁ' କଲା ବମ୍ପର ଓପନିଂ - BMCM Box Office Day 1

author img

By ETV Bharat Odisha Team

Published : Apr 12, 2024, 12:09 PM IST

BMCM Bo Collection Day 1: ଦର୍ଶକଙ୍କ ମନ ଜିତିଲା ଇଦ୍ ଅବସରରେ ରିଲିଜ ହୋଇଥିବା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' । ଏଥିସହ ପ୍ରଥମ ଦିନରେ ଭଲ କଲେକ୍ସନ କରିଛି ଫିଲ୍ମ । ତେବେ ଓପନିଂ ଦିନ କେତେ ଆୟ କରିଛି ଫିଲ୍ମ? ଜାଣନ୍ତୁ

ମନ ଜିତିଲା ଅକ୍ଷୟ-ଟାଇଗରଙ୍କ ଯୋଡ଼ି, ଇଦରେ 'ବଡେ ମିୟାଁ ଛୋଟେ ମିୟାଁ' କଲା ବମ୍ପର ଓପନିଂ

ହାଇଦ୍ରାବାଦ: ଇଦରେ ଧମାକା କରିଛନ୍ତି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଯୋଡ଼ି । ଉଭୟଙ୍କ ଅଭିନୀତ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏହି ଦିନ ରିଲିଜ ହୋଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଫିଲ୍ମକୁ ଅନେକ ଦର୍ଶକ ଶ୍ରେଷ୍ଠ ଆକ୍ସନ ଫିଲ୍ମ ଟ୍ୟାଗ ଦେଉଥିବା ବେଳେ ଅନେକ ଫିଲ୍ମର ଖୁବ ପ୍ରଶଂସା କରୁଛନ୍ତି । ତେବେ ପ୍ରଥମ ଦିନରେ ଫିଲ୍ମଟି ଭଲ ପ୍ରଦର୍ଶନ କରିବା ସହ ଭଲ ରୋଜଗାର ମଧ୍ୟ କରିଛି ଏବଂ ଫିଲ୍ମ ଅନେକ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି ।

  • " class="align-text-top noRightClick twitterSection" data="">

ପ୍ରଥମ ଦିନରେ 'ବଡେ ମିୟାଁ ଛୋଟେ ମିୟାଁ'ର କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ବଡେ ମିୟାଁ ଛୋଟେ ମିୟାଁ' ପ୍ରଥମ ଦିନରେ ନିଜ ଯାଦୁ ଦେଖାଇଛି । ପ୍ରଥମ ଦିନରେ ଫିଲ୍ମ ୧୫.୫୦ କୋଟି ସହ ଓପନିଂ କରି ବେଶ ଲୋକପ୍ରିୟତା ହାସଲ କରିଛି । ଏଥିସହ ଫିଲ୍ମ ପ୍ରଥମ ଦିନରେ 'ସୈତାନ' ଏବଂ 'ଦ କ୍ରୁ'ର ପ୍ରଥମ ଦିନର କଲେକ୍ସନର ରେକର୍ଡ ଭାଙ୍ଗିଛି । 'ସୈତାନ' ପ୍ରଥମ ଦିନରେ ୧୫.୨୧ କୋଟି ଟଙ୍କା ଆୟ କରିଥିବା ବେଳେ ‘କ୍ରୁ’ ପ୍ରଥମ ଦିନରେ ୧୦.୨୮ କୋଟି ଟଙ୍କା କଲେକ୍ସନ କରିଥିଲା । ତେବେ ଏହିପରି ସପ୍ତାହ ଶେଷରେ 'ବଡେ ମିୟାଁ ଛୋଟେ ମିୟାଁ'ର ରୋଜଗାରରେ ଆହୁରି ବୃଦ୍ଧି ହେବାର ଆଶା କରାଯାଉଛି ।

ସୂଚନା ଥାଉ କି, ଗତ ବର୍ଷ ମଧ୍ୟରେ ଅକ୍ଷୟ କୁମାରଙ୍କ ଅନେକ ଫିଲ୍ମ ଫ୍ଲପ ହୋଇଥିଲା । ଏପରିକି ୨୦୨୩ରେ ରିଲିଜ ହୋଇଥିବା ତାଙ୍କ ଅଭିନୀତ 'ଓଏମଜି ୨'କୁ ଛାଡ଼ି ଦେଲେ ସେଲ୍ଫି ଏବଂ ମିଶନ ରାନୀଗଞ୍ଜ ଏକ ପ୍ରକାର ଫ୍ଲପ ହୋଇଥିଲା । ତେବେ ଏହା ପରେ ଅକ୍ଷୟ ଚଳିତ ବର୍ଷର 'ବଡେ ମିୟାଁ ଛୋଟେ ମିୟାଁ' ପ୍ରଥମ ଫିଲ୍ମ ସହ ପରଦାକୁ ଫେରିଥିବା ବେଳେ ଏହି ଫିଲ୍ମ ଠାରୁ ତାଙ୍କର ଅନେକ ଆଶା ରହିଛି । ସେପଟେ ଟାଇଗରଙ୍କୁ ଶେଷ ଥର ପାଇଁ ଗତବର୍ଷ ଫିଲ୍ମ 'ଗଣପଥ'ରେ ଦେଖିବାକୁ ମିଳିଥିଲା । ଏହା ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିିନଥିଲା । ତେବେ ଟାଇଗରଙ୍କ ମଧ୍ୟ ଏହି ଫିଲ୍ମ ଚଳିତ ବର୍ଷର ପ୍ରଥମ ଫିଲ୍ମ ଅଟେ ।

ଏହା ମଧ୍ୟ ପଢନ୍ତୁ: ଇଦରେ ପରଦାକୁ ଆସିଲା 'ବଡେ ମିୟାଁ ଛୋଟେ ମିୟାଁ', ଶ୍ରେଷ୍ଠ ଆକ୍ସନ ଫିଲ୍ମ ଟ୍ୟାଗ ଦେଲେ ଫ୍ୟାନ୍ସ

'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ବିଷୟରେ କହିବାକୁ ଗଲେ, ବାସୁ ଭଗ୍ନାନୀ ଏବଂ ଜ୍ୟାକି ଭଗ୍ନାନୀଙ୍କ ଦ୍ବାରା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । 'ଭାରତ' ଏବଂ 'ସୁଲତାନ' ଫିଲ୍ମ ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର 'ବଡ଼େ ମିୟାଁ ଛୋଟେ ମିୟାଁ'ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଅକ୍ଷୟ, ଟାଇଗରଙ୍କ ବ୍ୟତୀତ ସାଉଥ ତାରକା ପୃଥ୍ବୀରାଜ ସୁକୁମାରନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.