ETV Bharat / entertainment

'ଆର୍ଟିକିଲ ୩୭୦'ର ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ଧାରା ଉଚ୍ଛେଦ ପରର କାଶ୍ମୀର ସ୍ଥିତି

author img

By ETV Bharat Odisha Team

Published : Feb 8, 2024, 4:59 PM IST

Article 370 Trailer Out: ୟାମୀ ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦'ର ଟ୍ରେଲର ଆଜି ରିଲିଜ ହୋଇଛି । ଏଥିରେ କାଶ୍ମୀରର 'ଆର୍ଟିକଲ ୩୭୦' ଉଚ୍ଛେଦର ପୂର୍ବ ଏବଂ ପରବର୍ତ୍ତୀ ପରିସ୍ଥିତିର ଝଲକ ଦେଖିବାକୁ ମିଳିଛି ।

'ଆର୍ଟିକିଲ ୩୭୦' ର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା କାଶ୍ମୀରର ବଦଳିଥିବା ପରିସ୍ଥିତିର ଝଲକ

ହାଇଦ୍ରାବାଦ: ପରଦାରେ ଦେଖିବାକୁ ମିଳିବ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର କାହାଣୀ । ଏହି କାହାଣୀକୁ ନେଇ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ବାରା ନିର୍ମିତ ହୋଇଛି ଫିଲ୍ମ 'ଆର୍ଟିକିଲ ୩୭୦' । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ୟାମି ଗୌତମ ଅଭିନୟ କରିଛନ୍ତି । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଏହି ଫିଲ୍ମ ଆସନ୍ତା ୨୩ରେ ସିନେମାହଲରେ ରିଲିଜ ହେବ ।

  • " class="align-text-top noRightClick twitterSection" data="">

ସୋସିଆଲ ମିଡିଆରେ ଫିଲ୍ମର ନିର୍ମାତା ଟ୍ରେଲର ସେୟାର କରିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ସମଗ୍ର କାଶ୍ମୀର... ଭାରତର ଏକ ଅଂଶ ଥିଲା ଏବଂ ଏବଂ ସର୍ବଦା ରହିବ ।' ୨ ମିନିଟ ୪୩ ସେକେଣ୍ଡର ଫିଲ୍ମର ଟ୍ରେଲରରେ ଦର୍ଶାଯାଇଛି ଯେ କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଆତଙ୍କବାଦ ହେତୁ ଏଠାରେ କିପରି ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହ ଏହାକୁ ରୋକିବା ପାଇଁ ଅଧିକାରୀମାନେ ଭାରତୀୟ ସେନା ଏବଂ ଗୁପ୍ତଚର ସଂସ୍ଥା ସଂଘର୍ଷ କରିଥିଲେ ତାହା ଏଥିରେ ଦର୍ଶାଯାଇଛି ।

'ଆର୍ଟିକିଲ ୩୭୦'ରେ ଭାରତୀୟ ଗୁଇନ୍ଦା ଅଧିକାରୀ ଭୂମିକାରେ ୟାମି ଗୌତମ ନଜର ଆସିଛନ୍ତି । ଏଥିସହ ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । 'ଆର୍ଟିକିଲ ୩୭୦' ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରଟି ଫେବୃଆରୀ ୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ୟାମୀ ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦'ର ଟିଜର ରିଲିଜ

ସେପଟେ ଫିଲ୍ମକୁ ନେଇ ୟାମି 'ଭାରତ ଇତିହାସରେ ଏକ ସାହସିକ ଅଧ୍ୟାୟ' ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, "ମୁଁ ଆଶା କରୁଛି ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିବେ। ବ୍ୟକ୍ତିଗତ ଭାବେ, ଜଣେ ଅଭିନେତ୍ରୀ ଭାବରେ, ଏହି ଚଳଚ୍ଚିତ୍ର ମୋତେ ଏକ ଏପରି ଭୂମିକା ଦିଆଯାଇଛି, ଯାହା ପୂର୍ବରୁ ଲୋକେ କେବେ ଦେଖି ନଥିବେ ।" ଅନ୍ୟପଟେ, ଫିଲ୍ମର ଟ୍ରେଲର ଲଞ୍ଚ ସମୟର ୟାମୀ ମା' ହେବାକୁ ଯାଉଥିବା ଖୁସି ଖବର ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.