ETV Bharat / entertainment

ୟାମୀ ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦'ର ଟିଜର ରିଲିଜ

author img

By ETV Bharat Odisha Team

Published : Jan 21, 2024, 12:33 PM IST

Article 370 teaser out: ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଗାମୀ ଫିଲ୍ମ 'ଆର୍ଟିକିଲ ୩୭୦'ର ଟିଜର ରିଲିଜ ହୋଇଛି । ଟିଜରରେ ଅଭିନେତ୍ରୀଙ୍କୁ ଇଣ୍ଟେଲିଜେନ୍ସ ଅଫିସର ଭୂମିକାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Article 370 teaser out
ଆର୍ଟିକିଲ ୩୭୦ ଟିଜର ରିଲିଜ

ମୁମ୍ବାଇ: ରିଲିଜ ହେଲା ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଗାମୀ ଚଳଚ୍ଚିତ୍ର 'ଆର୍ଟିକିଲ୍ ୩୭୦'ର ଟିଜର । ଏହି ଚଳଚ୍ଚିତ୍ରଟି ଜମ୍ମୁ-କାଶ୍ମୀରରୁ ଧାରା 370କୁ ହଟାଇବା ପ୍ରସଙ୍ଗ ଉପରେ ଆଧାରିତ । ଏହି ଫିଲ୍ମ ଉରି ନିର୍ମାତା ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ମିତ ହୋଇଛି । ଯେଉଁଥିରେ ୟାମି ଗୌତମ ଜମ୍ମୁ-କାଶ୍ମୀରରେ ଚାଲିଥିବା ଆତଙ୍କବାଦକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଫେବୃଆରୀ 23ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଆଦିତ୍ୟ ସୁହାସ ଜାମ୍ବଲେ ।

  • " class="align-text-top noRightClick twitterSection" data="">

ଟିଜରରେ ୟାମୀ ନିର୍ଭୀକ ଭାବରେ କହୁଥିବାର ଦେଖିବାକୁ ମିଳିଛି ଯେ, କାଶ୍ମୀରରେ ଆତଙ୍କବାଦ ସ୍ୱାଧୀନତା ଦାବି କରୁଥିବା ଲୋକମାନଙ୍କ ଦ୍ୱାରା ସୃଷ୍ଟି ହୋଇନାହିଁ, ବରଂ ଏହା ଏକ ବ୍ୟବସାୟ ଯାହା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ଦ୍ୱାରା ପରିଚାଳିତ ହେଉଛି । ଯେଉଁ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନ କରାଯାଇଛି ସେପର୍ଯ୍ୟନ୍ତ ଅପରାଧୀଙ୍କୁ ଧରାଯାଇ ପାରିବ ନାହିଁ । ତେବେ ବଦଲାପୁର, ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍, ବାଲା, ଏ ଥ୍ରସ ଡେ ଏବଂ ଚୋର ନିକଲ କେ ଭାଗା ପରି ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ୟାମି ଏହି ଚଳଚ୍ଚିତ୍ରରେ ଗୁପ୍ତଚର ଏଜେଣ୍ଟ ଭୂମିକାରେ ଅଭିନୟ କରିବେ ।

ଟିଜରର ଶେଷରେ ୟାମୀ ରକ୍ତମୁଖା ଚେହେରାରେ ଥିବା ଜଣଙ୍କୁ ବନ୍ଧୁକ ଦେଖାଉଥିବା ନଜର ଆସିଛନ୍ତି । ଏହାପରେ ଏକ ଭଏସଓଭର ଶୁଣିବାକୁ ମିଳୁଛି । ଯେଉଁଥିରେ ଘୋଷଣା କରାଯାଇଛି ଯେ, ଧାରା 370 ରଦ୍ଦ ହେବ । ଏହା ପରେ ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତାକୁ ହଟାଇ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି । ଅଗଷ୍ଟ 5, 2019ରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା 370କୁ ରଦ୍ଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ -'କ୍ରାକ'ର ଦମଦାର ଟିଜର ରିଲିଜ, ଖଳନାୟକ ଭୂମିକାରେ ନଜର ଆସିଲେ ଅର୍ଜୁନ ରାମପାଲ

ଏହା ମଧ୍ୟ ପଢନ୍ତୁ - ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ବରୁଣ ତେଜ, ଆଗାମୀ ଫିଲ୍ମ 'ମଟକା'ର ଟିଜର ରିଲିଜ

ଧାରା 370କୁ ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ବାରା ନିର୍ମିତ ହୋଇଛି । ଆଦିତ୍ୟ ହେଉଛନ୍ତି ୟାମୀଙ୍କ ସ୍ୱାମୀ । ସେ 2019ର ଆକ୍ସନ୍ ବ୍ଲକବଷ୍ଟର ଉରି: ସର୍ଜିକାଲ୍ ଷ୍ଟ୍ରାଇକରେ ନିର୍ଦ୍ଦେଶନା ଦେଇଥିଲେ । ଦୁହେଁ 2021ରେ ବିବାହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.