ETV Bharat / entertainment

ସିଙ୍ଘମ ଏଗେନରେ ଅର୍ଜୁନ କପୁରଙ୍କ ଏଣ୍ଟ୍ରି; ଖଳନାୟକ ଭୂମିକାରେ ଆସିବେ ନଜର

author img

By ETV Bharat Odisha Team

Published : Feb 14, 2024, 10:38 AM IST

Arjun Kapoor's first look from Singham Again: ଭାଲେଣ୍ଟାଇନ ଡେ' ଅବସରରେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ 'ସିଙ୍ଘମ ଏଗେନ'ରେ ଅର୍ଜୁନ କପୁର ନଜର ଆସିବା ନେଇ ନିଶ୍ଚିତ ହୋଇଛି । ତେବେ ଆଜି ଅଭିନେତାଙ୍କ ପ୍ରଥମ ଲୁକ ରିଲିଜ ହୋଇଛି । ଅର୍ଜୁନଙ୍କ ଏହି ଲୁକ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି । ଅଧିକ ପଢନ୍ତୁ

ସିଙ୍ଘମ ଏଗେନରେ ଏଣ୍ଟ୍ରି ମାରିଲେ ଅର୍ଜୁନ କପୁର, ଖଳନାୟକ ଭୂମିକାରେ ଆସିବେ ନଜର

ହାଇଦ୍ରାବାଦ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ସିଙ୍ଘମ ଏଗେନ'କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ବଲିଉଡର ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଅଜୟ ଦେବଗନ, ଅକ୍ଷୟ କୁମାର, ରଣଭୀର ସିଂ, ଦୀପିକା ପାଦୁକୋନ, କରୀନା କପୁର, ଟାଇଗର ଶ୍ରଫ ନଜର ଆସିବେ । ଏଥିସହ ବର୍ତ୍ତମାନ ଏହି ଫିଲ୍ମରେ ଅର୍ଜୁନ କପୁର ମଧ୍ୟ ନଜର ଆସିବା ନେଇ କନଫର୍ମ ହୋଇଛି । ଆଜି ଭାଲେଣ୍ଟାଇନ ଡେ' ଅବସରରେ ଅର୍ଜୁନଙ୍କ ପ୍ରଥମ ଲୁକ ରିଲିଜ ହୋଇଛି । ଏହି ଦମଦାର ଲୁକକୁ ଦେଖି ଫ୍ୟାନ୍ସ ସମେତ ସେଲିବ୍ରିଟି ପସନ୍ଦ କରିଛନ୍ତି ।

ଅର୍ଜୁନ କପୁର ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ ରିଲିଜ କରିଛନ୍ତି । ଫଟୋରେ ତାଙ୍କୁ ଦମଦାର ଲୁକରେ ଦେଖିବାକୁ ମିଳିଥିବା ବେଳେ ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ନଜର ଆସିବେ ବୋଲି କହିଛନ୍ତି । ସେ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ସେ ରକ୍ତରେ ଭିଜିଥିବା ବେଳେ ହାତରେ ଏକ ଅସ୍ତ୍ର ଧରିଥିବା ନଜର ଆସିଛନ୍ତି । ଆଉ ଏକ ଫଟୋରେ ଅର୍ଜୁନ ରଣବୀରଙ୍କ ସହ ସାମ୍ନାସାମ୍ନି ହୋଇଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ''ସିଙ୍ଘମର ଭିଲେନ । ହିଟ୍-ମେସିନ୍ ରୋହିତ ଶେଟ୍ଟୀ ସାରଙ୍କ କପ ୱାର୍ଲ୍ଡର ଏକ ଅଂଶ ହୋଇ ବେଶ ଖୁସି ଅନୁଭବ କରୁଛି । ମୁଁ ତୁମକୁ ପ୍ରତିଶୃତି ଦେଉଛି ଏହା ଧମାକେଦାର ହେବ ।''

କହିରଖୁଛୁ କି, ପୂର୍ବରୁ ଫିଲ୍ମ ସେଟରୁ ଅର୍ଜୁନଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଯାହାପରେ ସେ ଏଥିରେ ନଜର ଆସିବେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଆଜି ଲୁକ ରିଲିଜ କରି ନିର୍ମାତା ଫିଲ୍ମରେ ଅର୍ଜୁନଙ୍କ ଏଣ୍ଟ୍ରି ନେଇ ମୋହର ମାରିଛନ୍ତି । ସିଙ୍ଘମ୍ ଏଗେନ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ପୂର୍ବରୁ ଅକ୍ଷୟ କୁମାର, ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ, କରୀନା କପୁର ଖାନ, ଟାଇଗର ଶ୍ରଫଙ୍କ ଲୁକ ରିଲିଜ ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ: 'ସିଙ୍ଘମ ଏଗେନ'ରେ ଅର୍ଜୁନ କପୁରଙ୍କ ଏଣ୍ଟ୍ରି ! ସୁଟିଂ ସେଟର ଫଟୋ ଭାଇରାଲ

ତେବେ 'ସିଙ୍ଘମ ଏଗେନ' ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିବାରୁ ବକ୍ସ ଅଫିସରେ ଧମାକା କରିବ ବୋଲି କୁହାଯାଉଛି । ସେପଟେ ଏହି ଫିଲ୍ମର ରିଲିଜ ଦିନ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଷ୍ଟାରର ଫିଲ୍ମ ପୁଷ୍ପା-୨ ମଧ୍ୟ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପା ମଧ୍ୟରେ ବି କଡ଼ା ପ୍ରତିଯୋଗିତା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.