ETV Bharat / entertainment

ଛାଡ଼ପତ୍ର ପରେ ଚର୍ଚ୍ଚାରେ AR ରେହମାନ-ମୋହିନୀ, ସଂପର୍କ ନେଇ ଖୁଲାସା କଲେ ଓକିଲ - AR RAHMAN SAIRA BANU DIVORCE

ଏଆର ରେହମାନ-ସାଇରା ବାନୋଙ୍କ ଛାଡପତ୍ର ଘୋଷଣା ପରେ, ମୋହିନୀ ଦେଙ୍କ ବିବାହ ବିଚ୍ଛେଦ ଘୋଷଣା । ରେହମାନ-ମୋହିନୀଙ୍କ କନେକ୍ସନ ନେଇ ଚର୍ଚ୍ଚା ଜୋର ।

AR RAHMAN MOHINI DEY DIVORCE LINK
AR RAHMAN MOHINI DEY DIVORCE LINK (Photo: IANS)
author img

By ETV Bharat Entertainment Team

Published : Nov 21, 2024, 1:31 PM IST

ହାଇଦ୍ରାବାଦ: ବିବାହର 29 ବର୍ଷ ପରେ ଏ ଆର୍ ରେହମାନ ଏବଂ ତାଙ୍କ ପତ୍ନୀ ସାଇରା ବାନୋ ନଭେମ୍ବର 19 ରେ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହି ସମାନ ଦିନରେ ରେହମାନଙ୍କ ସହ ବର୍ଷ ବର୍ଷ ଧରି କାମ କରୁଥିବା ରେହମାନ ଟିମର ଜଣେ ସଦସ୍ୟ ମୋହିନୀ ଦେ' ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ଘୋଷଣା କରିଥିଲେ । ସାମନ ଦିନରେ ଉଭୟଙ୍କ ଛାଡପତ୍ର ଘୋଷଣା ଖବର ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ରେହମାନ ଏବଂ ମୋହିନିଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ଆଲୋଚନା କରିଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ରେହମାନ ଏବଂ ସାଇରାଙ୍କ ଓକିଲ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା ନେଇ ଅସ୍ୱୀକାର କରିଛନ୍ତି।

ରେହମାନ-ମୋହିନୀଙ୍କ ସମାନ ଦିନରେ ଛାଡପତ୍ର

ରେହମାନ ଏବଂ ସାଇରା ବାନୋ 1995 ରେ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି। 29 ବର୍ଷପରେ ଉଭୟ ଅଗଲା ହୋଇଛନ୍ତି । ଛାଡପତ୍ର ଘୋଷଣା କରି ଏ ଆର ରେହମାନ ଲେଖିଥିଲେ,'' ଲାଗୁଛି ଯେପରି ସବୁକିଛିର ଏକ ଅଦୃଶ୍ୟ ଅନ୍ତ ଅଛି । ଭଙ୍ଗା ହୃଦୟ ସହ ଭଗବାନଙ୍କ ସିଂହାସନ ମଧ୍ୟ ଥରିପାରେ । ବନ୍ଧୁଗଣ, ଏହି ଜଟିଳ ସମୟରେ ଆମର ଗୋପନୀୟତାକୁ ସମ୍ମାନ ଦେଇଥିବାରୁ ଧନ୍ୟବାଦ ।'' ଏହାର କିଛି ଘଣ୍ଟା ପରେ ରେହମାନ ଟିମ ସଦସ୍ୟା ମୋହିନୀ ଦେ' ମଧ୍ୟ ତାଙ୍କ ବିବାହ ବିଚ୍ଛେଦ ଘୋଷଣା କରିଥିଲେ । ଯାହା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା ।

ଓକିଲ କଲେ ଖୁଲାସା

ଗଣମାଧ୍ୟମ ସହ କଥାବାର୍ତ୍ତା କରି ରେହମାନ ଓ ସାଇରାଙ୍କ ଓକିଲ ବନ୍ଦାନା ଶାହା କହିଛନ୍ତି, ରେହମାନ ଏବଂ ସାଇରାଙ୍କ ଛାଡପତ୍ର ସହ ମୋହିନୀଙ୍କର କୌଣସି ସମ୍ପର୍କ ନାହିଁ। ସାଇରା ଏବଂ ଶ୍ରୀ ରେହମାନ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ରେହମାନ ଏବଂ ସାଇରା ବାନୋ ଅଲଗା ହେବାର ଘୋଷଣା କରିଥିଲେ। ସେମାନେ ନିଜ ସମ୍ପର୍କରେ ଫାଟ ଯୋଗୁଁ ଅଲଗା ହେବାର କାରଣ ବୋଲି ଦର୍ଶାଇଛନ୍ତି ।

ମୋହିନି ଦେ' କିଏ ?

29 ବର୍ଷୀୟ ମୋହିନୀ ଜଣେ କୋଲକାତା ବାସିନ୍ଦା । ସେ ରେହମାନଙ୍କ ଟିମ ସହ କାମ କରନ୍ତି । ସେ ରେହମାନଙ୍କ ସହ ସାରା ବିଶ୍ୱରେ 40 ରୁ ଅଧିକ ଶୋ’ରେ ପରଫର୍ମ କରିଛନ୍ତି। ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ସେ ତାଙ୍କ ସଙ୍ଗୀତକାର ସ୍ୱାମୀ ମାର୍କ ହାର୍ଟସଚ ଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ମୋହିନୀ ଲେଖିଛନ୍ତି, 'ଭାରି ହୃଦୟ ସହ ମାର୍କ ଏବଂ ମୁଁ ଘୋଷଣା କରିଛୁ ଯେ ଆମେ ଅଲଗା ହୋଇଯାଇଛୁ। ସର୍ବପ୍ରଥମେ, ଆମେ ଆମର ବନ୍ଧୁ ଏବଂ ପରିବାର ପ୍ରତି ଦେଇଥିବା ପ୍ରତିବଦ୍ଧତାକୁ ବିଚାରକୁ ନେଇ, ପାରସ୍ପରିକ ସହମତି ସହ ଏହି ନିଷ୍ପତ୍ତି ନେଇଛୁ । ଆମ ମଧ୍ୟରେ ପାରସ୍ପରିକ ବୁଝାମଣା ଅଛି । ତଥାପି, ଏହି ସମୟ ମଧ୍ୟରେ ଆମେ ପରସ୍ପରର ଭଲ ବନ୍ଧୁ ରହିବୁ । ଆମେ ଦୁହେଁ ଆମ ଜୀବନଠାରୁ ଭିନ୍ନ ଜିନିଷ ଚାହୁଁ । ଏହା କରିବା ପାଇଁ ସମ୍ମତିଗତ ପୃଥକତା ସର୍ବୋତ୍ତମ ଉପାୟ ଥିଲା ।

ଏହା ମଧ୍ୟ ପଢନ୍ତୁ: ଅଟୋରିକ୍ସାରେ ପହଞ୍ଚିଲେ ଏ ଆର ରେହମାନ, ନାଗର ଦରଘା ମହୋତ୍ସବରେ ଦେଲେ ଯୋଗ

AR RAHMAN SAIRA BANU DIVORCE
AR RAHMAN SAIRA BANU DIVORCE (INSTAGRAM)

କ୍ରିପ୍ଟିକ୍ ପୋଷ୍ଟ ସେୟାର କଲେ ରେହମାନଙ୍କ ଝିଅ

ପିତାମାତା ଅଲଗା ହେବା ଘୋଷଣା କରିବା ପରେ ରେହମାନଙ୍କ ଝିଅ ରହୀମା ଇନଷ୍ଟାଗ୍ରାମରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, "ପ୍ରତ୍ୟେକ ଅସୁବିଧା ମଧ୍ୟରେ ସହଜତା ଅଛି। ଆପଣଙ୍କ ଭଗବାନ ଆପଣଙ୍କ ପାଇଁ ଯୋଗାଇ ଦେବେ ଏବଂ ଆପଣ ସନ୍ତୁଷ୍ଟ ହେବେ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.