ETV Bharat / entertainment

୨୫ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଏଆର ରେହମାନ-ପ୍ରଭୁ ଦେବା - AR Rahman And Prabhu Deva Film

author img

By ETV Bharat Odisha Team

Published : Mar 22, 2024, 5:13 PM IST

AR Rahman And Prabhu Deva Film: ସଙ୍ଗୀତ କମ୍ପୋଜର ଆର୍ ରହମାନ ଏବଂ ଅଭିନେତା ତଥା କୋରିଓଗ୍ରାଫର ପ୍ରଭୁ ଦେବା ପୁଣି ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି । ତେବେ ଏହି ଯୋଡି ୨୫ ବର୍ଷ ପରେ କାମ କରିବାକୁ ଯାଉଥିବା ବେଳେ କେଉଁ ଫିଲ୍ମରେ ଆସିବେ ନଜର ? ଜାଣନ୍ତୁ

୨୫ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଏଆର ରେହମାନ-ପ୍ରଭୁ ଦେବା

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସଙ୍ଗୀତ କମ୍ପୋଜର ତଥା ଗାୟକ ଏ ଆର୍ ରେହମାନ୍ ଏବଂ ସାଉଥ ଇଣ୍ଡଷ୍ଟ୍ରିର ସୁପରହିଟ୍ କୋରିଓଗ୍ରାଫର୍ ପ୍ରଭୁ ଦେବାଙ୍କ ଡ୍ୟାନ୍ସ ଏବଂ ଗୀତ ଯୋଡି ପୁଣି ଥରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଏ ଆର୍ ରେହମାନ ଏବଂ ପ୍ରଭୁ ଦେବା ସେମାନଙ୍କ ସିନେମା ପ୍ରୋଜେକ୍ଟ ପାଇଁ ଏକାଠି ଫେରିଛନ୍ତି । ଫିଲ୍ମର ପୋଷ୍ଟର ରିଲିଜ କରି ସୋସିଆଲ ମିଡିଆରେ ଫିଲ୍ମର ନାଁ ସହ ଷ୍ଟାରକାଷ୍ଟ ଘୋଷଣା କରିଛନ୍ତି ଏ ଆର୍ ରେହମାନ ।

ଏ ଆର୍ ରେହମାନ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ନୂଆ ଚଳଚ୍ଚିତ୍ର 'ARRDP6' ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ଏହି ପୋଷ୍ଟରରେ ଅଭିନେତା ପ୍ରଭୁ ଦେବାଙ୍କ ଆଇକନିକ୍ ଡ୍ୟାନ୍ସ ହୁକ୍ ଷ୍ଟେପ୍ ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଉଭୟଙ୍କ ନାଁ ମଧ୍ୟ ଲେଖାଅଛି । କହିରଖୁଛୁ କି, ଶେଷ ଥର ଏହି ଯୋଡି ୩୦ ବର୍ଷ ପୂର୍ବେ ଫିଲ୍ମ 'ହମସେ ହେ ମୁକାବଲା' ସହ ଦର୍ଶକଙ୍କ ମନ ଜିତିଥିଲେ । ଫିଲ୍ମର ହିଟ୍ ଗୀତ 'ମୁକବାଲା'କୁ ଆଜି ବି ଲୋକେ ବେଶ ପସନ୍ଦ କରନ୍ତି । ବର୍ତ୍ତମାନ ପୁଣି ଏକଠି ନଜର ଆସିବାକୁ ଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ARRPD6 ମନୋଜ ଏନଏସ, ଦିବ୍ୟା ମନୋଜ ଏବଂ ଡ. ପ୍ରବୀଣ ଏଲୋକ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରରେ ରେହମାନଙ୍କ ସଙ୍ଗୀତ ରହିବ ଏବଂ ଅନୁପ ଭି ଶିଆଲା ସିନେମାଟୋଗ୍ରାଫିର କାର୍ଯ୍ୟ ପରିଚାଳନା କରିବେ । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ଦେବାଙ୍କ ବ୍ୟତୀତ ଏହି ଫିଲ୍ମରେ ଯୋଗୀ ବାବୁ, ଅଜୁ ଭର୍ଗିସ, ଅର୍ଜୁନ ଅଶୋକାନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ମୋଟା ରାଜେନ୍ଦ୍ରନ୍ ଏବଂ ରେଡିନ କିଙ୍ଗସଲି ମଧ୍ୟ ଅଭିନୟ କରିବେ।

ଏହା ମଧ୍ୟ ପଢନ୍ତୁ: ଦୁବାଇ ମ୍ୟାଡାମ ତୁଷାଦରେ ଲାଗିବ ଅଲ୍ଲୁ ଅର୍ଜୁନଙ୍କ ମହମ ପ୍ରତିମୂର୍ତ୍ତି, ଏହି ଦିନ ହେବ ଉନ୍ମୋଚନ

ସୂଚନା ଥାଉ କି, ପ୍ରଭୁ ଦେବା ଏବଂ ଏ ଆର ରେହମାନଙ୍କ ମଧ୍ୟରେ ଏହା ହେଉଛି ଷଷ୍ଠ ପ୍ରକଳ୍ପ ଅଟେ । ଏହି ଯୋଡି ପ୍ରଥମେ 1990 ରେ ଏକାଠି କାମ କରିଥିଲେ । ୧୯୯୪ ମସିହାରେ ସେ କଧଲାନ୍ (ହମସେ ହେ ମୁକାବଲା) ଚଳଚ୍ଚିତ୍ରରୁ 'ମୁକାବଲା', 'ଉର୍ବଶୀ ଉର୍ବଶୀ' ଏବଂ 'ପ୍ରେମିକା ନେ ପ୍ୟାର୍ ସେ' ଗୀତ ସହ ଧମାକା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.