ETV Bharat / entertainment

'କୁହୁଡି' ସହ ପରଦାରେ ଅନୁଭବ ମହାନ୍ତିଙ୍କ କମବ୍ୟାକ, ପହିଲି ରଜରେ ରିଲିଜ ହେବ ଫିଲ୍ମ - Odia Film Kuhudi Release On Raja - ODIA FILM KUHUDI RELEASE ON RAJA

Odia Film Kuhudi Release: ଚଳିତ ବର୍ଷ ରଜରେ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅନୁଭବ ମହାନ୍ତି । ଫିଲ୍ମ 'କୁହୁଡି' ସହ ପରଦାକୁ ଫେରୁଥିବା ବେଳେ ଏହି ଫିଲ୍ମ ପହିଲି ରଜରେ ମୁକ୍ତିଲାଭ କରିବ । ନିଜ ପ୍ରିୟ ଷ୍ଟାରଙ୍କୁ ପୁଣି ସ୍କ୍ରିନରେ ଦେଖିବାକୁ ଉତ୍ସାହିତ ଦର୍ଶକ । ଅଧିକ ପଢନ୍ତୁ

'କୁହୁଡି' ସହ ପରଦାରେ ଅନୁଭବ ମହାନ୍ତିଙ୍କ କମବ୍ୟାକ, ପହିଲି ରଜରେ ରିଲିଜ ହେବ ଫିଲ୍ମ
'କୁହୁଡି' ସହ ପରଦାରେ ଅନୁଭବ ମହାନ୍ତିଙ୍କ କମବ୍ୟାକ, ପହିଲି ରଜରେ ରିଲିଜ ହେବ ଫିଲ୍ମ (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 5:05 PM IST

Updated : Jun 9, 2024, 5:17 PM IST

ଭୁବନେଶ୍ୱର: ରଜରେ ପରଦାକୁ ଫେରୁଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫିଲ୍ମ 'କୁହୁଡି' ସହ ସେ ନଜର ଆସିବାକୁ ଥିବା ବେଳେ ପହିଲି ରଜ ଅର୍ଥାତ୍ ଜୁନ ୧୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଫିଲ୍ମର ପୁରା ଟିମ । ତେବେ ଏହି ଫିଲ୍ମଟି ନିଆରା ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଏହି ଫିଲ୍ମଟି ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ନିର୍ମାତା ଆଶା ପ୍ରକଟ କରିଛନ୍ତି ।

'କୁହୁଡି' ସହ ପରଦାରେ ଅନୁଭବ ମହାନ୍ତିଙ୍କ କମବ୍ୟାକ, ପହିଲି ରଜରେ ରିଲିଜ ହେବ ଫିଲ୍ମ (ETV Bharat Odisha)

'କୁହୁଡ଼ି' ଫିଲ୍ମର ଷ୍ଟାରକାଷ୍ଟ

ନିର୍ଦ୍ଦେଶକ ଅଜୟ ପାଢୀଙ୍କ ନିର୍ଦ୍ଦେଶିତ ଏହି 'କୁହୁଡି' ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହାସହ ଏଥିରେ ଅଭିନେତା ଦ୍ବିପନ୍ବିତ ଦାସମହାପାତ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । କ୍ୟାମେରା କୁଇନ ପ୍ରଡ଼କ୍ସନ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର କୁହୁଡିର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ହିମାଦ୍ରୀ ତନୟ ଦାସ, ନିର୍ଦ୍ଦେଶନା ଅଜୟ ପାଢ଼ୀ, ଚିତ୍ରତ୍ତୋଳନ ଅନିଲ କାକ୍କୀ ଅଛନ୍ତି l ଅନ୍ୟାନ୍ୟ ଭୂମିକାରେ କୁନା ତ୍ରିପାଠୀ, ସୁକୁମାର ଟୁଡୁ, ସୁଶୀଲ ମିଶ୍ର, ଶକ୍ତି ବରାଳ ଏବଂ ଦୁଇଜଣ ଶିଶୁ କଳାକାର ପିହୂ ଏବଂ ଦୀକ୍ଷା ପ୍ରମୁଖ ଅଛନ୍ତି l

ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ

ଅନୁଭବ ଜଣେ ଓକିଲ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଏହି ସିନେମାରେ ଦ୍ବିପନ୍ବିତ ଏକ ଅଭିଯୁକ୍ତ ଭୂମିକାରେ ନଜର ଆସିବେ ।ଅନୁଭବଙ୍କ ଏହା ବହୁ ପ୍ରତିକ୍ଷୀତ ଫିଲ୍ମ ହୋଇଥିବା ବେଳେ ଚଳିତ ବର୍ଷର ପରଦାକୁ ଆସୁଥିବା ତାଙ୍କର ପ୍ରଥମ ଫିଲ୍ମ ଅଟେ । ତେଣୁ ଅନୁଭବଙ୍କ ଏହି ଫିଲ୍ମକୁ ଦର୍ଶକ ଭରପୁର ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଉଛି । ଏପରିକି ଏହି ଫିଲ୍ମ ରଜ ବଜାରକୁ ପୂରା ସରଗରମ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

'କୁହୁଡ଼ି' ଫିଲ୍ମର କାହାଣୀ

କୁହୁଡି ଏକ ପାରିବାରିକ ବିଷୟବସ୍ତୁ ଆଧାରିତ ଚଳଚ୍ଚିତ୍ର । ସତ ମିଛର କୁହୁଡି ଭିତରେ କିଭଳି କୁହୁଡି ହଟିଛି ଆଉ ସତ ସାମ୍ନାକୁ ଆସିଛି । ବିଶେଷକରି ଜଣେ ବିଚ୍ଛେଦ ବାପା ମାଆଙ୍କର ସନ୍ତାନ କାହା ପାଖରେ ରହିବାର ଆବଶ୍ୟକତା ଅଛି ନା ପିଲାର ସୁସ୍ଥ ଭବିଷ୍ୟତ ପାଇଁ ବାପା ଓ ମା'ଙ୍କୁ ଏକାଠି ରହିବାର ଅଛି ତାର ନିଷ୍ପତ୍ତି ଏହି ସିନେମାରେ ଦେଖିବାକୁ ମିଳିଛି । ସମାଜକୁ ଏକ ସୁନ୍ଦର ସଚେତନତା ଏବଂ ଶିକ୍ଷଣୀୟ ବାର୍ତ୍ତା ଦେଇ ଏହି ସିନେମାଟି ଗତିଶୀଳ ହୋଇଥିବା ବେଳେ ଏହା ନିଶ୍ଚୟ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି କହିଛନ୍ତି ଅଭିନେତା ଅନୁଭବ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ: ରଜରେ ଧମାକା କରିବେ ବାବୁସାନ, ରିଲିଜ ହେବ ଓଡ଼ିଆ ଫିଲ୍ମ 'ପାବାର'

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 9, 2024, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.