ETV Bharat / entertainment

ମହିଳା ଦିବସରେ ଅନୁ ଅଗ୍ରୱାଲଙ୍କ ବାର୍ତ୍ତା, କସମେଟିକ ସର୍ଜରୀରୁ ଦୂରେଇ ରୁହନ୍ତୁ - Cosmetic Surgery

Anu Aggarwal Women's Day Message: ଆସନ୍ତାକାଲି ସାରା ବିଶ୍ୱରେ ପାଳିତ ହେବ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ପରିପ୍ରେକ୍ଷୀରେ 'ଆଶିକି' ଫେମ ଅଭିନେତ୍ରୀ ସମସ୍ତ ମହିଳାଙ୍କୁ କସମେଟିକ ସର୍ଜରୀ ନେଇ ସଚେତନ ରହିବାକୁ ନିବେଦନ କରିଛନ୍ତି ।

'କସମେଟିକ ସର୍ଜରୀରୁ ଦୂରେଇ ରୁହନ୍ତୁ', ମହିଳା ଦିବସରେ ଏହି ବାର୍ତ୍ତା ଦେଲେ ଅଭିନେତ୍ରୀ ଅନୁ ଅଗ୍ରୱାଲ

author img

By ETV Bharat Odisha Team

Published : Mar 7, 2024, 12:19 PM IST

ହାଇଦ୍ରାବାଦ: ଆସନ୍ତାକାଲି (ମାର୍ଚ୍ଚ ୮)ରେ ସାରା ବିଶ୍ୱରେ ପାଳିତ ହେବ ଅନ୍ତର୍ଜାତୀୟ ମହିଳା ଦିବସ । ସମାଜ ପ୍ରତି ମହିଳାଙ୍କ ଅବଦାନକୁ ମନେପକାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଆଜିର ନାରୀ ଘରେ ରୋଷେଇ କାମ ଠାରୁ ଆରମ୍ଭ କରି ଦେଶ ଚଲାଇବା କ୍ଷେତ୍ରରେ ମଧ୍ୟ ଅତୁଳନୀୟ ଅବଦାନ ରଖିଛି । ହେଲେ ପ୍ରତ୍ୟେକ ନାରୀର ସପଳତା ପଛରେ ଲୁଚି ରହିଛି ତାର ସଂଘର୍ଷମୟ କାହାଣୀ । ତେବେ ଏପରି ପରିସ୍ଥିତିରେ 'ଆଶିକି' ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ଅଭିନେତ୍ରୀ ଅନୁ ଅଗ୍ରୱାଲ ଜୀବନୀ ମଧ୍ୟ ସଂଘର୍ଷମୟ ରହିଛି । ଦୁର୍ଘଟଣାର ଶିକାର ହେବା ପରେ ସର୍ଜରୀର ସାମ୍ନା କରିବାକୁ ପଡିଥିଲା, ଏନେଇ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ସେ ଏହି ମହିଳା ଦିବସ ଅବସରରେ ନିଜ ଫ୍ୟାନ୍ସଙ୍କୁ ନିଜକୁ ଭଲପାଇବାକୁ ଏବଂ ସର୍ଜରୀ ଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ।

ମହିଳା ଦିବସ ପୂର୍ବରୁ ଅନୁ ମହିଳାମାନଙ୍କ ପାଇଁ ଏକ ବାର୍ତ୍ତା ଦେଇଥିଲେ । ଯେଉଁଥିରେ ସେ ଦୁର୍ଘଟଣାର ଶିକାର ହେବା ପରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ମହିଳା ଦିବସ ଅବସରରେ କସମେଟିକ ସର୍ଜରୀ ପରିବର୍ତ୍ତେ ନିଜକୁ ଭଲପାଇବାକୁ ପ୍ରୋତ୍ସାହିତ କରିଛନ୍ତି ଅନୁ । ସେ କହିଛନ୍ତି, 'ଜୀବନ ପରିବର୍ତ୍ତନକାରୀ ଦୁର୍ଘଟଣାର ସମ୍ମୁଖୀନ ହେବା ଏବଂ ମୋ ଚେହେରାକୁ ଟ୍ରୋଲ କରିବା ସତ୍ତ୍ୱେ ମୁଁ ନିଜ ଉପରେ ଗୁରୁତ୍ୱ ଦେଇଆସୁଛି । ମୁଁ ସର୍ବଦା ନିଜକୁ ଗ୍ରହଣ କରେ ମୁଁ ଯେମିତି ଅଛି ସେମିତି ନିଜକୁ ଗ୍ରହଣ କରେ ଏବଂ ଭଲ ପାଏ ।'

ସେ ଆହୁରି କହିଛନ୍ତି, ମୁଁ କସମେଟିକ୍ ସର୍ଜରୀ ବିଷୟରେ କେବେ ଭାବି ନାହିଁ । ଏଥିପାଇଁ ମୁଁ ସମସ୍ତ ମହିଳାମାନଙ୍କୁ ନିଜକୁ ପ୍ରାଥମିକତା ଦେଇ ନିଜକୁ ଭଲପାଇବା ଏବଂ ସମ୍ଭାବ୍ୟ ବିପଦପୂର୍ଣ୍ଣ କସମେଟିକ ସର୍ଜରୀ ଭଳି ଚିକିତ୍ସା ଠାରୁ ଦୂରେଇ ରହିବାକୁ ଅନୁରୋଧ କରୁଛି ।' ଏହିପରି ପ୍ରକ୍ରିୟା ଗୁଡ଼ିକର ବଢୁଥିବା ଲୋକପ୍ରିୟତା ଏବଂ ସଂପୃକ୍ତ ବିପଦ ବିଷୟରେ ସଚେତନତା ହ୍ରାସକୁ ନେଇ ଉଦବେଗ ପ୍ରକାଶ କରି ଅନୁ କହିଛନ୍ତି, 'ଆଜିର ମହିଳାମାନେ ନିଜକୁ ପ୍ରାଧାନ୍ୟ ଦେବା ଉଚିତ ଏବଂ ବିପଦପୂର୍ଣ୍ଣ କସମେଟିକ୍ ସର୍ଜରୀରୁ ଦୂରେଇ ରହିବା ଉଚିତ ।

ଦୁର୍ଭାଗ୍ୟବଶତଃ ଏହି ଜିନିଷ ଗୁଡ଼ିକ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ମହିଳାମାନେ କିପରି ଦେଖାଯିବା ଉଚିତ ଏବଂ ସେଥିପାଇଁ ୧୬ ବର୍ଷରୁ କମ୍ ବାଳିକାମାନଙ୍କୁ ବୋଟକ୍ସ ଚିକିତ୍ସା କରିବାକୁ ଅନୁରୋଧ କରାଯାଉଛି ଏବଂ ମହିଳାମାନେ ଏହା ସହ ଜଡିତ ବିପଦ ବିଷୟରେ କମ ଚିନ୍ତା କରୁଛନ୍ତି । ତେବେ ଏହା ମହିଳାଙ୍କ ପାଇଁ ଠିକ ନୁହଁ, ଏଣୁ ସମସ୍ତେ ଏହାଠାରୁ ଦୂରେଇ ରହିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଆଶିକି-୩ ନେଇ ଟି-ସିରିଜର ବଡ଼ ଖୁଲାସା, ଫିଲ୍ମ ପ୍ରସ୍ତୁତିକୁ ମିଥ୍ୟା କହିଲା କମ୍ପାନୀ

କହିରଖୁଛୁ କି, ୧୯୯୦ ଦଶକରେ 'ଆଶିକି' ସହ ସେ ୨୧ ବର୍ଷ ବୟସରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପାଇଁ ସେ ରାତାରାତି ସେନ୍ସନ ପାଲଟିଥିଲେ । ଏହା ପରେ ଅଭିନେତ୍ରୀ ୧୯୯୯ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହି ଆଘାତରୁ ମୁକ୍ତି ପାଇବା ପାଇଁ ତାଙ୍କୁ ବହୁତ ସମୟ ଲାଗିଲା । ପ୍ରାୟ ମାସେ କାଳ ସେ କୋମାରୋ ମଧ୍ୟ ରହିଥିଲେ। ଚାରି ବର୍ଷ ତାଙ୍କର ଚିକିତ୍ସା ହୋଇଥିଲା । ଏହି ଘଟଣା ପରେ ତାଙ୍କର ଚେହେରା ବଦଳିଯାଇଥିଲା । ଅଭିନେତ୍ରୀଙ୍କୁ ବଦଳାଯାଇଥିବା ରୂପ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ସମାଲୋଚନାର ବି ସମ୍ମୁଖୀନ ହେବାକୁ ପଡିଲା, କିନ୍ତୁ ଅଭିନେତ୍ରୀ ନିଜକୁ ସେହିଭଳି ଗ୍ରହଣ କରିଥିଲେ ଏବଂ ନିଜକୁ ଭଲପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡିଆନ୍ ଆଇଡଲ ସୋରେ ଅନୁ ଅଗ୍ରୱାଲଙ୍କୁ ଅଣଦେଖା: ଅଭିଯୋଗ ଆଣିଲେ ଅଭିନେତ୍ରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.