ETV Bharat / entertainment

ଜୀବନ ହାରିବା ପୂର୍ବରୁ ମଲାଇକାଙ୍କୁ ବାପାଙ୍କ ଶେଷ କଲ୍, କହିଥିଲେ ଏମିତି କଥା - Malaika Arora Father Death

author img

By ETV Bharat Entertainment Team

Published : Sep 12, 2024, 11:08 AM IST

Malaika Arora Father Dies By Suicide: ଗତକାଲି ଅନୀଲ ମେହେତାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ତେବେ ସେ କାହିଁକି ଏପରି ନିଷ୍ପତି ନେଇଥିଲେ ଜଣାପଡିନଥିବା ବେଳେ ଜୀବନ ହାରିବା ପୂର୍ବରୁ ସେ ଦୁଇ ଝିଅ ମଲାଇକା ଏବଂ ଅମୃତାଙ୍କୁ ଫୋନ୍ କରିଥିଲେ । ତେବେ ତାଙ୍କ ଶେଷ କଥା କ'ଣ ଥିଲା ? ଜାଣନ୍ତୁ,

ଜୀବନ ହାରିବା ପୂର୍ବରୁ ମଲାଇକାଙ୍କୁ ବାପାଙ୍କ ଶେଷ କଲ୍, କହିଥିଲେ ଏମିତି କଥା
ଜୀବନ ହାରିବା ପୂର୍ବରୁ ମଲାଇକାଙ୍କୁ ବାପାଙ୍କ ଶେଷ କଲ୍, କହିଥିଲେ ଏମିତି କଥା (ETV Bharat Odisha)

ହାଇଦ୍ରାବାଦ: ଆରପାରିରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ମେହେତା । ଗତକାଲି (ସେପ୍ଟେମ୍ବର 11)ରେ ଅନୀଲ ମେହତା ଜୀବନ ହାରିଥିବା ଖବର ସାମ୍ନାକୁ ଆସିଥିଲା । ଯାହା ସମଗ୍ର ପରିବାର ଏବଂ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଛି । ମୁମ୍ୱାଇ ପୋଲିସ ମଧ୍ୟ ପ୍ରାଥମିକ ତଦନ୍ତରୁ ତାଙ୍କର ଆତ୍ମଜନିତ ମୃତ୍ୟୁ ଘଟିଥିବା କହିଥିଲେ । ତେବେ ସେ କାହିଁକି ଏଭଳି ଚରମ ନିଷ୍ପତି ନେଇଥିବା ବେଳେ ଜୀବନ ହାରିବା ପୂର୍ବରୁ ସେ ଦୁଇ ଝିଅ ମଲାଇକା ଏବଂ ଅମୃତାଙ୍କୁ ଶେଷ କଲ୍ କରିଥିବା ଜଣାପଡିଛି ।

ମଲାଇକାଙ୍କୁ ଅନୀଲ ମେହେତାଙ୍କ ଶେଷ କଲ୍

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା ଜନିତ ମୃତ୍ୟୁ ପୂର୍ବରୁ ଅନୀଲ ମେହେତା ଦୁଇ ଝିଅଙ୍କୁ ଶେଷ କଲ୍ କରିଥିଲେ । ଅନୀଲ ତାଙ୍କର ଦୁଇ ଝିଅ ମଲାଇକା ଆରୋରା ଏବଂ ଅମୃତା ଆରୋରାଙ୍କୁ ଶେଷ ଥର ପାଇଁ କଲ୍ କରିଥିଲେ । ଯେତେବେଳେ ମଲାଇକା ଏହି କଲ୍ ପାଇଲେ, ସେତେବେଳେ ସେ ପୁଣେର ଏକ କାର୍ଯ୍ୟକ୍ରମକୁ ଯାଉଥିଲେ । ଅନୀଲ ତାଙ୍କ ଝିଅମାନଙ୍କୁ କହିଥିଲେ, ''ମୁଁ ଅସୁସ୍ଥ ଏବଂ କ୍ଳାନ୍ତ ଅଟେ ।'' ଏହା ପରେ ସେ ଜୀବନ ହାରିଥିଲେ ।

ବାପାଙ୍କ ଦେହାନ୍ତ ପରେ ମଲାଇକାଙ୍କ ପୋଷ୍ଟ

ବାପା ଅନୀଲ ମେହେତାଙ୍କ ଦେହାନ୍ତ ପରେ (11 ସେପ୍ଟେମ୍ବର ସନ୍ଧ୍ୟାରେ) ମଲାଇକା ଆରୋରା ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, 'ଆମର ପ୍ରିୟ ପିତା ଅନୀଲ ମେହେତାଙ୍କ ଦେହାନ୍ତ ଖବର ସେୟାର କରି ଆମେ ଅତ୍ୟନ୍ତ ଦୁଃଖିତ । ସେ ଜଣେ ଭଦ୍ର ଲୋକ, ସ୍ନେହୀ ସ୍ୱାମୀ ଏବଂ ଆମର ଶ୍ରେଷ୍ଠ ବନ୍ଧୁ ଥିଲେ । ଆମ ପରିବାର ଏହି ସମୟରେ ଗଭୀର ଆଘାତରେ ଅଛନ୍ତି ଏବଂ ଆମେ ଏହି କଷ୍ଟ ସମୟରେ ଗଣମାଧ୍ୟମ ଏବଂ ଶୁଭେଚ୍ଛୁମାନଙ୍କ ଠାରୁ ଗୋପନୀୟତା ରଖିବାକୁ ଅନୁରୋଧ କରୁଛୁ । ଆପଣଙ୍କ ଆମ ଭାବନାକୁ ଏବଂ ଆମକୁ ବୁଝିଥିବାରୁ ଆମେ ଆପଣଙ୍କ ଠାରେ କୃତଜ୍ଞ ।''

ମଲାଇକାଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍

ମଲାଇକା ଆରୋରାଙ୍କ ଏହି ପୋଷ୍ଟ ପରେ ଅନେକ ଫ୍ୟାନ୍ସ ତାଙ୍କୁ ସମର୍ଥନ କରିବା ସହ ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଏବଂ ପରିବାରକୁ ସମବେଦନା ଜଣାଇଛନ୍ତି । ଏପରି ସମୟରେ ଅନ୍ୟ କେତେକ ଅନୀଲ ମେହେତାଙ୍କ ବୟସ ଏବଂ ଟାଇଟଲକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । କାରଣ ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ ତାଙ୍କ ନାମ ଅନୀଲ ଆରୋରା ବୋଲି ଦର୍ଶାଯାଇଥିବା ବେଳେ ଏବେ ଅଭିନେତ୍ରୀ ତାଙ୍କ ପୋଷ୍ଟରେ ପିତାଙ୍କ ନାମ ଅନୀଲ ମେହେତା ଲେଖିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲୋକେ । ଜଣେ ଲେଖିଛନ୍ତି, ମଲାଇକାଙ୍କ ଟାଇଟଲ ଆରୋରା ଏବଂ ତାଙ୍କ ପିତାଙ୍କ ଶେଷ ନାମ ମେହେତା କିପରି? ଅନ୍ୟ ଜଣେ ଲେଖିଛନ୍ତି, ସେ କ'ଣ ତାଙ୍କ ସାବତ ବାପା ? କିଛି ଜଣ ମଲାଇକା ଏବଂ ଅନିଲଙ୍କ ବୟସରେ ପାର୍ଥକ୍ୟ ଦର୍ଶାଇଥିଲେ କାରଣ ଅନୀଲ ତାଙ୍କଠାରୁ ମାତ୍ର 12 ବର୍ଷ ବଡ । ସେପଟେ ଏକ ସୂତ୍ରରୁ ଜଣାପଡିଛି ଯେ, ଅନୀଲ ମଲାଇକାଙ୍କ ପ୍ରକୃତରେ ସାବତ ବାପା ।

ଏହା ମଧ୍ୟ ପଢନ୍ତୁ: ଚରମ ନିଷ୍ପତ୍ତି ନେଲେ ମଲାଇକାଙ୍କ ବାପା ଅନୀଲ ମେହେତା, କାରଣ ଅସ୍ପଷ୍ଟ

ଅନୀଲ ମେହେତାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ସକାଳ 9 ଟା ସମୟରେ ମୁମ୍ୱାଇ ବାନ୍ଦ୍ରା ସ୍ଥିତ ଘରେ ଜୀବନ ହାରିଥିଲେ ଅନୀଲ ମେହେତା । ତେବେ ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ ଅସ୍ପଷ୍ଟ । ମୁମ୍ବାଇ ପୋଲିସ କହିଛି ଯେ, ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ହେଲେ ଘଟଣାସ୍ଥଳରେ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ତାଙ୍କ ମୃତଦେହକୁ ପୋଷ୍ଟମାର୍ଟମକୁ ପଟାଯାଇଛି । ଫରେନସିକ ଟିମ ଏବଂ ମୁମ୍ୱାଇ ପୋଲିସ ମିଳିତ ଭାବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଏହି ଦୁଃଖଦ ଖବର ଶୁଣିବା ପରେ ମଲାଇକାଙ୍କ ପୂର୍ବତ ସ୍ୱାମୀ ଅରବାଜ ଖାନ ଏବଂ ଖାନ ପରିବାର, ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସମେତ କରୀନା କପୁର ଖାନ, କରିସ୍ମା କପୁର ଏବଂ ଅନ୍ୟାନ୍ୟ ସେଲିବ୍ରିଟି ମଲାଇକାଙ୍କ ଘରେ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ମଲାଇକାଙ୍କ ପରିବାର ଉପରେ ଦୁଃଖର କଳାବାଦଲ, ଦୁଃଖଦ ସମୟରେ ସାଥ୍‌ ଦେଲେ ଖାନ ପରିବାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.