ହାଇଦ୍ରାବାଦ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଖୁବ ଚର୍ଚ୍ଚାରେ ରହିଛି । ଏହି ସମାରୋହରେ ଦେଶ ବିଦେଶ ବହୁ ସେଲିବ୍ରିଟି ଓ ବଡ଼ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ । ଏହି ଉତ୍ସବ ଗୁଜରାଟର ଜାମନଗରରେ ୩ଦିନ ଧରି ଚାଲିଥିବା ବେଳେ ଏଥିରେ ବିଲ୍ ଗେଟ୍ସ, ଇଭାଙ୍କା ଟ୍ରମ୍ପ, ମାର୍କ ଜୁକରବର୍ଗ ଏବଂ ଗୁଗୁଲ୍ ସିଇଓଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ଏହି ସମାରୋହର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମାର୍କ ଜୁକରବର୍ଗଙ୍କ ପତ୍ନୀ ପ୍ରିସିଲା ଚାନ ଅନନ୍ତଙ୍କ ହାତ ଘଣ୍ଟା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଅନନ୍ତ ଅମ୍ବାନୀଙ୍କ ହାତଘଣ୍ଟା ଦେଖି ଫିଦା ହେଲେ ମାର୍କ ଜୁକରବର୍ଗଙ୍କ ପତ୍ନୀ:
ଇନଷ୍ଟାଗ୍ରାମରେ ଏର୍ ପାପରାଜିଙ୍କ ଦ୍ୱାରା ସେୟାର ହୋଇଥିବା ଏକ ଭିଡିଓରେ ମାର୍କ ଜୁକରବର୍ଗଙ୍କ ପତ୍ନୀ ପ୍ରିସିଲା ଚାନ ଅନନ୍ତଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ସେ ଏହି ସମୟରେ ଅନନ୍ତଙ୍କ ହାତଘଣ୍ଟା ଦେଖି ଫିଦା ହୋଇଛନ୍ତି । ସେ ଏହି ଘଣ୍ଟାର ଖୁବ ପ୍ରଶଂସା କରିଛନ୍ତି । ଏଥିସହ ମାର୍କ ଜୁକରବର୍ଗ ମଧ୍ୟ ଘଣ୍ଟାକୁ ପସନ୍ଦ କରିଛନ୍ତି । ସେଠାରେ ଅନନ୍ତ ତାଙ୍କୁ ଏହି ଲଗ୍ଜରୀ ହାତଘଣ୍ଟା ରିଚାର୍ଡ ମିଲ(ଘଣ୍ଟା କମ୍ପାନୀ) ତିଆରି କରିଥିବା କହିଛନ୍ତି । ତେବେ ଏହି ଘଣ୍ଟାର ଦାମ ଜାଣିଲେ ପ୍ରିସିଲାଙ୍କ ପରି ଆପଣଙ୍କର ମଧ୍ୟ ହୋସ୍ ଉଡିଯିବ ।
ଅନନ୍ତ ଅମ୍ୱାନୀଙ୍କ ହାତଘଣ୍ଟାର ଦାମ୍:
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନନ୍ତ ଅମ୍ବାନୀଙ୍କ ଏହି ହାତ ଘଣ୍ଟାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଅନନ୍ତ ଅମ୍ୱାନୀଙ୍କ ଏହି ହାତ ଘଣ୍ଟା ବିଷୟରେ କହିବାକୁ ଗଲେ, ଏହା ହେଉଛି 'ପାଟେକ ଫିଲିପେ'ର 'ଗ୍ରାଣ୍ଡମାଷ୍ଟର ଚାଇମ' ଘଣ୍ଟା । ଏହି ଘଣ୍ଟାରେ ଅନେକ ବିଶେଷ ଫିଚର ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘଣ୍ଟା କରୋନା ପିରିୟଡ୍ ୨୦୨୧ରେ ଲଞ୍ଚ କରାଯାଇଥିଲା । ଏହି ଘଣ୍ଟା କେବଳ ଲାଲ ଏବଂ ବ୍ଲୁ ମୋତି ମାଣିକରେ ତିଆରି ହୋଇଥାଏ । ଅନନ୍ତ ପିନ୍ଧିଥିବା ଘଣ୍ଟାରେ 40.5 ମିମି କେସ୍ ଅଛି, ଯାହା ଏକ ଗ୍ରେଡିଏଣ୍ଟ୍ ଧୂସର ଡାଏଲ୍ ସହ ଆସିଥାଏ । ସମଗ୍ର ବିଶ୍ୱରେ ଏହି ପ୍ରକାର ବହୁତ କମ୍ ଘଣ୍ଟା ଅଛି ।
ରିଚାର୍ଡ ମିଲ୍ ବ୍ରାଣ୍ଡ ଘଣ୍ଟା କମ୍ପାନୀ:
ସୂଚନା ଥାଉ, ରିଚାର୍ଡ ମିଲ୍ ବ୍ରାଣ୍ଡ ଘଣ୍ଟା ଦୁନିଆର ସବୁଠାରୁ ମହଙ୍ଗା ଘଣ୍ଟା ପ୍ରସ୍ତୁତ କରୁଥିବା କମ୍ପାନୀ ଅଟେ । ଏହି କମ୍ପାନୀ ଗୋଟିଏ ବର୍ଷରେ ମାତ୍ର ୫ ହଜାର ୩୦୦ ଘଣ୍ଟା ତିଆରି କରେ, ଯାହାର ହାରାହାରି ମୂଲ୍ୟ 2,50,000 ଡଲାର ଅଟେ । ବିଶ୍ୱର ଅନେକ ଧନୀ ବ୍ୟକ୍ତି ଏହି ଘଣ୍ଟା ପିନ୍ଧନ୍ତି । ଏହି ଘଣ୍ଟାଗୁଡ଼ିକ ସେମାନଙ୍କର ଭିନ୍ନ ଡିଜାଇନ୍ ହେତୁ ଘଣ୍ଟା ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରେ । ସୂଚନା ଅନୁଯାୟୀ, ଏହି ଘଣ୍ଟା ଟାଇଟାନିୟମ୍ ଏବଂ କାର୍ବନ ଫାଇବର ଭଳି ସାମଗ୍ରୀରେ ନିର୍ମିତ ।
ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାହ୍ନବୀଙ୍କ ସହ ଠୁମକା ଲଗାଇଲେ ରିହାନା, କହିଲେ ପୁଣି ଭାରତ ଆସିବି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ