ETV Bharat / entertainment

ବିଶ୍ବକପ ବିଜୟ ଉତ୍ସବ ପାଲଟିଲା ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ ସେରିମନି, ଭାବବିହ୍ବଳ ହେଲେ ପରିବାର - Ambanis honour T20 World Cup heroes

Ambanis honour T20 World Cup heroes: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ସେରମନିରେ ଅମ୍ବାନୀ ପରିବାର ପାଳିଲା ବିଶ୍ବକପ ବିଜୟ ଉତ୍ସବ । ରୋହିତ ଶର୍ମାଙ୍କୁ ସମ୍ବର୍ଦ୍ଧନା କରିବା ସମୟରେ ଭାବବିହ୍ବଳ ହୋଇପଡିଲେ ନୀତା ଅମ୍ବାନୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 4:30 PM IST

Ambanis honour T20 World Cup heroes
Ambanis honour T20 World Cup heroes (ETV Bharat Odisha)

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ଏବେ ଚର୍ଚ୍ଚାରେ । ଜୁଲାଇ 12ରେ ଅନନ୍ତ ବିବାହ କରିବାକୁ ଯାଉଥିବା ବେଳେ ଏବେ ଚାଲିଛି ପ୍ରି-ୱେଡିଂ ସେରିମନି । ଶୁକ୍ରବାର ଉଭୟଙ୍କ ସଙ୍ଗୀତ ସେରିମନିରେ ବଲିଉଡ ଷ୍ଟାରଙ୍କ ସମେତ ଭାରତୀୟ କ୍ରିକେଟର ମଧ୍ୟ ସାମିଲ ହୋଇଥିଲେ । ଏହି ପ୍ରିୱେଡିଂ ସେରିମନି ଶେଷରେ ଆଇସିସି ଟି20 ବିଶ୍ବକପ ବିଜୟ ଉତ୍ସବରେ ପରିଣତ ହୋଇଛି । ନୀତା ଅମ୍ବାନୀ ବିଶ୍ବକପ ଚମ୍ପିଆନ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଷ୍ଟେଜକୁ ଡାକି ସମ୍ବର୍ଦ୍ଧିତ କରିବା ସହ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ବିଶ୍ବକପ ବିଜୟ ଉତ୍ସବ ପାଲଟିଲା ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ ସେରିମନି (ETV Bharat Odisha)

ବଲିଉଡର ୱେଡିଂ ଗୀତ ମଧ୍ୟରେ ହଠାତ ସେରମନିରେ ବାଜି ଉଠିଥିଲା 'ଲେହରା ଦୋ...ଲେହରା ଦୋ...' ସଂଗୀତ । ସେହି ଐତିହାସିକ ବିଜୟ ମୁହୂର୍ତ୍ତକୁ ମନେ ପକାଇ ବେଶ ଆନନ୍ଦିତ ହୋଇପଡ଼ିଥିଲେ ଷ୍ଟେଜ ଉପରେ ଥିବା ନୀତି ଅମ୍ବାନୀ । ବିଶ୍ବକପ ଚମ୍ପିଆନ ଅଧିନାୟକ ରୋହିତ ଶର୍ମାଙ୍କୁ ଷ୍ଟେଜ ଉପରକୁ ଡାକିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ କ୍ୟାଚ୍‌ ଧରି ବାଜି ପଲଟେଇ ଦେଇଥିବା ଷ୍ଟାର କ୍ରିକେଟର ସୂର୍ଯ୍ୟ କୁମାର ଯାଦବ ଓ ଡେଥ୍‌ ଓଭରରେ ଅବିଶ୍ବସନୀୟ ବୋଲିଂ କରି ହେନରିକ କ୍ଲାସେନଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଏହି ଷ୍ଟାର କ୍ରିକେଟରଙ୍କ ପରିବାର ସହିତ ଅମ୍ବାନୀ ପରିବାର ଗଣପତି ବାପ୍ପାଙ୍କ ଆରତୀ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- T20 ବିଶ୍ବକପ: ଜନସମୁଦ୍ର ପାଲଟିଲା ମାୟାନଗରୀ,ବିଶ୍ବ ବିଜେତାଙ୍କ ଭବ୍ୟ ଶୋଭାଯାତ୍ରା, 'ଇଣ୍ଡିଆ ଇଣ୍ଡିଆ' ନାରାରେ କମ୍ପିଲା ମୁମ୍ବାଇ

ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ ଛଡାଇ ଆଣିଥିବା ମୁହୂର୍ତ୍ତକୁ ବଖାଣିବା ସମୟରେ ନୀତି ଅମ୍ବାନୀ ଭାବବିହ୍ବଳ ହୋଇପଡ଼ିଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୋହିତ, ହାର୍ଦ୍ଦିକ ଓ ସୂର୍ଯ୍ୟ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେୟାର । ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ 5ଥର ଚମ୍ପିଆନ ହୋଇଛି । ଏପଟେ ରୋହିତଙ୍କ କ୍ୟାପ୍ଟେନ୍ସିରେ ଭାରତ ପୁଣି ବିଶ୍ବକପ ଜିତି ବିଶ୍ବ ଚମ୍ପିଆନ ହୋଇଛି । ଯାହାକି ଅମ୍ବାନୀ ପରିବାର ପାଇଁ ବେଶ ଗୌରବର ବିଷୟ । ତେବେ ଟିମ ଇଣ୍ଡିଆ ସମ୍ବର୍ଦ୍ଧନା କରିବା ସମୟରେ ନୀତା ଅମ୍ବାନୀ କହିଥିଲେ, "ଭାରତ ବିଶ୍ବ ଚମ୍ପିଆନ ହୋଇଛି । ଯାହାକି ସାରା ଦେଶବାସୀଙ୍କ ସହିତ ଅତି ଗୌରବର କଥା ।" ଏହାସହିତ ସେ ରୋହିତ, ସୂର୍ଯ୍ୟ ଓ ହାର୍ଦ୍ଦିକଙ୍କୁ ନେଇ ବେଶ ଗୌରବାନ୍ବିତ ବୋଲି ମଧ୍ୟ କହିଥିଲେ ।

ଏହା ବି ପଢନ୍ତୁ- ଅନନ୍ତ ଅମ୍ବାନିଙ୍କ ବିବାହ ଉତ୍ସବ, ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିଆରା ନିମନ୍ତ୍ରଣ ପତ୍ର

ସୂଚନା ଥାଉ କି ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ 17 ବର୍ଷ ପରେ ଟି20 ବିଶ୍ବକପରେ ଭାରତ ଚମ୍ପିଆନ ହୋଇଛି । ସେହିପରି 2011ରେ ଦିନିକିଆ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଏମ.ଏସ ଧୋନିଙ୍କ ଅଧିନାୟକତ୍ବରେ ଭାରତ ଚମ୍ପିଆନ ହୋଇଥିଲା । ଭାରତ ପ୍ରଥମ ବିଶ୍ବକପ 1983ରେ ହାତେଇଥିଲା । ସେତେବେଳେ ଭାରତର କ୍ୟାପଟେନ ଥିଲେ କପିଳ ଦେବ । ଭାରତ ପ୍ରଥମ ଟି20 ବିଶ୍ବକପ ମହେନ୍ଦ୍ର ସିଂ ଧୋନଙ୍କ କ୍ୟାପ୍ଟେନ୍ସିରେ ଜିତିଥିଲା । ଏହାସହିତ ଏବେ ଭାରତ ନିକଟରେ 4ଟି ବିଶ୍ବକପ ଟ୍ରଫି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.