ହାଇଦ୍ରାବାଦ: ଅଯୋଧ୍ୟାରେ ପ୍ରତିଷ୍ଠା ହେଲା ଶ୍ରୀରାମଲାଲାଙ୍କ ଭବ୍ୟ ମନ୍ଦିର । ଏହାକୁ ନେଇ ରାମନଗରୀ ସମେତ ସାରା ବିଶ୍ବରେ ସେଲିବ୍ରେସନ ଦେଖିବାକୁ ମିଳିଛି । ଅନେକ ସେଲିବ୍ରିଟି ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବାକୁ ଅଯୋଧ୍ୟା ପହଞ୍ଚିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏଥିରେ ସାମିଲ ହୋଇପାରି ନାହାନ୍ତି । ଉଭୟ ଅଭିନେତା ଏକ ଭିଡିଓ ପୋଷ୍ଟ କରି ଏହି ସମାରୋହରେ ସାମିଲ ନହେବାର କାରଣ ଦର୍ଶାଇଛନ୍ତି ।
ଅକ୍ଷୟ କୁମାରଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେ ନିଜ ଆଗାମୀ ଫିଲ୍ମର ସୁଟିଂ ପାଇଁ ଏହି ସମାରୋହରେ ସାମିଲ ହୋଇପାରି ନାହାନ୍ତି । ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ସହ 'ବଡ଼େ ମିୟାଁ ଛୋଟେ ମିୟାଁ'ର ସୁଟିଂ କରୁଛନ୍ତି, ଏହି କାରଣରୁ ସେ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରତିଷ୍ଠାରେ ସାମିଲ ହୋଇପାରି ନାହାନ୍ତି। ନିଜ ଇନଷ୍ଟାଗ୍ରାମରେ ଅକ୍ଷୟ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି, ଶ୍ରୀ ରାମଙ୍କ ଶୁଭ ଦିନରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଜୟ ଶ୍ରୀ ରାମ । ଆଜି ସାରା ବିଶ୍ବରେ ରାମ ଭକ୍ତଙ୍କ ପାଇଁ ବହୁତ ବଡ଼ ଦିନ । ପାଞ୍ଚ ଶହ ବର୍ଷ ଅପେକ୍ଷା କରିବା ପରେ ଏହି ଦିନ ଆସିଛି ଯେ ରାମଲାଲା ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ନିଜ ଘରକୁ ଫେରିଛନ୍ତି ।
ଏହା ପରେ ଟାଇଗର ଶ୍ରଫ୍ କୁହନ୍ତି, ଆମେ ସମସ୍ତେ ପିଲାଦିନରୁ ଏ ବିଷୟରେ ବହୁତ କିଛି ଶୁଣିଛୁ, କିନ୍ତୁ ଆଜି ଏହି ଦିନକୁ ଦେଖିବା ଏକ ବଡ଼ କଥା ଏବଂ ଆମେ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଛୁ ଯେତେବେଳେ ଆମେ ଦୀପ ଜାଳି ଶ୍ରୀ ରାମଙ୍କୁ ପୂଜା କରି ଏହି ଦିନକୁ ପାଳନ କରିବୁ । ଆମ ଦୁହିଁଙ୍କଠାରୁ, ଏହି ଶୁଭ ଦିନରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶୁଭେଚ୍ଛା । ଜୟ ଶ୍ରୀ ରାମ ।"
ଏହା ମଧ୍ୟ ପଢନ୍ତୁ: 2024 ଇଦରେ ରିଲିଜ ହେବ ବଡ଼େ ମିୟା ଛୋଟେ ମିୟାଁ ! ଏକାଠି ନଜର ଆସିବେ ଅକ୍ଷୟ-ଟାଇଗର
ସୂଚନା ଥାଉ କି, ଅକ୍ଷୟ ଓ ଟାଇଗରଙ୍କ ଆଗାମୀ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ୨୦୨୪ ଇଦ୍ରେ ରିଲିଜ ହେବ । ବର୍ତ୍ତମାନ ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି ଦୁଇ ତାରକା । ତେବେ ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଅଭିନେତା ଟାଇଗର ଶ୍ରଫ ଏବଂ ମାଲାୟାଲମ୍ ତାରକା ପ୍ରୀତିରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ । ଏଥିସହ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଶି ଚିଲାର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।