ETV Bharat / entertainment

ମନ ଜିତୁଛି 'ସୈତାନ', ଦୁଇ ଦିନ ମଧ୍ୟରେ ଏତିକି କୋଟି ଆୟ - Shaitaan Box Office Collection

Shaitaan Box Office Collection Day 2: ମହାଶିବରାତ୍ରୀ ଅବସରରେ ପରଦାରେ ରିଲିଜ ହୋଇଛି କଳାଯାଦୁ ଉପରେ ନିର୍ମିତି ଫିଲ୍ମ 'ସୈତାନ' । ଫିଲ୍ମଟି ବକ୍ସ ଅଫିସରେ ଧମାକା କରୁଛି । ରିଲିଜର ଦୁଇ ଦିନ ମଧ୍ୟରେ ବମ୍ପର କଲେକ୍ସନ କରୁଛି । ତେବେ ଫିଲ୍ମ କେତେ ଆୟ କରିଛି ଜାଣନ୍ତୁ

ମନ ଜିତୁଛି 'ସୈତାନ', ଦୁଇ ଦିନ ମଧ୍ୟରେ ଏତିକି କୋଟି ଆୟ କଲାଣି ଫିଲ୍ମ

author img

By ETV Bharat Odisha Team

Published : Mar 10, 2024, 10:44 AM IST

ହାଇଦ୍ରାବାଦ: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଫିଲ୍ମ 'ସୈତାନ' । ଏହି ଫିଲ୍ମରେ ବଲିଉଡ ଅଭିନେତା ଆର ମାଧବନ ଏବଂ ଅଜୟ ଦେବଗନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିବା ବେଳେ ଦର୍ଶକଙ୍କ ମନ ଜିତୁଛି ଫିଲ୍ମ । କଳାଯାଦୁ ଉପରେ ନିର୍ମିତ ଫିଲ୍ମ 'ସୈତାନ' ମହାଶିବରାତ୍ରୀ ଅବସରରେ (ମାର୍ଚ୍ଚ ୮) ରିଲିଜ ହୋଇଛି । ଆଜି ଫିଲ୍ମ ରିଲିଜର ୩ ଦିନରେ ପହଞ୍ଚିଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ଏହି ଫିଲ୍ମଟି ମୋଟ ୩୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ସାକନିକଙ୍କ ରିପୋର୍ଟ ଅନୁସାରେ,'ସୈତାନ' ଫିଲ୍ମ ମାର୍ଚ୍ଚ ୮ ତାରିଖରେ ରିଲିଜ ହୋଇଥିବା ବେଳେ ୧୪.୭୫ କୋଟି ଆୟ ସହ ଫିଲ୍ମଟି ଓପନିଂ କରିଥିଲା । ସେହିପରି ଦ୍ୱିତୀୟ ଦିନରେ ପ୍ରଥମ ଦିନ ଅପେକ୍ଷା ୨୭.୧୨% ଅଧିକ ଆୟ କରିଛି । 'ସୈତାନ' ଦ୍ୱିତୀୟ ଦିନରେ ୧୮.୭୫ କୋଟି ଟଙ୍କା ରୋଜଗାର କରିଛି । ଏହିପରି ଫିଲ୍ମର ମୋଟ ଦୁଇ ଦିନର କଲେକ୍ସନ ୩୩.୫ କୋଟିକୁ ବୃଦ୍ଧି ପାଇଛି । ତେବେ ଯଦି ଫିଲ୍ମ ଏହି ବେଗରେ ରୋଜଗାର ଜାରି ରଖେ, ତେବେ ଏହା ଶୀଘ୍ର ୫୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି । ଆଜି ରବିବାର ଛୁଟିଦିନ ହୋଇଥିବା ବେଳେ ଫିଲ୍ମ ଆଜି ହିଁ ୫୦ କୋଟି ପାର୍ କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉକି, ସୈତାନ' ଫିଲ୍ମ ଗୁଜୁରାଟୀ ଫିଲ୍ମ 'ଭସ'ର ହିନ୍ଦୀ ଭର୍ସନ ଅଟେ । ଭସ ଫିଲ୍ମଟି ନିର୍ଦ୍ଦେଶକ କ୍ରିଷ୍ଣାଦେବ ୟାଗ୍ନିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଫେବୃଆରୀ ୧୦, ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଏହି ହିନ୍ଦୀ ଭର୍ସନ 'ସୈତାନ' ରିଲିଜ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବାହଲ । ଏହି ଚଳଚ୍ଚିତ୍ରଟି ଥ୍ରୀଲର, ସସପେନ୍ସ ଏବଂ କଳାଯାଦୁ ଉପରେ ଆଧାରିତ । ଏହି ହିନ୍ଦୀ ସିନେମାରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକା ନଜର ଆସିଥିବା ବେଳେ ଏହି ୩ ତାରକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: 'ସୈତାନ' ଟ୍ରେଲର ରିଲିଜ; କଳା ଯାଦୁର କାହାଣୀ କହିବ ଫିଲ୍ମ

ଜିଓ ଷ୍ଟୁଡିଓ, ଅଜୟ ଦେବଗନ୍ ଫିଲ୍ମସ୍ ଏବଂ ପାନୋରାମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍ ବ୍ୟାନରରେ ନିର୍ମିତ 'ସୈତାନ' ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ସୈତାନ ଭୂମିକାରେ ଆର ମାଧବନ ନଜର ଆସିଥିବା ବେଳେ ଅଜୟଙ୍କ ପତ୍ନୀ ଭୂମିକାରେ ଜ୍ୟୋତିକା ନଜର ଆସିଛନ୍ତି । ଫିଲ୍ମରେ ସମସ୍ତ ଚରିତ୍ର ବିଶେଷ କରି ଆର ମାଧବନଙ୍କ ଚରିତ୍ରକୁ ବେଶ ପ୍ରଶଂସା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.