ETV Bharat / entertainment

'ଫିଲ୍ମ ଇଣ୍ଡଷ୍ଟ୍ରି କାହା ବାପାର ନୁହେଁ, ନହେଲେ ପ୍ରତ୍ୟେକ ବାପାଙ୍କ ପୁଅଝିଅ ସଫଳ ହୋଇଥାନ୍ତେ' - Vidya Balan On Nepotism - VIDYA BALAN ON NEPOTISM

Vidya Balan On Nepotism: ଅଭିନେତ୍ରୀ ବିଦ୍ୟା ବାଲାନ ବଲିଉଡର ନେପୋଟିଜମ ନେଇ ମୁହଁ ଖୋଲିଛନ୍ତି । ଏହାସହ ସେ ନିଜର ଡେଟିଂ ସମୟର ଅନୁଭୂତି ବିଷୟରେ ମଧ୍ୟ କହିଛନ୍ତି । ଅଧିକ ପଢନ୍ତୁ

Vidya Balan
Vidya Balan
author img

By ETV Bharat Odisha Team

Published : Apr 13, 2024, 1:02 PM IST

ମୁମ୍ବାଇ: 'ଡାର୍ଟି ପିକ୍ଚର' ଫେମ୍ ଅଭିନେତ୍ରୀ ବିଦ୍ୟା ବାଲାନ ବଲିଉଡର ନେପୋଟିଜମ ନେଇ ମୁହଁ ଖୋଲିଛନ୍ତି । ଏହାସହ ସେ 'ଭୁଲଭୁଲେୟା' ଫିଲ୍ମ ବିଷୟରେ ମଧ୍ୟ କରିଛନ୍ତି ଖୁଲାସା । ବଲିଉଡ ଓ ନେପୋଟିଜମ ମଧ୍ୟରେ ଭାଇ-ପୁତୁରାର ସମ୍ପର୍କ ଥିବା ଚର୍ଚ୍ଚା ହୋଇଆସୁଛି । ବଲିଉଡରେ ଦୀର୍ଘ ସମୟ ଧରି ଚାଲିଥିବା 'ଭାଇ-ଭତିଜାବାଦ୍' ଭିତରେ ଅନେକ ଷ୍ଟାର କିଡ୍ସ ବି ଏଣ୍ଟ୍ରି ମାରିଲେଣି । ଏହାରି ଭିତରେ ଏକ ସାକ୍ଷାତକାରରେ ନେପୋଟିଜମ୍ ସମ୍ପର୍କରେ ବିଦ୍ୟା ବାଲାନ ମାପିଚୁପି ଉତ୍ତର ରଖିଛନ୍ତି । ସେ କହିଛନ୍ତି, "ନେପୋଟିଜମ ଥାଉ ବା ନଥାଉ । ମୁଁ କିନ୍ତୁ ଏଠାରେ ଅଛି । ଏ ଇଣ୍ଡଷ୍ଟ୍ରି କାହାରି ବାପାର ନୁହେଁ, ନହେଲେ ହୁଏତ ସବୁ ବାପାଙ୍କ ପୁଅ ଝିଅ ଆଜି ସଫଳ ହୋଇଥାନ୍ତେ ।"

ବିଦ୍ୟା ବାଲାନଙ୍କୁ ପୂର୍ବରୁ କିଭଳି ରିଜେକ୍ସନର ସାମନା କରିବାକୁ ପଡ଼ିଥିଲା ତାହାର ମଧ୍ୟ ସେ ଖୁଲାସା କରିଛନ୍ତି । ଏପରିକି ବିଦ୍ୟାଙ୍କୁ ସଫଳତା ହାସଲ କରିବାକୁ କେତେ ସଂଘର୍ଷ କରିବାକୁ ପଡ଼ିଛି ସେ ସମ୍ପର୍କରେ ମଧ୍ୟ ବଖାଣିଛନ୍ତି । କହିରଖୁଛୁ ଯେ, ବିଦ୍ୟା ବାଲାନ ପ୍ରଯୋଜକ ସିଦ୍ଧାର୍ଥ ରାୟ କପୁରଙ୍କୁ ବିବାହ କରିଛନ୍ତି । ଏହି ରିଲେସନସିପକୁ ନେଇ ସେ କହିଛନ୍ତି, "ମୋର ଏବେବି ମନେ ଅଛି ଆମର ପ୍ରଥମ ଡେଟ୍ କାରରେ ହୋଇଥିଲା । ଆମେ କାରରେ ଏପଟେ ସେପଟେ ବୁଲୁଥିଲୁ । ସେ ମୁହୁର୍ତ୍ତ ଭାରି ସୁନ୍ଦର ଥିଲା । ସେହି ମୁହୁର୍ତ୍ତକୁ ଆମେ ଖୁବ ଉପଭୋଗ କରିଥିଲୁ ।"

ଏହା ବି ପଢନ୍ତୁ...'ଦୋ ଔର ଦୋ ପ୍ୟାର' ଟିଜର ଆଉଟ୍, ବିଦ୍ୟା-ଇଲିଆନାଙ୍କ ଦେଖିବାକୁ ମିଳିଲା ଲଭ କେମେଷ୍ଟ୍ରି - Do Aur Do Pyaar Teaser Out

ନିକଟରେ ରିଲିଜ ହେବାକୁ ଯାଉଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଏକ ନୂଆ ଫିଲ୍ମ । ବର୍ତ୍ତମାନ ନିଜର ଅପ୍ କମିଂ ଫିଲ୍ମ 'ଦୋ ଔର ଦୋ ପ୍ୟାର'କୁ ନେଇ ବ୍ୟସ୍ତ ରହୁଛନ୍ତି ବିଦ୍ୟା ବାଲାନ । ଏହି ଫିଲ୍ମଟି ପରକୀୟା ପ୍ରୀତି ଉପରେ ପର୍ଯ୍ୟବେସିତ । ୨୦୦୭ରେ ପରଦାକୁ ଆସିଥିବା ଅକ୍ଷୟ କୁମାରଙ୍କ ଷ୍ଟାରର ଫିଲ୍ମ 'ଭୁଲ ଭୁଲେୟା'କୁ ନେଇ ମଧ୍ୟ ଅଭିନେତ୍ରୀ ଅନେକ କଥା କହିଛନ୍ତି । ସେ ସମୟରେ ବିଦ୍ୟା କିପରି ସ୍କ୍ରିପ୍ଟ ନପଢି ମଧ୍ୟ ଏହି ଫିଲ୍ମରେ କାମ କରିବାକୁ ରାଜି ହୋଇଯାଇଥିଲେ ତାହା ପ୍ରକାଶ କରିଛନ୍ତି । ବିଦ୍ୟା କହିଛନ୍ତି, "ମୁଁ ପ୍ରିୟଦର୍ଶନ ସାରଙ୍କ ସହ ସାକ୍ଷାତ କରିବାକୁ ଯାଇଥିଲି । ସେତେବଳେ ସେ ସନି ଦେୱଲଙ୍କ ସହ ଆଡ୍ ସୁଟରେ ବ୍ୟସ୍ତ ଥିଲେ । ସେ ପଚାରିଥିଲେ ଯେ, କ'ଣ ଆପଣ ମୋ ସହ ଫିଲ୍ମ ସେଟକୁ ଆସି ସାକ୍ଷାତ କରିପାରିବେ ? ମୁଁ ଉତ୍ତରରେ କହିଥିଲେ ଯେ, 'ଭୁଲ ଭୁଲେୟା'ର ଅରିଜିନାଲ ଫିଲ୍ମ ମଣିଚିତ୍ରାଥାଜୁ (ମାଲାୟଲାମ) ମତେ ଖୁବ ପସନ୍ଦ ଆସିଛି । ତେଣୁ ମୁଁ ଏହି ଫିଲ୍ମରେ ଅଭିନୟ ପାଇଁ ରାଜି ଅଛି । "

ସେହିପରି 'ଦୋ ଔର ଦୋ ପ୍ୟାର'ରେ ବିଦ୍ୟାଙ୍କ କୋ ଷ୍ଟାର ତଥା ଅଭିନେତା ପ୍ରତୀକ ଗାନ୍ଧିଙ୍କ ସମ୍ପର୍କରେ ବିଦ୍ୟା କହିଛନ୍ତି, "ତାଙ୍କୁ ହର୍ଷଦ ମେହଟ୍ଟାଙ୍କ ଫିଲ୍ମ 'ସ୍କାମ-୧୯୯୨'ରେ ଦେଖିବାକୁ ମିଳିଥିଲା । ଯାହା ତାଙ୍କ ପାଇଁ ପରିଚୟ ସୃଷ୍ଟି କରିଥିଲା । ସେ ଏହି ଫିଲ୍ମରେ ଖୁବ ସଫଳତା ପାଇଥିଲେ ।"ସେପଟେ ପ୍ରତୀକ କହିଛନ୍ତି," ମୁଁ ଟିଭିରେ ଅଭିନୟ ପାଇଁ ରିଜେକ୍ଟ ହୋଇଥିଲି । ଅନେକ ଅଡିସନରୁ ମୋତେ ବାହାର କରିଦିଆଯାଇଥିଲା ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.