ETV Bharat / entertainment

ବୟଫ୍ରେଣ୍ଡ ମାଥିଆସଙ୍କୁ ବାହା ହେଲେ ତାପସୀ ପନ୍ନୁ - TAAPSI PANNU MARRIAGE

Taapsi Pannu Married with Mathias Boe: ବିବାହ ବନ୍ଧନରେ ବାନ୍ଧି ହେଲେ ତାପସୀ ପନ୍ନୁ ଓ ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋ । ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ହେଲେ ସାମିଲ । ଅଧିକ ପଢନ୍ତୁ

Taapsi Pannu Married with Mathias Boe
Taapsi Pannu Married with Mathias Boe
author img

By ETV Bharat Odisha Team

Published : Mar 26, 2024, 9:32 AM IST

ମୁମ୍ବାଇ: ଦୀର୍ଘ ୧୦ ବର୍ଷର ଡେଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ତାପସୀ ପନ୍ନୁ । ଗତ ୨୩ ତାରିଖରେ ନିଜର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ସେ ବିବାହ କରିଛନ୍ତି । ତାଙ୍କର ଏହି ସିକ୍ରେଟ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ । ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ଅଳ୍ପ କିଛି ସେଲିବ୍ରିଟିଙ୍କ ମଧ୍ୟରେ ଅନୁରାଗ କଶ୍ୟପ ଏବଂ କନିକା ରହିଥିଲେ । ଏହା ସହିତ 'ଥାପଡ'ରେ ତାପସୀଙ୍କ ସହ ଥିବା ସହ-ତାରକା ପାବେଲ ଗୁଲାଟି ବିବାହର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାସ୍ୟ ଅଭିନେତା ଅଭିଲାଶ ଥାପିଆଲ ମଧ୍ୟ ଉପସ୍ଥିତ ଥିଲେ । ରିପୋର୍ଟ ଅନୁସାରେ, ତାପସୀ ବହୁତ ଶୀଘ୍ର ମୁମ୍ବାଇରେ ସାଙ୍ଗମାନଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟି ଦେବେ ବୋଲି ଜଣାପଡିଛି ।

ବିବାହର ଏକ ଫଟୋ ସେୟାର କରି ପାବେଲ ଗୁଲାଟି କ୍ୟାପସନରେ ଲେଖିଛନ୍ତି ଯେ, ଟ୍ବିଙ୍କିଲ ଟ୍ବିଙ୍କିଲ ଲିଟିଲ ଷ୍ଟାର, ଆମେ ଜାଣିନୁ ଆମେ କେଉଁଠି ! ତାପସୀ ପନ୍ନୁ ଓ ମାଥିଆସ ବୋ ଦୀର୍ଘ ୧୦ ବର୍ଷ ଧରି ଡେଟିଂ କରୁଥିଲେ । କିନ୍ତୁ ତାଙ୍କର ଏହି ସମ୍ପର୍କକୁ ନେଇ କେବେ ମୁହଁ ଖୋଲି ନଥିଲେ । ହେଲେ ସେମାନେ ଅନେକ ଥର ଏକାଠି ନଜର ଆସିଥିଲେ । ବିବାହ ପୂର୍ବର ଉତ୍ସବ ମାର୍ଚ୍ଚ 20ରେ ଆରମ୍ଭ ହୋଇଥିଲା ଏବଂ ବିବାହ 23 ମାର୍ଚ୍ଚରେ ହୋଇଥିଲା । ଅନେକ ଚଳଚ୍ଚିତ୍ରରେ ତାପସୀ ପନ୍ନୁଙ୍କ ସହ କାମ କରିଥିବା କନିକା ଢିଲନ୍ ତାଙ୍କ ସ୍ୱାମୀ ହିମାଂଶୁ ଶର୍ମାଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଇଥିଲେ । କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ । କୁହାଯାଉଛି ଯେ, ଏହି ଫଟୋଗୁଡ଼ିକ ଉଦୟପୁରରେ ତାପସୀଙ୍କ ବିବାହରୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-ମାର୍ଚ୍ଚରେ ବୟପ୍ରେଣ୍ଡଙ୍କୁ ଜୀବନସାଥୀ କରିବେ କି ତାପସୀ, ଏମିତି କହିଲେ ଅଭିନେତ୍ରୀ

ତାପସୀ ଏବଂ କନିକା 'ହସିନ୍ ଦିଲରୁବା', 'ମନମରଜିୟାଂ', 'ଡଙ୍କି' ଏବଂ 'ଫିର ଆଇ ହସିନ୍ ଦିଲରୁବା'ରେ ଏକାଠି କାମ କରିଥିଲେ । ଇଣ୍ଡିଆନ୍ ବ୍ୟାଡମିଣ୍ଟନ୍ ଲିଗର ଉଦଘାଟନୀ ସମାରୋହରେ 2013ରେ ପ୍ରଥମ ଥର ପାଇଁ ତାପସୀ ପନ୍ନୁ ଏବଂ ମାଥିଆସ୍ ବୋ ପରସ୍ପରକୁ ଭେଟିଥିଲେ । ଏହାପରେ ୨୦୨୦ ମସିହାରେ ତାପସୀ ଏବଂ ତାଙ୍କ ପ୍ରେମିକ ମାଥିଆସଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା । ମାଳଦ୍ୱୀପ ଭ୍ୟାକେସନରୁ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଦିନଠାରୁ ଉଭୟଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଉଭୟ ପରସ୍ପର ସହ ଅନେକ ସମୟରେ ଏକାଠି ନଜର ଆସିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.