ETV Bharat / entertainment

ରାଜନୀତିରେ ଏଣ୍ଟ୍ରି ପରେ ଥାଲାପତିଙ୍କ ମାଷ୍ଟରଷ୍ଟ୍ରୋକ, ସିଏଏକୁ କଲେ ବିରୋଧ - Actor Vijay calls CAA Unacceptable

Actor Vijay Calls CAA Unacceptable: ସାଉଥ ସୁପରଷ୍ଟାର ତଥା ତାମିଲାଗା ଭେଟ୍ରି କାଝାଗାମ ନେତା ଥାଲାପତି ବିଜୟ ବର୍ତ୍ତମାନ କେନ୍ଦ୍ର ସରକାର ଲାଗୁ କରିଥିବା ସିଏଏକୁ ଦୃଢ଼ ବିରୋଧ କରିଛନ୍ତି । ତାମିଲନାଡୁରେ ଏହା ଲାଗୁ ନହେଉ ବୋଲି ସେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି । ଅଧିକ ପଢନ୍ତୁ,

Actor Vijay Calls CAA Unacceptable
Actor Vijay Calls CAA Unacceptable
author img

By ETV Bharat Odisha Team

Published : Mar 12, 2024, 7:24 PM IST

ହାଇଦ୍ରାବାଦ: ନାଗରିକତା (ସଂଶୋଧନ) ଅଧିନିୟମ,୨୦୧୯ କାର୍ଯ୍ୟକାରୀ ହେବା ପରେ ବିରୋଧୀ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ବର୍ତ୍ତମାନ ତାମିଲ ଅଭିନେତା ତଥା ତାମିଲାଗା ଭେଟ୍ରି କାଝାଗାମ (ଟିବିକେ) ମୁଖ୍ୟ ଥାଲାପତି ବିଜୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୋମବାର ଠାରୁ କାର୍ଯ୍ୟକାରୀ ହୋଇଥିବା CAA ସମ୍ବନ୍ଧରେ ସେ କେନ୍ଦ୍ରକୁ ଟାର୍ଗେଟ କରି ସେ ଏହାକୁ ଅଦରକାରୀ ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ଏଥିସହ ତାମିଲନାଡୁ ସରକାରଙ୍କୁ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ ନକରିବାକୁ ଅଭିନେତା ଦାବି କହିଛନ୍ତି ।

ବିଜୟ ସୋସିଆଲ ମିଡିଆ ଏକ୍ସରେ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି, 'ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଭଳି ଦେଶରେ କୌଣସି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ । କାରଣ ଦେଶରେ ଭାଇଚାରା ହୋଇସାରିଛି, ତେବେ ଏପରି ଅଦରକାରୀ ଆଇନର ଆବଶ୍ୟକତା କ’ଣ ?' କୌଣସି ପ୍ରକାରେ ଏହାକୁ ତାଙ୍କ ରାଜ୍ୟରେ କାର୍ଯ୍ୟକାରୀ ନକରିବାକୁ ଅଭିନେତା ତାମିଲନାଡୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ପରେ ପଲିଟିକ୍ସରେ ସାଉଥ୍ ମେଗାଷ୍ଟାର ବିଜୟ: ଗଢ଼ିଲେ ଦଳ, ଲଢ଼ିବେ ନିର୍ବାଚନ

ସାରା ଦେଶରେ ଲାଗୁ ହେଲା CAA

ନାଗରିକତା (ସଂଶୋଧନ) ଅଧିନିୟମ- 2019 (CAA)କୁ ଗତକାଲି କେନ୍ଦ୍ର ସରକାର ସାରା ଦେଶରେ ଲାଗୁ କରିଛନ୍ତି । 2019 ଶେଷଭାଗରେ ଏହି ବହୁଚର୍ଚ୍ଚିତ ବିଲକୁ ସଂସଦରେ ପାରିତ କରାଯାଇଥିଲା । ତେବେ 4ବର୍ଷ ପରେ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ମୋଦି ସରକାର କାର୍ଯ୍ୟକାରୀ କରିଛନ୍ତି । ଏହା ଅନୁଯାୟୀ 2014 ମସିହା ଡିସେମ୍ବର ପୂର୍ବରୁ 3 ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ଅଣ-ମୁସଲିମ ଶରଣାର୍ଥୀ ଭାରତୀୟ ନାଗରିକତା ପାଇବେ । ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଶରଣାର୍ଥୀ ଭାବେ ଆସିଥିବା ଅଣ-ମୁସଲମାନ ନାଗରିକଙ୍କୁ ଏହି ନିୟମ ଅଧୀନରେ ଭାରତୀୟ ନାଗରିକତା ପ୍ରଦାନ କରାଯିବା ସୁଗମ ହେବ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA

CAAକୁ ଏମାନେ ବି କରିଥିଲେ ବିରୋଧ

ବର୍ତ୍ତମାନର ଭାରତ ସରକାର ଆଣିଥିବା ଏହି ଆଇନକୁ ରାଜନୈତିକ ବୋଲି କହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଏଆଇଏମ୍ଆଇଏମର ଆସାବୁଦ୍ଦିନ ଅୱେସି ଏହାକୁ ସରକାରଙ୍କ ନିର୍ବାଚନ ଷ୍ଟଣ୍ଟ୍‌ ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ନୂତନ କୌଶଳ ବୋଲି କହିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା ବିଭାଜନ ରାଜନୀତି । ଏଥିସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବିରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.